Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ୟୁରିଆର କଳାବଜାରି ରୋକିବା ପାଇଁ ପ୍ରଶାସନିକ ପଦକ୍ଷେପ

ସମ୍ବଲପୁର:ୟୁରିଆ ସାରର କଳାବଜାରିକୁ ରୋକିବା ପାଇଁ ବିଳମ୍ଭରେ ହେଲେ ମଧ୍ୟ ସମ୍ବଲପୁର ଜିଲ୍ଲା ପ୍ରଶାସନ ଶେଷରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ୍ୟ ହୋଇଛନ୍ତି।ଚାଷୀ ଓ ଚାଷୀ ସଂଗଠନ ମାନଙ୍କ ଅଭିଯୋଗ ପ୍ରତିଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ବାଟକୁ ଆସି କିଛି ସାର ବ୍ୟବସାୟୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ମିଳିଥିବା ସୂଚନାମତେ ଜିଲ୍ଲାର କେତେକ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ତନଖି କରାଯାଇ ପ୍ରମାଣ ମିଳିବା ପରେ ଧନକଉଡ଼ା ବ୍ଲକ୍‌ରେ ଥିବା ଇଣ୍ଡିଆନ ଏଣ୍ଟରପ୍ରାଇସିସ‌ର ୟୁରିଆ ବିକ୍ରୟ ଲାଇସେନ୍ସ ବାତିଲ କରାଯାଇଛି।ସେହିପରି ଜମନକିରା ବ୍ଲକ୍‌ରେ ଥିବା ରତ୍ନା ଫର୍ଟିଲାଇଜର ଓ ବଳରାମ ନାୟକଙ୍କ ଲାଇସେନ୍ସ ବାତିଲ କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା
ଆଜି ଗଣମାଧ୍ୟମକୁ ସୂଚନା ଦିଆଯାଇଛି।ଜିଲ୍ଲା ପ୍ରଶାସନ କୃଷକମାନଙ୍କ ହିତ ଓ ୟୁରିଆ ବଣ୍ଟନ ପ୍ରକ୍ରିୟାର ସଠିକ୍ ପରିଚାଳନା କରିବାକୁ ଓ ଚାଷୀଙ୍କ ହିତ ପାଇଁ ଏହାର ଯେପରି ଆଗକୁ ସମସ୍ୟା ନଆସେ ସେ ଦିଗରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଥିବା କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ