ଜାତୀୟ ରାଜପଥ ର ନିର୍ମାଣ କାର୍ଯ୍ୟ ରେ ବିଳମ୍ବ ଯୋଗୁଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ରେଢ଼ାଖୋଲବାସି : ପ୍ରସନ୍ନ ଆଚାର୍ଯ୍ୟ,
ସମ୍ବଲପୁର:ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ରେଢ଼ାଖୋଲ ଦେଇ କଟକ ତଥା ଭୁବନେଶ୍ୱର କୁ ସଂଯୋଗ କରିଛି ଜାତୀୟ ରାଜପଥ l ଏହି ରେଢ଼ାଖୋଲ ସହର ଦେଇ ଏହି ଜାତୀୟ ରାଜପଥ ଯାଇଥିବା ବେଳେ, ବଡ଼ ବଡ଼ ଭାରୀଯାନ ଯାତାୟାତ କରିଥାଏ l ଏହା ଦ୍ୱାରା ସହରବାସୀ ନାହିଁନଥିବା ସମସ୍ୟା ର ସମ୍ମୁଖୀନ ହେଉଛନ୍ତି l
ଏହିପରି ଏହି ଜାତୀୟ ରାଜପଥ ର ୬ ଦଫା କୁ ନେଇ ରେଢ଼ାଖୋଲ ବିଧାୟକ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଙ୍କର ନେତୃତ୍ୱ ରେ ମୁଖ୍ୟ ରାସ୍ତା ଅବରୋଧ କରାଯାଇଥିଲା l
ବିଜୁ ଜନତା ଦଳ ରେଢ଼ାଖୋଲ ପକ୍ଷରୁ ଆୟୋଜିତ ଏହି ରାସ୍ତାରୋକ କାର୍ଯ୍ୟକ୍ରମ ରେ ନିର୍ଦ୍ଧିଷ୍ଟ ସମୟ ରେ ସହର ମୁଖ୍ୟ ରାସ୍ତାରେ ଭାରୀଯାନ ଯାତାୟାତ ବନ୍ଦ କରିବା, ଜାତୀୟ ରାଜପଥ ର ମରାମତି, ଜାତୀୟ ରାଜପଥ ପାଇଁ ବାଇପାସ ର ନିର୍ମାଣ, ହାତିବାରୀ ଟୋଲଗେଟରୁ ସ୍ଥାନୀୟ ଲୋକଙ୍କ ଟୋଲ ଟିକସ ବାତିଲ କରିବା ଭଳି ଦାବିରେ ଶୁକ୍ରବାର ରାସ୍ତା ରୋକ କରାଯାଇଥିଲା। ଏହି ଆନ୍ଦୋଳନ ରେ ରେଢ଼ାଖୋଲ ପଞ୍ଚାୟତ ସମିତି ର ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ସଭାପତି ଉଦିତ ତ୍ରିପାଠୀ ତଥା ଶତାଧିକ ବିଜୁ ଜନତା ଦଳ ର ନେତୃବର୍ଗ ସହ ଜନସାଧାରଣ ସାମିଲ ଥିଲେ l
ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନଏଚଆଇପିଡି, ରେଢ଼ାଖୋଲ ଉପଜିଲ୍ଲାପାଳ, ପୋଲିସ ଏସଡ଼ିଓ ଆଲୋଚନା କରି ଲିଖିତ ପ୍ରତିଶୃତି ଦେବାପରେ ରାସ୍ତାରୋକରୁ ଓହରି ପୁଣି ସ୍ୱାଭାବିକ ଅବସ୍ଥା ଫେରିଥିଲା।