Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତଲାବିରା କୋଇଲା ଖଣିର ସମସ୍ୟା ମାମଲାଉପ ଜିଲ୍ଲାପାଳ ଙ୍କ ଲିଖିତ ପ୍ରତିଶୃତି ପରେ ସ୍ଥଗିତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଙ୍ଗାଲିର ବ୍ଳକ୍ ର ଖିଣ୍ଡା ପଞ୍ଚାୟତବାସୀ ଗତ ଅଗଷ୍ଠ ୧୬ ତାରିଖ ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ର ଦ୍ଵାରସ୍ଥ ହୋଇ ଥିଲା ସୁରେନ୍ଦ୍ର ସାଏ ସେନାର କର୍ମକର୍ତ୍ତା । ହେଲେ କୌଣସି କାମ ନ ହେବାରୁ ଆଜି ସକାଳ ୫ଟାରୁ ତଲାବିରା କୋଇଲା ଖଣିର ମେନ ଗେଟ୍ କୁ ଆସି ଟାଇମ ଆଫିସ ଗେଟ ପାଖରେ ଜଗିବସି ରହିଥିଲେ ଶହ ଶହ ଲୋକ ହେଲେ କମ୍ପାନୀ ଭୟଭିତ ହୋଇ ରାତ୍ରୀରୁ ଟାଇମ ଅଫିସ୍ ବନ୍ଦ କରିଦେଇଥିଲେ। ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲା ର ଲୋକଙ୍କୁ ଛାଡି ଅନ୍ୟ ସମସ୍ତ କର୍ମଚାରୀ ମାନଙ୍କୁ ବାରଣ କରିବାରୁ କିଛି ଲେକ କାମ ନ କରି ଫେରି ଜାଇଥିଲେ । ଜିଲ୍ଲା ପ୍ରଶାସନ ର ସମ୍ମାନ ରଖି ଲୋକେ କାହାର କିଛି କ୍ଷତି କରିନଥିଲେ । ଗତ କାଲି ଜିଲ୍ଲାପାଳ ଙ୍କ ଅଧକ୍ଷତାରେ ସମସ୍ତ ଡିମାଣ୍ଡ ବିଷୟରେ ଆଲୋଚନା ହୋଇଥିବା ଉପ ଜିଲ୍ଲାପାଳ ପୁଷ୍ପାଞ୍ଜଳି ପଣ୍ଡା ପହଞ୍ଚି କହିଥିବା ବେଲେ ଆସନ୍ତା ୨ ତାରିଖରେ ସମସ୍ତ ଉପଯୁକ୍ତ ଦାବି କେମିତି ପୁରଣ ହେବ ସେ ନେଇ ଜିଲ୍ଲା ପ୍ରଶାସନ, କମ୍ପାନୀ କତୃପକ୍ଷ ଓ ସୁରେନ୍ଦ୍ର ସାଏ ସେନା ତଥା ଗ୍ରାମବାସୀଙ୍କ ପ୍ରତିନିଧି ସହ ଆଲୋଚନା କରି ସମାଧାନ ର ପଦ କ୍ଷେପ ନେବାର ଲିଖିତ ପ୍ରତିଶୃତି ପରେ ଲେକେ ଧାରଣାରୁ ଉଠିଥିଲେ । ଦୀର୍ଘ ଦିନରୁ ଲୋକଙ୍କ ମନରେ ଥିବା ଅଶାନ୍ତି ଉଗ୍ର ରୂପ ନେଇଥିବାରୁ ଆଜି ପ୍ରବଳ ବର୍ଷା ପରେ ସବୁ ଗାଁରୁ ଶହ ଶହ ପୁରୁଷ ମହିଳା ପହଞ୍ଚିଥିଲେ ତଲାବିରା କୋଇଳା ଖଣିକୁ । ଏ ନେଇ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ରମେନ୍ଦ୍ର ପ୍ରଧାନଙ୍କୁ ପୂର୍ବରୁ ଜଣାଇଥିବା ଓ ଆଜି କେନ୍ଦ୍ରମନ୍ତ୍ରୀ ଙ୍କ ଦୁଇ ସଚିବ ଙ୍କୁ ଅବଗତ କରିଥିବା କହିଛନ୍ତି ସୁରେନ୍ଦ୍ର ସାଏ ସେନାର କର୍ମକର୍ତ୍ତା। ଜିଲ୍ଲା ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ, ଅତିରିକ୍ତ ଏସ ପି ଶ୍ରୀମନ୍ତ ବାରିକ, ଏ ସ ଡ଼ି ପିଓ ତୋଫାନ ବାଗ ଙ୍କ ସହିତ ଅନେକ ଥାନାଧିକାରୀ ଙ୍କ ସହିତ କିଛି ଅଧିକାରୀ ଓ ଗୋଟିଏ ପ୍ଳାଟୁନ ଫୋର୍ସ ଆଜି ଧାରଣା ସ୍ଥଳରେ ଉପସ୍ଥିତଥିଲେ । ସେହିପରି ସ୍ଥାନୀୟ ଅଞ୍ଚଳରୁ ସୁରେନ୍ଦ୍ର ସାଏଙ୍କ ଦୁଇ ବଂଶଜ ଲାଲ୍ ବିରେନ୍ଦ୍ର ସାଏ ଓ ଖିଣ୍ଡା ପଞ୍ଚାୟତ ସମିତି ସଭ୍ୟା ଅନିତା ସିଂହ,ସାମାଜିକ କର୍ମି ହେମନ୍ତ ରାଉତ,ନବିନ ପ୍ରଧାନ, ଚନ୍ଦ୍ରଶେଖର ରାଉତ,ଟିକୁ ମେହେର,କିଶୋର ସାହୁ,ଉମାକାନ୍ତ ମେହେର,ସୁନିଲ ଦାଶ, ଡୁଲା କାନ୍ତ ବୁଧିଆ,କାଜୁ ବୁଧିଆ, ଅଚ୍ୟୁତ ଖମାରୀ,ଙ୍କ ସମେତ ଖିଣ୍ଡା, ନୁଆଁ ଖିଣ୍ଡା, ଦନ୍ତାମୁରା, ତଳାବିରା, ବୁଧିଆ ପାଲି, ମୁଣ୍ଡାପଡ଼ା, ଲାଣ୍ଡୁପାଲି, ମାତୁଳୁ କେମ୍ପ ଓ ଝାରସୁଗୁଡ଼ା ଜିଲ୍ଲା ମଲଦା, ରାମପୁର ଓ ପତ୍ରାପାଲି ର ପ୍ରମୁଖ ପୁରୁଷ, ମହିଳା ବିସ୍ଥାପିତ ଓ ପ୍ରଭାବିତ ଲୋକ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ