ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେଞ୍ଜ ଅନ୍ତର୍ଗତ ପିତାମହୁଲ ପଞ୍ଚାୟତ ର ଦୁରଦୁରା ଗ୍ରାମ ନିକଟସ୍ଥ ମହାନଦୀ ଘାଟ ରେ କୁମ୍ଭୀର ଦେଖିବାକୁ ମିଳିଛି । ଫଳରେ ନଦୀକୁ ଗାଧୋଇ ଯାଉଥିବା ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ସୂଚନା ଅନୁସାରେ ସୋମବାର ପୂର୍ବାହ୍ନ ରେ କେତେକ ମତ୍ସ୍ୟଜୀବୀ ମହାନଦୀ କୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ନଦୀ ର ଦୁରଦୁରା ମହାନଦୀ ଘାଟ ରେ ଏକ କୁମ୍ଭୀର ଦେଖିବାକୁ ପାଇଥିଲେ। ଫଳରେ ସେମାନେ ନଦୀରୁ ଫେରି ଆସିଥିଲେ। ସେହି ସମୟ ରୁ ଲୋକେ ଆଉ ନଦୀ କୁ ସ୍ନାନ ଶୌଚ ପାଇଁ ଯାଇ ନ ଥିଲେ। ସୂଚନା ପାଇ ବୀରମହାରାଜପୁର ଅତିରିକ୍ତ ବନ ସଂରକ୍ଷକ ତଥା ବରପ୍ରାପ୍ତ ରେଞ୍ଜର ଅବିନାଶ ବରିହା ଓ ଅନ୍ୟ ବନ କର୍ମଚାରୀ ଙ୍କ ସହିତ ଘଟଣା ସ୍ଥଳକୁ ଯାଇ ସ୍ଥିତି ନିରୀକ୍ଷଣ କରିଥିଲେ। ପରବର୍ତ୍ତୀ ସମୟର ଦୁରଦୁରା ବନପାଳ ଲିଙ୍ଗରାଜ ନାଏକ ଙ୍କ ତତ୍ତ୍ଵାବଧାନରେ ରେ ବନ ବିଭାଗର ଏକ ଟିମ ଯାଇ ଦୁରଦୁରା ଓ ଟେଭାପଦର ସମେତ ନଦୀ ଖଣ୍ଡିରେ ଥିବା ଜନ ବସତି ଅଞ୍ଚଳକୁ ଯାଇ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ନଦୀ କୁ ନ ଯିବାକୁ ସଚେତନ କରିଥିଲେ ।
ଦୂରଦୁରା ମହାନଦୀ ଘାଟରେ କୁମ୍ଭୀର ଦେଖି ଲୋକେ ଆତଙ୍କିତ
