ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କୁ ସରକାର ଏବେ ଏନ୍ ଏ ସି ଘୋଷଣା କରିଛନ୍ତି । ଏନେଇ ଅଞ୍ଚଳରେ ଖୁସୀର ଲହରୀ ଖେଳି ଯାଇଥିଲା । ଗୁରୁବାର ବିଧାୟକ ଇ. ରଘୁନାଥ ଜଗଦଲା ବୀରମହରାଜପୁର କୁ ଆସିଲା ପରେ ବୀରମହାରାଜପୁର ତ୍ରିରଙ୍ଗା ମେହେନ୍ତର ( ଘାସି) ସଂଘ ପକ୍ଷରୁ ବିଧାୟକ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସଂଘ ପକ୍ଷରୁ ଗୁନିପଡ଼ା ଠାରୁ ଏକ ବିରାଟ ଶୋଭାଯାତ୍ରାରେ ସଂଘର ଶତାଧିକ ମହିଳା ଓ ପୁରୁଷ ବାଜା ବଜାଇ ବୀରମହାରାଜପୁର ମୁଖ୍ୟ ଛକ ଦେଇ ମୈତ୍ରିସଦନ ପର୍ଯ୍ୟନ୍ତ ନେଇଥିଲେ । ସେଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ମାନ୍ୟବର ବିଧାୟକ ଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ବି ଜେ ପି ସଭାପତି ବେଣୁଧର ଦାସ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବିଜେପି ନେତା ସନ୍ତୋଷ କୁମାର ଭୋଇ , ପୂର୍ବ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷକୁମାରି , ସାଂସଦ ପ୍ରତିନିଧି ନଳିନୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ବୀରମହାରାଜପୁର ଏନ୍ ଏ ସି ଘୋଷଣା ହେବାଦ୍ବାରା ସଂଘର ଲୋକ ମାନେ ତଥା ତାଙ୍କ ଜାତି ସମାଜର ଲୋକ ନିଯୁକ୍ତି ପାରିବେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସଂଘର ସଭାପତି ବିଦ୍ୟାଧର କଟୁଆଳ, ସମ୍ପାଦକ ପବିତ୍ର ବେହେରା , ସଭ୍ୟ ପ୍ରହଲ୍ଲାଦ ନାଏକ , ଗୌର ତାଣ୍ଡିଆ ଙ୍କ ସହିତ ଝାରକୁମୁଣ୍ଡl , ଚମ୍ପାମଲ୍ ଓ ଟାଙ୍ଗରସାହି ର ମେହେନ୍ତର୍ (ଘାସି) ସମାଜ ଲୋକ ସାମିଲ ହୋଇଥିଲେ ।
ବୀରମହାରାଜପୁର କୁ ଏନ୍ ଏ ସି ଘୋଷାଣ ହେବାରୁ ମେହେନ୍ତର ସଂଘ ପକ୍ଷରୁ ବିଧାୟକ ଙ୍କୁ ସମ୍ବର୍ଦ୍ଧନା
