Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ଡାକ୍ତରଖାନାର ଡାକ୍ତର ସମସ୍ୟା ଦୂର ହେଲା, ଆୟୁଷ ଡାକ୍ତରଙ୍କ ବଦଳି ପରେ ଏଲୋପାଥି ଡାକ୍ତରଙ୍କ ହେଡ୍ କ୍ୱାର୍ଟର କି ଡେପୁଟେସନ ହେଲା

ଜମନକିରା : ଜମନକିରା ଡାକ୍ତରଖାନାରେ ଡାକ୍ତର ସମସ୍ୟା ଦୀର୍ଘ ଦିନରୁ ଲାଗି ରହିଥିଲା।ଡାକ୍ତରଖାନାରେ ଏଲୋପାଥି ଡାକ୍ତର ଏବଂ ଆୟୁଷ ଡାକ୍ତରଙ୍କ ମଧ୍ୟରେ ଲାଗି ରହିଥିବା ଅସହଯୋଗ ଯୋଗୁଁ ରୋଗୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏନେଇ ଅଞ୍ଚଳବାସୀ ବାରମ୍ବାର ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ ସମସ୍ୟା ସମାଧାନ ହେଇ ପାରୁନଥିଲା। ଏବେ ସମ୍ୱଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଯୋଗଦାନ କଲାପରେ ଏହାର ଆଶୁ ସମାଧାନ କରି ଜମନକିରା ଡାକ୍ତରଖାନା ରେ ଅବସ୍ଥାପିତ ଡ. ସିଦ୍ଧାର୍ଥ ବେହେରାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଡେପୁଟେସନ ରେ ପଠେଇ ଥିବା ବେଳେ ତାଙ୍କ ସ୍ଥାନରେ ଫାଶିମାଲ ରେ ଅବସ୍ଥାପିତ ସୁରଜ ପଟେଲ ଙ୍କୁ ଜମନକିରା ଡାକ୍ତରଖାନାରେ ଯୋଗଦାନ କରିବା ପାଇଁ ନିର୍ଦ୍ଦେଶ କରିଛନ୍ତି। ସେହିପରି ଦୀର୍ଘ ଦିନରୁ ଏଠାରେ ଆୟୁଷ ଡାକ୍ତର ଥିବା ଡ. ଦିବ୍ୟରଞ୍ଜନ ବେହେରା ଙ୍କୁ ଏଠାରୁ ନାକଟିଦେଉଳ ବାଟଗାଁ କୁ ବଦଳି କରାଯାଇଛି। ତାଙ୍କ ଜାଗାରେ ଏଠାରେ ଆୟୁଷ ଡାକ୍ତର ଡ. ରାମକୃଷ୍ଣ ବେହେରାଙ୍କୁ ନାକଟିଦେଉଳ ରୁ ବଦଳି କରାଯାଇଛି। ଆଜି ଡ. ରାମକୃଷ୍ଣ ଜମନକିରା ଡାକ୍ତରଖାନା ରେ ଯୋଗଦାନ କରିଛନ୍ତି। ଅଞ୍ଚଳବାସୀ ସିଡିଏମଓଙ୍କ ଏଭଳି ଆଶୁ ପଦକ୍ଷେପ କୁ ପ୍ରଶଂସା କରିବା ସହ ଖୁସି ବ୍ୟକ୍ତ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ