Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ଜୁନିୟର ରେଡ଼କ୍ରସ କାର୍ଯ୍ୟକାରିଣୀ ବୈଠକ

ସମ୍ବଲପୁର:ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମ୍ବଲପୁର ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ ଜୁନିୟର ରେଡ଼କ୍ରସ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସଭାକକ୍ଷ ଠାରେ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ରେଡ଼କ୍ରସ ସେକ୍ରେଟାରୀ ଶ୍ରୀମତୀ ରୋଜାଲିନ ତୀର୍କୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଉକ୍ତ ସଭାରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀମତୀ ସୁଜାତା ପଟ୍ଟନାୟକଏବଂ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଫିସର ବିଶ୍ଵାମିତ୍ର ଦୀପ ଏବଂ ସିନ୍ଦୁରପଙ୍କ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମୀରା ପଟେଲ .ପ୍ରମୁଖ ମଂଚାସୀନ ହୋଇଥିଲେ।ଏହି ସଭାରେ ଚଳିତ ଶିକ୍ଷା ବର୍ଷ ପାଇଁ ସିନ୍ଦୁରପଙ୍କ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜୁନିୟର କ୍ୟାମ୍ପ ଅନୁଷ୍ଠିତ ହେବାର ସ୍ଥିରୀକୃତ ହୋଇଥିଲା। ଶିକ୍ଷା ବିଭାଗ କର୍ମଚାରୀଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ରକ୍ତ ଦାତା ଗ୍ରୁପ ଗଠନ, ବୃକ୍ଷ ରୋପଣ ଏବଂ ସଡ଼କ ସୁରକ୍ଷା ସଚେତନତା ଏବଂ ସମସ୍ତ ବିଦ୍ୟାଳୟରେ ରେଡ଼କ୍ରସ କ୍ଲବ ଗଠନ ପାଇଁ ଗୁରୁତ୍ବ ଆରୋପ କରାଯାଇଥିଲା।ଉକ୍ତ ସଭାରେ ପ୍ରତ୍ୟକ ବ୍ଲକରୁ ନଅ ଜଣ ଜୁନିୟର ରେଡ଼କ୍ରସ ସଂଯୋଜକ ଯୋଗ ଯୋଗ ଦେଇଥିବା ବେଳେ ରାଜ୍ୟ ସ୍ତରୀୟ ପ୍ରାଥମିକ ସହାୟତା ପ୍ରଶିକ୍ଷକ ସତ୍ୟରଞ୍ଜନ ପଣ୍ଡା, ଆନନ୍ଦ ଡନସନା ଏବଂ ପ୍ରତାପ ସେନାପତି ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories