Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୁଆଁଖାଇ ପାଇଁ ନୁଆଁ ଆଲୁଅ ସନ୍ଧାନରେ ୨ ଅନୁଷ୍ଠାନ

ସବୁ ଧର୍ମାବଲମ୍ବୀ ପାଳିବେ ନୁଆଁଖାଇ ଅପିଲ କଲା ଓଡିଶା ସାଂସ୍କୃତିକ ସମାଜ

ନୂଆପଡା କଳାହାଣ୍ଡି ଜିଲ୍ଳାକୁ ଛୁଟିରେ ସାମିଲ କରିବାକୁ ପଶ୍ଚିମାଞ୍ଚଳ ପିପୁଲ୍ସ ଫୋରମର ଦାବି

ସମ୍ବଲପୁର:ସବୁ ଧର୍ମାବଲମ୍ବୀ ନୁଆଁଖାଇ ଗଣପର୍ବ କୁ ପାଳନ କରିବାକୁ ଓଡିଶା ସାଂସ୍କୃତିକ ସମାଜ ଆହ୍ୱାନ ଦେଇଥିବା ବେଳେ
ନୂଆପଡା ଓ କଳାହାଣ୍ଡି ଜିଲ୍ଳାକୁ ଛୁଟିରେ ସାମିଲ କରିବାକୁ ପଶ୍ଚିମାଞ୍ଚଳ ପିପୁଲ୍ସ ଫୋରମର ଦାବି କରି ନୂଆଖାଇକୁ ନୁଆଁ ସମ୍ମାନ ଦେବାକୁ ଏକ ପ୍ରୟାସ ଆରମ୍ଭ ହୋଇଛି।

ଓଡିଶା ସାଂସ୍କୃତିକ ସମାଜ ଠାରେ ସଭାପତି ଡ. ପରେଶ ଚନ୍ଦ୍ର ଦାନୀ ଙ୍କ ସଭାପତିତ୍ବରେ ସବୁ ଧର୍ମାବଲମ୍ବୀ ମାନଙ୍କୁ ନୂଆଖାଇ ଗଣ ପର୍ବ ପାଳନ କରିବା ଉଦେଶ୍ୟ ରେ ଏକ ସଭା ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା l ସମ୍ପାଦକ ଦୀନବନ୍ଧୁ ପଣ୍ଡା ସମସ୍ତଙ୍କୁ ସ୍ଵାଗତ କରି ସମ୍ବଲପୁର ଏକ ସର୍ବ ଧର୍ମ ସମନ୍ଵୟ ସହର,ଭାଇଚାରାକୁ ବଜାୟ ରଖିବାକୁ ଏପରି ଉତ୍ସବ ପାଳନ କରିବାକୁ ଅନୁରୋଧ କରିଥିଲେ।ଏହି ସଭାରେ ଶିଖ ସମ୍ପ୍ରଦାୟ ପକ୍ଷରୁ ରଣଜିତ୍ ସିଂ, ମୁସଲିମ ପକ୍ଷରୁ ମହମ୍ମଦ ଜୁଲ୍ଫିକର ଭୁଟ୍ଟୋ, ହମିଦ ରେହମାନ୍, ସିନ୍ଧି ସମାଜ ରୁ ଗୁଲାବ ଚାନ୍ଦ ପୃଥିୱାନୀ, ଯାଦବ ସମାଜରୁ ଅନିଲ କୁମାର ଯାଦବ, ବଙ୍ଗାଳୀ ସମାଜ ରୁ ଅରୁଣ କୁମାର ମୁଖାର୍ଜୀ ଓ ଶୁଭାଶିଷ ସରକାର, ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ସ୍ମୃତି ରଞ୍ଜନ ମହାପାତ୍ର ପ୍ରମୁଖ ଯୋଗ ଦେଇ ସେମାନଙ୍କ ସମ୍ପ୍ରଦାୟର ନୁଆଁଖାଇ ଭେଟଘାଟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଓଡିଶା ସାଂସ୍କୃତିକ ସମାଜର ଆବାହକ ରାମାନୁଜ ପଣ୍ଡା, ଅଖିଳ ରଞ୍ଜନ ପଟ୍ଟନାୟକ, ସୁଶାନ୍ତ ଗୁରୁ, ତାପସ କୁମାର ଦାସ, ଦିଲୀପ କୁମାର ବଘାର, ସୁରେଖା ସାହୁ
ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

ସେହିପରି ଉତ୍ତରାଂଚଳ ରାଜସ୍ବ କମିଶନରଙ୍କୁ ପଶ୍ଚିମାଞ୍ଚଳ ପିପୁଲ୍ସ ଫୋରମ୍ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ନୁଆଁଖାଇ ପରବର୍ତ୍ତୀ ଦିନକୁ ସମଗ୍ର ପଶ୍ଚିମ ଓଡ଼ିଶାରେ ସରକାରୀ ଛୁଟି ଘୋଷଣା କରିବାକୁ ଦାବି କରାଯାଇଛି।
ଏପରିକି ନୁଆଁପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଛୁଟୀ ପାଇଁ ଦାବି କରି ଫୋରମର ଭକ୍ତ ପ୍ରସାଦ ନନ୍ଦ,ହିଣ୍ଡାଲକୋ ର ପୂର୍ବତନ ସଭାପତି ଇଂ ସୁଶାନ୍ତ ଗୁରୁ,ସମାଜ୍‌ସେବୀ ଭାରତୀ ପଣ୍ଡା,ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀର ପୁରସ୍କାରପ୍ରାପ୍ତ ସଂଗୀତଜ୍ଞ ମୋତିଲାଲ୍‌ ଦୋରା ଓ ଫୋରମର ଆବାହକ ଡ. ସପନ ମିଶ୍ର ଏହି ଦାବିପତ୍ର ପ୍ରଦାନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories