Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ଗାଁରେ କଳଙ୍କ:ନାବାଳିକାଙ୍କୁ ଗଣ ଦୁଷ୍କର୍ମ, ୩ ଗିରଫ, ୨ ଫେରାର

ସମ୍ବଲପୁର:ସମ୍ବଲପୁର ଜିଲ୍ଲାରେ ଘଟିଛି ପୁଣି ଏକ ଅଭାବନୀୟ ଘଟଣା। ଗତକାଲି ସନ୍ଧ୍ୟାରେ ଶୌଚ ହେବାକୁ ଯାଇ ଜଣେ ନାବାଳିକା ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି। ଘଟଣାକୁ ଗୁରୁତର ସହିତନେଇ ପୋଲିସ ସବୁକାମକୁ ପଛରେ ପକାଇ ତ୍ୱରିତ ଏଦିଗରେ ପଦକ୍ଷେପ ନେଇ ୩ ଜଣ ଦୁଷ୍କର୍ମକାରୀଙ୍କୁ ଗିରଫ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଅନ୍ୟ ୨ ଜଣ ଫେରାର ରହିଛନ୍ତି।ଘଟଣା ଘଟିଛି ଜୁଯୋମୁରା ଥାନା ଅଞ୍ଚଳରେ।

ସ୍ଥାନୀୟ ପୋଲିସ ଏହି ବାବଦରେ କୌଣସି ମୁହଁ ଖୋଲୁନଥିବା ବେଳେ ଜିଲ୍ଲା ଏସପି ମୁକେଶ କୁମାର ଭାମୁ ଏନେଇ ଗଣମାଧ୍ୟମ କୁ ସୂଚନା ଦେଇ କହିଛନ୍ତିଯେ, ଗତକାଲି ସନ୍ଧ୍ୟା ପାଖାପାଖି ସାଢେ ୬ ରୁ ୭ ଟା ମଧ୍ୟରେ ଏହି ଘଟଣା ଘଟିଛି। ଜୁଯୋମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତର ଶୀତଲେନପାଲି (ଦୁମ୍ବୁରୀ ପଡ଼ା)ର ଜଣେ ନବମ ଶ୍ରେଣୀରେ ପାଠ ପଢୁଥିବା ଏକ ନାବାଳିକା ଶୌଚ ହେବାକୁ ଯିବା ସମୟରେ ଏହି ଗଣ ଦୁଷ୍କର୍ମ ର ଶିକାର ହୋଇଥିଲେ। ନିଛାଟିଆ ସୁଯୋଗ ଦେଖି ସେହି ଗାଁର ୩ ଜଣଙ୍କ ସହ ପଡୋଶୀ ଗାଁ ଡୁଡ଼କାପାଲି ଗାଁ ର ୨ ଜଣ ଏପରି ୫ ଜଣ ଏହି କୋମଳମତୀ ନାବାଳିକା ଉପରେ ପାଶବିକ ଅତ୍ୟାଚାର କରାଯାଇଥିବା ନେଇ ଗତ ରବିବାର ରାତିରେ ଥାନାରେ ପରିବାର ଲୋକ ଜୁଯୋମୁରା ଥାନାରେ ଅଭିଯୋଗ କରିବା ପରେ ଏଫଆଇଆର ଆଧାରରେ ପୋଲିସ ରାତି ଅଧିଆ ରେଢ଼ାଖୋଲ ଡ଼ିଏସପି ଙ୍କ ସହ ଚଢ଼ାଉ କରି ମୁଖ୍ୟ ଆସାମୀ ଙ୍କ ସହ ସେହି ଗାଁର ୩ ଜଣଙ୍କୁ ଗିରଫ କରିଥିବା ବେଳେ ପଡୋଶୀ ଗାଁର ଅନ୍ୟ ୨ ଜଣ ଫେରାର ରହିଛନ୍ତି। ପୋଲିସ ଥାନାରେ ଜଣଙ୍କ ନାମ ଉଲ୍ଲେଖକରି ଅନ୍ୟ ମାନେ ସମ୍ପୃକ୍ତ ଥିବା ଏଫଆଇଆର ଦର୍ଶାଇଛନ୍ତି। ଅନ୍ୟ ପକ୍ଷରେ ପୋଲିସ ଧର୍ଷିତା ନାବାଳିକାର ଡାକ୍ତରୀ ମାଇନା କରିବା ସହିତ ଚିକିତ୍ସା ପାଇଁ ବୁର୍ଲା ଭିମାସର ନେଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି। ଘଟଣାଟି ସ୍ବର୍ଶ କାତର ହୋଇଥିବାରୁ ସ୍ଥାନୀୟ ପୋଲିସ ଉଚ୍ଚ ପଦାଧିକାରୀଙ୍କ ସହିତ ଘଟଣା ବିଷୟରେ ଉଚ୍ଚ ସ୍ତରୀୟ ତଦନ୍ତ କରୁଥିବା କହିଛନ୍ତି।ଏହି ଘଟଣାକୁ ଗୁରୁତର ସହିତ ଜିଲ୍ଲା ପୋଲିସ ଗ୍ରହଣ କରିବା ସହ ବହୁତ ଶୀଘ୍ର ଚାର୍ଚ୍ଚ ସିଟ ଦାଖଲ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories