Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ବ୍ଲକ ସ୍ତରୀୟ ସାମାଜିକ, ଜାତୀୟ ଖାଦ୍ୟ ସୁରକ୍ଷା ଓ ସମଗ୍ର ଶିକ୍ଷା ନେଇ ଜନଶୁଣାଣି କାର୍ଯକ୍ରମ ଅନୁଷ୍ଠିତ

ଜମନକିରା : ଆଜି ବୁଧବାର ଦିନ ଜମନକିରା ପଞ୍ଚାୟତ ସମିତି ସଭାଗୃହ ଠାରେ ମନରେଗା, ଜାତୀୟ ଖାଦ୍ଯ ସୁରକ୍ଷା ଆଇନ ଓ ସମଗ୍ର ଶିକ୍ଷ୍ୟା ଯୋଜନାର ବ୍ଲକ ସ୍ତରୀୟ ଜନ ଶୁଣାଣି କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏବିଡିଓ ମହିମା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯକ୍ରମରେ ଜିଲ୍ଲା ସାମାଜିକ ସମୀକ୍ଷକ ଆରତତ୍ରାଣ ଶତପଥି ଜିଲ୍ଲା ସାମାଜିକ ସମୀକ୍ଷକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟଜିତ ସାହୁ, ଅତିରିକ୍ତ କାର୍ଯକ୍ରମ ଅଧିକାରୀ ମନୋଜ କୁମାର ଭୋଇ, ଜମନକିରା ଯୋଗାଣ ନିରିକ୍ଷକ ବିଜଯ କୁଲୁ ପ୍ରମୁଖଙ୍କ ଉପସ୍ଥିତିରେ ସମସ୍ତ ଗ୍ରାମ ରୋଜଗାର ସେବକ, ସମସ୍ତ ଏଡିଇଓ ସମସ୍ତ ଯୋଗାଣ ସହାୟକ, ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ବିଭାଗୀୟ ଅଧିକାରୀ, ଭି.ଆର.ପି., ବ୍ଲକସାମାଜିକ ସମୀକ୍ଷକ, ଜବ କାର୍ଡ ଧାରି ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯକ୍ରମକୁ ଜିଲ୍ଲା ସାମାଜିକ ସମୀକ୍ଷକ ପରିଚାଳନା କରିଥିବା ବେଳେ ଏପିଓ ଭୋଇ ସହଯୋଗ କରିଥିଲେ।କାର୍ଯକ୍ରମ ପ୍ରାରମ୍ଭରେ ଅତିରିକ୍ତ କାର୍ଯକ୍ରମ ଅଧିକାରୀ ସମସ୍ତଙ୍କୁ ସ୍ବାଗତ ଜଣାଇ କାର୍ଯକ୍ରମକୁ ଆରମ୍ଭ କରିଥିବା ସହ ମାନରେଗା ଯୋଜନାର ଅଗ୍ରଗତି ରିପୋର୍ଟ ପଠନ କରିଥିଲେ ଏବଂ କାର୍ଯକ୍ରମକୁ ପରିଚାଳନା କରିଥିଲେ। ଅତିରିକ୍ତ ଗୋଷ୍ଠୀଉନ୍ନୟନ ଅଧିକାରୀ କାର୍ଯକ୍ରମର ଉଦେଶ୍ୟ ବିଷୟରେ ଆଲୋକପାତ କରିବା ସହିର ମନରେଗା ଯୋଜନାର ସଫଳ ରୂପାଯନ ନିମନ୍ତେ ବିଶଦ ଆଲୋଚନା କରିଥିଲେ। କାର୍ଯକ୍ରମରେ ଆରତତ୍ରାଣ ଶତପଥି, ଜିଲ୍ଲା ସାମାଜିକ ସମୀକ୍ଷକ ଶତପଥୀ ଜନ ଶୁଣାଣି ବିଷୟରେ ବିଶଦ ଭାବେ ଆଲୋଚନା କରିବା ସହିତ ମନରେଗା ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ଜନ ଶୁଣାଣି କାର୍ଯକ୍ରମରେ ଆସିଥିବା ବିଭିନ୍ନ ଅଭିଯୋଗର ଗୋଟି ଗୋଟି କରି ପଠନ କରିବା ସହ ସେଗୁଡ଼ିକର ଆଶୁ ସମାଧାନ କରିବା ପାଇଁ ନିର୍ଦ୍ଦେଶ କରିଥଲେ।ଆଜିର ଏହି କାର୍ଯକ୍ରମରେ ମାନରେଗା ଯୋଜନାର ସମୁଦାୟ ମୋଟ ୬୬ ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା। ସେଥିମଧ୍ୟରୁ ଗ୍ରାମ ପଞ୍ଚାୟତର ୪୧ ଗୋଟି, ଉଦ୍ୟାନ ବିଭାଗର 9 ଗୋଟି, ଜଙ୍ଗଲ ବିଭାଗର ଗୋଟି, ମୃତିକା ସରକ୍ଷଣ ବିଭାଗର ୧୦ ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା। ସେହିପରି ଜାତୀୟ ଖାଦ୍ଯ ସୁରକ୍ଷା ଆଇନ- ୨୦୧୩ ଓ ସମଗ୍ର ଶିକ୍ଷା ଯୋଜନାର ଅଭିଯୋଗ ଶୁଣାଣି ହୋଇଥିଲା ଏବଂ ଖିଲାପି ଅଧିକାରୀ ମାନଙ୍କ ଠାରୁ ଅର୍ଥ ଭରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଶେଷରେ ସହକାରୀ ନିର୍ବାହୀ ଅଧିକାରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ