Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୀରାକୁଦ:ଖୋଲିଲା ୪ ଗେଟ

ସମ୍ବଲପୁର: ହୀରାକୁଦ ନଦୀବନ୍ଧର ଆଜି ୪ ଟି ଖୋଲିଛି।ହୀରାକୁଦ ଜଳଭଣ୍ଡାରର କ୍ୟାଚମେଣ୍ଟ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଜଳଭଣ୍ଡାରକୁ ଅତିରିକ୍ତ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ପାଇଛି। ଫଳରେ ଜଳଭଣ୍ଡାରର ଜଳପତ୍ତନ ମଧ୍ୟ କ୍ରମଶଃ ବୃଦ୍ଧି ପାଇଛି। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଜଳଧାରଣର ସଠିକ ପରିଚାଳନା ସ୍ବରୂପ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ପାଇଁ ଶନିବାର ପୁଣିଥରେ ହୀରାକୁଦ ଜଳଭଣ୍ଡାରର ସ୍ଲୁଇସ ଗେଟ ଖୋଲାଯାଇଛି। ବାମ ପାର୍ଶ୍ଵରେ ୩ ଓ ଦକ୍ଷିଣ ପାର୍ଶର ଗୋଟିଏ ମିଶି ମୋଟ ୪ଟି ସ୍ଲୁଇସ ଗେଟ୍‌କୁ ଶନିବାର ପୂର୍ବାହ୍ନ ୧୦ଟାରେ ଖୋଲାଯାଇ ଜଳଭଣ୍ଡାରରୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ଆରମ୍ଭ କରାଯାଇଛି। ଏହା ପୂର୍ବରୁ ମହାନଦୀ ଅବବାହିକାରେ ଥିବା ଗ୍ରାମ ଗୁଡ଼ିକରେ ବସବାସ କରୁଥିବା ଲୋକଙ୍କୁ ମହାନଦୀରେ ବନ୍ୟାଜଳ ନିଷ୍କାସନ ନେଇ ଡାକବାଜି ଯନ୍ତ୍ରରେ ସମୃକ୍ତ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଥିଲା।
ଗତ ଜୁଲାଇ ୬ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ଏକକାଳୀନ ୨୦ ଟି ସ୍ଲୁଇସ ଗେଟ ଖୋଲାଯାଇ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପରେ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରୁ ପର୍‌ୟଯାୟକ୍ରମେ ଗତ ଅଗଷ୍ଟ ୩ ତାରିଖରେ ଜଳଭଣ୍ଡାରର ସମସ୍ତ ସ୍କୁଇସ ଗେଟକୁ ବନ୍ଦ କରି ଦିଆଯାଇଥିଲା। ଜଳ ପ୍ରବେଶ ପରିମାଣ ବୃଦ୍ଧି ପାଇବାରୁ ଆଜି ଜଳଭଣ୍ଡାରରୁ ପୁଣିଥରେ ଦ୍ବିତୀୟ ପର୍ଯାୟ ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ମିଳିଥିବା ଶେଷ ସୂଚନା ଅନୁସାରେ ଜଳଭଣ୍ଡାରର ଜଳ ପତ୍ତନ ୬୨୦.୫୦ ଫୁଟ ରହିଥିଲା। ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରହାରି ୨ ଲକ୍ଷ ୫୨ ହାଜର ୪୫୫ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ପ୍ରତି ସେକେଣ୍ଡରେ ହାରାହାରି ୧ ଲକ୍ଷ ଘନଫୁଟ ଅତିରିକ୍ତ ବନ୍ୟାଜଳ ନିଷ୍କାସିତ ହେଉଉଛି। ଜଳଭଣ୍ଡାର ପାଣିପାଗ ନିମନ୍ତ୍ରଣ କକ୍ଷ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜଳଭଣ୍ଡାର ଉପରମୁଣ୍ଡରେ ୨୧.୬୩ ମିଲିମିଟର ଓ ତଳମୁଣ୍ଡରେ ୨୭.୬୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ