ଭାରତୀୟ ତୈଳ ନିଗମ ପରିସରରେ ବିପର୍ଯାୟ ପ୍ରଶମନ ପ୍ରଶିକ୍ଷଣ କାର୍ଯକ୍ରମ ଅନୁଷ୍ଠିତ


ସମ୍ବଲପୁର:ନକ୍ସାପାଲି ସ୍ଥିତ ଭାରତୀୟ ତୈଳ ନିଗମ ଠାରେ ରାଷ୍ଟ୍ରୀୟ ପ୍ରତିକ୍ରିୟା ବଳ (ଏନ୍‌ଡିଆରଏଫ୍) ଦ୍ୱାରା ବିପର୍ଯାୟ ପ୍ରଶମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ଦୁର୍ଘଟନା ସମୟରେ ଅନେକ କ୍ଷୟ କ୍ଷତି ହୋଇଥାଏ ତଥା ଧନଜୀବନ ନଷ୍ଟ ମଧ୍ୟ ହୋଇଯାଇଥାଏ l ତେଣୁ ଏହି ବିପର୍ଯାୟ ସମୟରେ କ୍ଷୟ କ୍ଷତି କୁ ପ୍ରଶମିତ ଜାରିବା ପାଇଁ କଣ କଣ ସଚେତନତା ଅବଲମ୍ବନ କରିବା ସହ ଓ ସଜାଗ କରିବା ଉଦ୍ଦେଶ୍ୟରେ ଏକ ବିପର୍ଯୟ ପ୍ରଶମନ କାର୍ଯ୍ୟକ୍ରମ( ଫେମେକ୍ସ) ଅନୁଷ୍ଠିତ ହୋଇଥିଲା l
ଏହି କାର୍ଯ୍ୟକ୍ରମରେ ଇନିସ୍ପେକ୍ଟର ଅଭିଜିତ ସାହୁ, ସବ୍-ଇନିସ୍ପେକ୍ଟର ଅଭିଷେକ ଶର୍ମା, ଏବଂ ବୈଷୟିକ ଟିମ୍ ସଦସ୍ୟ ରାଜେନ୍ଦ୍ର, ପ୍ରଭାତ ପଟେଲ, ତୁଳସୀ, ବିଜୟ, ଓ ସମ୍ଭମୂର୍ତ୍ତି, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଗୀତାଞ୍ଜଳି ସା , ଅତିରିକ୍ତ ନିର୍ଦେଶକ (ଫେକ୍ଟ୍ରି ଓ ବୋଏଲର) ଉମାକାନ୍ତ ସାମନ୍ତ ସଦର ଏସ.ଡ଼ି.ପି.ଓ. ତୋଫାନ ବାଗ, ସହକାରୀ ଅଗ୍ନିଶମ ଅଧିକାରୀ ସୁଦାମ କିସ୍କୋ ପ୍ରମୁଖ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ l
କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀମାନେ ପ୍ରଥମିକ ଚିକିତ୍ସା, ସି.ପି.ଆର., ବାୟୁ ରେ ବାହ୍ୟ ବସ୍ତୁ କୁ ନିଜକୁ ରକ୍ଷା କରିବାର ଉପାୟ,ନିଆଁ କୁ ପ୍ରତିହତ କରିବାର ଉପାୟ, ସାପ କାମୁଡ଼ିଲେ ପ୍ରତିକ୍ରିୟା, ଓ ବିପଦ ସମୟରେ ଉଦ୍ଧାର ପ୍ରବନ୍ଧନ ବିଷୟରେ ତାଲିମ ଓ ଅଭ୍ୟାସ ଗ୍ରହଣ କରିଥିଲେ l
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦ୍ୱାରା ଦୁର୍ଘଟନା ଓ ଆପାତକାଳୀନ ପରିସ୍ଥିତିରେ ସଚେତନ ରହି ଜୀବନ ରକ୍ଷା କୌଶଳ ଉପରେ ନିଜକୁ ତୈୟାର କରିବା l ଏହି ପଦକ୍ଷେପ ଜନସାଧାରଣ ମଧ୍ୟରେ ଆପଦ ବ୍ୟବସ୍ଥାପନ ସମ୍ପର୍କରେ ସଚେତନତା ବୃଦ୍ଧି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ l
ତେଣୁ କୌଣସି ବିପର୍ଯ୍ୟାୟ କୁ ସାମ୍ନା କରିବା ପୂର୍ବରୁ ଏହି ପ୍ରକାର ପ୍ରସ୍ତୁତି ଥିଲେ ବିପର୍ଯାୟ ପ୍ରଶମନ ହୋଇପାରିଥାଏ l ତେଣୁ, ସମସ୍ତେ ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ଏନ.ଡ଼ି.ଆର.ଏଫ. ର ଅଧିକାରୀ ମାନେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।