ଛୁରି ରେ ମରଣାନ୍ତକ ଆକ୍ରମଣ, ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କୋର୍ଟ ଚାଲାଣ; ଗାଁ ଲୋକ କାବୁ କରି ପୋଲିସ କୁ ହସ୍ତାନ୍ତର


ଜମନକିରା : ଜମନକିରା ଥାନା ଗୌଡପାଲି ଫାଣ୍ଡି ଅନ୍ତର୍ଗତ ଥପାପଡ଼ା ର ସୁମିତ ବଛା (୩୫) ଆଜି ସକାଳ ସାଢେ଼ ୯ଟା ସମୟରେ ନିଜ ଦୋକାନ ରେ ବସିଥିଲେ। ଏହି ସମୟରେ ଦୁଇଟି ବାଇକ୍ (ଓଡ଼ି ୧୫ ଏକ୍ସ ୪୦୩୫) ଏବଂ ( ଓଆର୍ ୧୫ ଏମ ୭୨୫୧) ପୂଲ୍ସର୍ ବାଇକ୍ ରେ ଜମନକିରା ଥାନା ଟିକିଲିପଡ଼ା ଗାଁର ରାଜୁ ମହାନନ୍ଦ, ସମ୍ବଲପୁର ପୁଟିବନ୍ଧ ର ଅମୂଲ୍ୟ ମହାରଣା, ମୁଢେନପାଲି ଗାଁର ଅଜିତ ଗର୍ଡିଆ ଏବଂ ଚନ୍ଦନ ମଗର ପହଞ୍ଚିଥିଲେ। ସୁମିତ କୁ ଏକ ଚୁରି ଦେଖେଇ ଗାଳି ଗୁଲଜ କରି ଛୁରୀରେ ଆକ୍ରମଣ କରିଥିଲେ। ଏଥିରେ ସୁମିତ ଗୁରୁତର ହୋଇଥିବା ବେଳେ ପାଖରେ ଛିଡ଼ା ହୋଇଥିବା ସୁମିତ ର ବାପା ପ୍ରତିରୋଧ କରିଥିଲେ। ଏଥିରେ ଉତଖିପ୍ତ ହୋଇ ସୁମିତ ର ବାପାଙ୍କୁ ମଧ୍ୟ ଆକ୍ରମଣ କରିବା ବେଳେ ହୋଲ୍ଲ ଗୋଳ୍ଳା ହୋଇଥିଲା। ପାଟି ଶୁଣି ଗାଁଲୋକ ଦୌଡ଼ି ଆସି ୪ ଜଣଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ୩ ଜଣ ଦୌଡ଼ି ପଲେଇଥିଲେ। କିନ୍ତୁ ଚନ୍ଦନ କୁ କାବୁ କରିବାରେ ସକ୍ଷମ ହୋଇ ପୋଲିସ କୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଚନ୍ଦନ କୁ ଗିରଫ କରିଥିଲେ। ସେଠାରୁ ଦୁଇଟି ବାଇକ୍ ଓ ଗୋଟିଏ ଛୁରୀ ଜବତ କରିଥିଲେ। ଏନେଇ ଜମନକିରା ଥାନା କେସ ନ. ୧୪୩/୧୮( ୧୨୬(୨)/୨୯୬/୧୧୫/(୨)/୧୧୮(୨)/୩୫୧(୨)୧୦୯(୧)/୩(୫) ବିଏନଏସ ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ପୋଲିସ ର ସୂଚନା ଅନୁଯାଇ ଏକ ବାଇକ ଗତ ୩ ଦିନ ତଳୁ ସୁମିତ ର ଚୋରି ହୋଇଥିଲା। ଏନେଇ ଜମନକିରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ସନ୍ଦେହ କରି କିଛି ଜାଗାରେ ଚଢ଼ାଉ ଓ ଯାଞ୍ଚ କରିଥିଲା। ଏହି ରାଗରେ ଉକ୍ତ ୪ ଜଣ ଯୁବକ ସୁମିତ କୁ ଆଜି ସକାଳେ ଆକ୍ରମଣ କରିଥିଲେ। ସୁମିତ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଥାନାରେ ଅଭିଯୋଗ କରିଥିଲେ।