Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିଳାଙ୍କ ପ୍ରତି ଯୌନ ନିର୍ଯାତନା ଅଭିଯୋଗରେ ଏସ୍‌ଡିସିସି ବ୍ୟାଙ୍କ ମ୍ୟାନେଜର ପ୍ରଭଞ୍ଜନ ମାଝୀ ଗିରଫ

ସମ୍ବଲପୁର: ବ୍ୟାପକ ସଚେତନତା ସତ୍ତ୍ୱେ କମୁନି କାର୍ଯ୍ୟାଳୟ ଭିତରେ ଯୌନ ନିର୍ଯାତନା। ଏଭଳି ଏକ ଘଟଣାରେ ଏବେ ଛନ୍ଦି ହୋଇଛନ୍ତି ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କ ଅଧିନସ୍ଥ ବରଗଡ଼ ଜିଲ୍ଲା ପଦ୍ମପୁର ଶାଖାର ଜଣେ ଅଧିକାରୀ।

ମିଳିଥିବା ସୂଚନା ଅନୁସାରେ ଯୌନ ନିର୍ଯାତନା ମାମଲାରେ ସୋହେଲା ଏସ୍‌ଡିସିସି ବ୍ୟାଙ୍କ ମ୍ୟାନେଜର ପ୍ରଭଞ୍ଜନ ମାଝୀଙ୍କୁ ଗତ ୧୬ ଅଗଷ୍ଟ ୨୦୨୫ ସକାଳ ୧୧ଟା ରେ ସୋହେଲା ପୋଲିସ ବ୍ୟାଙ୍କ ପରିସରରୁ ଗିରଫ କରିଛି । ରାତି ସାରା ପ୍ରଭଞ୍ଜନ ମାଝୀଙ୍କୁ ଥାନାରେ ଜେରା କରି ତାଙ୍କୁ ପୁଣି ପଦ୍ମପୁର ଥାନା କୁ ସ୍ଥାନାନ୍ତରିତ କରାଯାଇଥିଲା । ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କ ପଦ୍ମପୁର ଶାଖାରେ କାର୍ଯ୍ୟରତ ଜଣେ ବିଧବା ମହିଳାକୁ ଯୌନ ଉତ୍ପୀଡନା ଏବଂ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ପୀଡିତା । ନିଜ ପ୍ରତି ନିର୍ଯ୍ୟାତନା ବାରମ୍ବାର ହେବା ଯୋଗୁଁ ଉକ୍ତ ପୀଡିତା ନିଜ ବିଭାଗର ମୁଖ୍ୟ କାର୍ଯ୍ୟାକାରୀ ଅଧିକାରୀ ଭକ୍ତେଶ୍ୱର ମଲ୍ଲିକଙ୍କୁ ତା.୧୯.୦୫.୨୦୨୫ ରେ ଲିଖିତ ଅଭିଯୋଗ କରିଥିବା ସତ୍ତ୍ବେ ଭକ୍ତେଶ୍ୱର ମଲ୍ଲିକ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ଚାରି ମାସ ପୂର୍ବରୁ କରାଯାଇଥିବା ଅଭିଯୋଗ ଉପରେ ଉଚ୍ଚ ପଦସ୍ଥ କର୍ମଚାରୀ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ବରଂ ମ୍ୟାନେଜର ପ୍ରଭଞ୍ଜନ ମାଝୀଙ୍କୁ ପଦ୍ମପୁର ଶାଖା ରୁ ସୋହେଲା ଶାଖା କୁ ବଦଳି କରାଯାଇ ଅପରାଧକୁ ଚପାଇ ଦେବାକୁ ଉଦ୍ୟମ ହୋଇଥିଲା। ଅସହାୟ ହୋଇ ଉକ୍ତ ପିଡିତା ଓଡ଼ିଶା ରାଜ୍ୟ ମହିଳା କମିଶନ ତଥା ରାଷ୍ଟ୍ରିୟ ମହିଳା କମିଶନଙ୍କୁ ଲିଖିତ ଅଭିଯୋଗ କରିଥିବା ଯୋଗୁଁ ମହିଳା କମିଶନର ଙ୍କ ନିର୍ଦ୍ଦେଶ କ୍ରମେ ପ୍ରଭଞ୍ଜନ ମାଝୀ ଙ୍କୁ ୮ ଦଫା ଆଇ.ଟି ଏକ୍ଟ ୨୦୦୦ ର ୬୭ (ଏ) ତଥା ବି.ଏନ.ଏସ୍ ୨୦୨୩ ର ୧୨୬ (୨), ୩୫୧(୨), ୭୫(୨), ୭୫(୩), ୭୬, ୭୮ (୨), ୭୯ ଅନ୍ତର୍ଭୁକ୍ତ ଗିରଫ କରି କୋର୍ଟ ଚାଳାଣ କରାଯାଇଛି । ଏହି ଘଟଣା ପରେ ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କ ଦ୍ଵାରା ସୋହେଲା ବ୍ୟାଙ୍କ ମ୍ୟାନେଜର ପ୍ରଭଞ୍ଜନ ମାଝୀଙ୍କୁ ନିଲମ୍ବନ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ