Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ଵଭାବ କବି ଗଙ୍ଗାଧର ଜୟନ୍ତୀ ଓ ଡ଼ଃ. ଦିପେନ ପଟ୍ଟନାୟକଙ୍କ ପୁସ୍ତକ ଲୋକାର୍ପଣ ସହ କବିତା ପାଠୋତ୍ସବ

ସମ୍ବଲପୁର: ସମ୍ବାଦ ସାହିତ୍ୟ ଘର ଆନୁକୁଲ୍ୟ ରେ ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ରବିବାର ଦିନ ଅନୁଷ୍ଠିତ ହୋଇଥିଲା । ଏହି ଅବସର ରେ ଡ଼ ଦୀପେନ କୁମାର ପଟ୍ଟନାୟକ ଙ୍କ କବିତା ପୁସ୍ତକ ‘କିଛି ଖରା କିଛି ଛାଇ’ ଲୋକାର୍ପିତ ହୋଇଥିଲା । ସାହିତ୍ୟ ଘର ର ସଭାପତି ପ୍ରଧାପକ ଅଖିଳ ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଜୟନ୍ତୀ ସଭାରେ ମୁଖ୍ୟ ଅତିଥି ଭାବରେ ସମ୍ବାଦ ସମ୍ବଲପୁର ସଂସ୍କରଣ ର ମୁଖ୍ୟ ପ୍ରବନ୍ଧକ ସୁବ୍ରତ ନାୟକ ଯୋଗ ଦେଇ ସ୍ୱଭାବ କବି ଙ୍କ ବୈଶିଷ୍ଟତା ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଭାବରେ ସମ୍ବଲପୁର ସରକାରୀ ମହାବିଦ୍ୟାଳୟ ର ଓଡିଆ ଅଧ୍ୟାପିକା ଶୁଭସ୍ମିତା ମହାପାତ୍ର ଯୋଗ ଦେଇ କବି ଗଙ୍ଗାଧର ଙ୍କ ତପସ୍ଵିନୀ ଓ ପ୍ରଣୟ ବଲ୍ଲରୀ କାବ୍ୟ ର ମହତ୍ତ୍ୱ ବିଷୟ ରେ ଆଲୋଚନା କରିଥିଲେ । କବି ଡ଼ଃ ଦୀପେନ୍ କୁମାର ପଟ୍ଟନାୟକ ନିଜ କବିତା ପୁସ୍ତକ ସମ୍ପର୍କରେ ଆଲୋକପାତ କରିଥିଲେ । ସୁଷମା ପ୍ରଧାନ ଙ୍କ ସଂଯୋଜନା ରେ ଆୟୋଜିତ କବିତାପାଠ କାର୍ଯ୍ୟକ୍ରମ ରେ ପ୍ରାୟ ତିରିଶ ଜଣ କବି ଓ କବିୟତ୍ରୀ ସ୍ଵରଚିତ କବିତା ପାଠ କରିଥିଲେ । ସାହିତ୍ୟଘର ର ସମ୍ପାଦକ ଡ଼ ଗୋବିନ୍ଦ ମହାରଣା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ କମଳ ଲୋଚନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

‘କିଛି ଖରା କିଛି ଛାଇ’ ଉନ୍ମୋଚିତ ହେବାପରେ ସୋମବାର ଦିନ ସମ୍ବଲପୁର ସ୍ଥିତ ବୈଦିକ ବିହାର ର ତୁଷ୍ଟି ନିଳୟ ଠାରେ କବିଙ୍କୁ ତାଙ୍କ ବନ୍ଧୁ ପରିଜନ ତଥା ବିଶିଷ୍ଠ ନାଗରିକ ମାନେ ସମ୍ବର୍ଦ୍ଧନା କରିଛନ୍ତି। କବି ଦୀପେନ୍ ପଟ୍ଟନାୟକ ତାଙ୍କ ପୁସ୍ତକ କୁ ମହିୟସୀ ମହିଳା ତଥା ବରିଷ୍ଠ ନାଗରିକ ନଳିନୀ ପ୍ରଭା ମହାନ୍ତି ଙ୍କ କରକମଳ ରେ ଅର୍ପଣ କରିଥିଲେ । ରଶ୍ମିତା ମହାନ୍ତି ଓ ପ୍ରହଲ୍ଲାଦ ମାଝୀ ଙ୍କ ପରିଚାଳନା ରେ ଏକ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ଇଂ ଦୀନେଶ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ । କବି କ୍ଷମାନିଧି ଭୋଇ, ମାହେଶ୍ଵରୀ ପ୍ରସାଦ ପାଣିଗ୍ରାହୀ, ଅଖିଳ ବିଶ୍ୱାଳ,ଡ଼ ଗୋବିନ୍ଦ ରଣା, ଡ଼ ପ୍ରଦୀପ କୁମାର ପଣ୍ଡା, ସିଦ୍ଧାର୍ଥ ପଣ୍ଡା, ଗତିକୃଷ୍ଣ ପଣ୍ଡା, କମଳ ଲୋଚନ ପଣ୍ଡା, ସୁଶାନ୍ତ ଗୁରୁ, ନିଶିକାନ୍ତ ବିଶ୍ୱାଳ, ଡ଼ଃ ପରେଶ ଚନ୍ଦ୍ର ଦାନୀ, ପ୍ରମୋଦ ପଟ୍ଟନାୟକ, ଅନୁପମା ବିଶ୍ୱାଳ, ଶିଶିର କର, ଡ଼ ଅଶ୍ୱିନୀ ସୁପକାର, ସଙ୍ଗୀତା ନାୟକ ଓ କରୁଣାକର ସୁପକାର ପ୍ରମୁଖ ଡ଼ ଦୀପେନ୍ କୁମାର ପଟ୍ଟନାୟକ ଙ୍କ କାବ୍ୟ କୃତୀ କୁ ପ୍ରଶଂସା କରିଥିବା ବେଳେ ପଙ୍କଜିନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories