Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରଗଡ଼ ମହିଳା ସମିତିର ଅଭିନବ ଭେଟି:ଆନନ୍ଦ ସେବା ସଦନକୁ ଦେଲେ ନୂଆଖାଇ ଅଢିଆ

ସମ୍ବଲପୁର:ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ପପଙ୍ଗା ସ୍ଥିତ ବୃଦ୍ଧାଶ୍ରମ, ଗୋଶାଳା ଓ ଅନାଥାଶ୍ରମର ସମ୍ମିଳିତ ଆଶ୍ରମ ଆନନ୍ଦ ସେବାଶ୍ରମକୁ ନୂଆଁଖାଇ ଅଢିଆ ପହଞ୍ଚାଇଲା ବରଗଡ଼ ମହିଳା ସମିତି l ସେଠାରେ ଥିବା ୩୦ ଜଣ ଅନ୍ତେବାସୀ ପୁରୁଷ, ମହିଳା, ବାଳିକା ଓ ଶିଶୁଙ୍କ ପାଇଁ ଶାଢ଼ୀ,ଧୋତି, ଗାମୁଛା,ସାର୍ଟ,ସଲୱାର୍,ଶିଶୁ ଡ୍ରେସ ସାଙ୍ଗକୁ ନୂଆଖାଇ ପାଇଁ ଆବଶ୍ୟକ ସମସ୍ତ ରାସନ ସାମଗ୍ରୀ ଓ ପନିପରିବା ଭେଟି ପ୍ରଦାନ କରିଥିଲେ l ସଂଘର ସଭାନେତ୍ରୀ ଅଞ୍ଜନା ଦାସ, ସମ୍ପାଦିକା ସୁଧାଂଶୁବାଲା ଦାଶ ଓ କୋଷାଧ୍ୟକ୍ଷ ମମତା ମିଶ୍ରଙ୍କ ନେତୃତ୍ୱରେ ସମିତିର ୩୦ ଜଣ ସଦସ୍ୟା ଆନନ୍ଦ ସେବା ସଦନ ପରିଦର୍ଶନ ପୂର୍ବକ ସମସ୍ତଙ୍କୁ ନୁଆବସ୍ତ୍ର ଓ ଅଢ଼ିଆ ପ୍ରଦାନ କରିଥିଲେ l
ଏହି ପ୍ରତିନିଧି ଦଳରେ ସୁନିତା,ମନ୍ଦାକିନୀ, ସସ୍ମିତା, କନକ, ମଞ୍ଜୁ,ବାସନ୍ତୀ,ମୀନା,କବିତା,ସବିତା,ରାନି,କମଳିନୀ, ଜୟଗୀଟା,ବୀଣାପାଣି,ସୈବଳିନି,ଗୀତା,ଜୟଶ୍ରୀ ,ନିବେଦିତା,ମୀନାକ୍ଷୀ,ସଂଗୀତା,ସ୍ୱାଧିନୀ,ହାରଜିନ୍ଦର୍, ଦେବେକି, ବିନୋଦିନୀ, ମଞ୍ଜୁ ପ୍ରମୁଖ ଅଢିଆ ପ୍ରଦାନ କରିଥିଲେ। ଅଢ଼ିଆ ପାଇବା ପରେ ଅନ୍ତେବାସୀ ବେଶ ଖୁସି ବ୍ୟକ୍ତ କରିଥିଲେ l
ଆଜିପରି ଦିନରେ ପରିବାର ଠୁ ଦୂରରେ ଥିବା ତଥା ନୂଆଁଖାଇ ପରି ଏକ ଖୁସି ର ଅବସରରେ ଏକତ୍ରିତ ହୋଇ ଉତ୍ସବ ମନେଇବାକୁ ବରଗଡ଼ ମହିଳା ସମିତି ପକ୍ଷରୁ ଏଭଳି ଅଭିନବ ଭେଟି ଉଦ୍ୟମ ପାଇଁ ଅନୁଷ୍ଠାନର ମୁଖ୍ୟ ଆନନ୍ଦ ସେଠ ପକ୍ଷରୁ ଭୁୟସୀ ପ୍ରସଂଶା କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ