Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦୁପତ୍ର ଶ୍ରମିକଙ୍କ ସାମାଜିକ ନିରାପତ୍ତା ବଜେଟ ମଞ୍ଜୁରୀ ଅର୍ଥ ୧୨୦ କୋଟି ଟଙ୍କା ଅର୍ଥ ବିଭାଗ କେନ୍ଦୁପତ୍ର ସଂସ୍ଥାକୁ ହସ୍ତାନ୍ତର ଦାବି

ସମ୍ବଲପୁର:ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ କେନ୍ଦୁପତ୍ର ତୋଳାଳୀ, ବନ୍ଧେଇ ଶ୍ରମିକ ଏବଂ ସିଜିନାଲ କର୍ମଚାରୀ ମାନଙ୍କ ସାମାଜିକ ନିରାପତ୍ତା ତଥା କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ଚଳିତ ବଜେଟରେ ୨୦୦ କୋଟି ଟଙ୍କା ପ୍ରାବଧାନ କରିବାକୁ ଦାବି କରିଥିଲେ । ସଂଘର ସଭାପତି ବିଜୟ କୁମାର ମହାନ୍ତି ଏହି ପ୍ରସଙ୍ଗରେ ଜଣାଇଛନ୍ତି ଯେ, ରାଜ୍ୟ ସରକାର ସଂଘର ଏହି ଦାବି ଅନୁଯାୟୀ ଚଳିତ ବର୍ଷର ବଜେଟରେ ୧୨୦ କୋଟି ଟଙ୍କା ଉପରୋକ୍ତ ଶ୍ରେଣୀର ସମସ୍ତ ଶ୍ରମିକ ମାନଙ୍କ ସାମାଜିକ ନିରାପତ୍ତା ପାଇଁ ବଜେଟରେ ପ୍ରାବଧାନ କରିଛନ୍ତି । ଏହା ବିଧାନ ସଭାର ମଞ୍ଜୁରୀ ଲାଭ କରିଛି ।
ଏହି ମଞ୍ଜୁରୀ ପ୍ରାପ୍ତ ୧୨୦ କୋଟି ଟଙ୍କା ଅର୍ଥ ରାଶି ଅର୍ଥ ବିଭାଗ ହାତରେ ଅଛି । ବର୍ତ୍ତମାନ ଏହି ପରିମାଣ ଅର୍ଥ ଜଙ୍ଗଲ ବିଭାଗ ଜରିଆରେ ଅର୍ଥ ବିଭାଗ “କେନ୍ଦୁପତ୍ର ସଂସ୍ଥାର କେନ୍ଦୁପତ୍ର ଉନ୍ନୟନ ପାଣ୍ଠି” କୁ ହସ୍ତାନ୍ତର କରାଯିବାର ସମୟ ଆସି ଯାଇଛି । ଏହି ବଜେଟ ମଞ୍ଜୁରୀ ପ୍ରାପ୍ତ ଅର୍ଥ ” ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ଶ୍ରମିକ କଲ୍ୟାଣ ପାଣ୍ଠି ” ନାମରେ ନାମିତ ହୋଇଛି । ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୀବ କୁମାର ମିଶ୍ରଙ୍କୁ ସଂଘର ସଭାପତି ଶ୍ରୀ ମହାନ୍ତି ତାଙ୍କର ଚିଠି ସଂଖ୍ୟା ୧୯୬ ରେ ଅଗଷ୍ଟ ୨୦ ତାରିଖରେ ମେଲ୍ ତଥା ଚିଠି ଯୋଗେ କେନ୍ଦୁପତ୍ର ସଂସ୍ଥାକୁ ବଜେଟ ମଞ୍ଜୁରୀ ପ୍ରାପ୍ତ ଅର୍ଥ ଯଥାଶୀଘ୍ର ହସ୍ତାନ୍ତର କରିବାକୁ ଜଣାଇଛନ୍ତି । ଏହି ବିଷୟରେ ଏକ ପୂର୍ବ ଚିଠିରେ ଶ୍ରୀ ମହାନ୍ତି ଅର୍ଥ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରସଙ୍ଗ ସହିତ ଅନ୍ୟାନ୍ୟ ପ୍ରସଙ୍ଗ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହା ବ୍ୟତୀତ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଏହି ପ୍ରସଙ୍ଗକୁ ତ୍ୱରାନ୍ୱିତ କରିବାକୁ ଏହାର ପ୍ରତିଲିପିରେ ଜଣାଇଛନ୍ତି । ଉକ୍ତ ୧୨୦ କୋଟି ଟଙ୍କା କେନ୍ଦୁପତ୍ର ସଂସ୍ଥାକୁ ହସ୍ତାନ୍ତର ହେଲେ ଉକ୍ତ ସଂସ୍ଥା ଏହି ସଂସ୍ଥାରେ କାର୍ଯ୍ୟରତ ଲକ୍ଷ ଲକ୍ଷ ତୋଳାଳୀ,ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀଙ୍କ ସାମାଜିକ ନିରାପତ୍ତା ତଥା କଲ୍ୟାଣ ନିମନ୍ତେ ସବିଶେଷ ପ୍ରସ୍ତାବ କରି ସେମାନଙ୍କ ମଧ୍ୟରେ ବଣ୍ଟନର ବ୍ୟବସ୍ଥା କରିବେ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ