Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୀରାକୁଦରେ କଂଗ୍ରେସ କର୍ମୀଙ୍କ ସାଙ୍ଗଠନିକ ବୈଠକ,ଦଳକୁ ସଂଗଠିତ କରି ସାମାଜିକ କାର୍ଯ୍ୟକୁ ଗୁରୁତ୍ଵ, ବାଣ୍ଟିଲେ ଫଳ ଚାରା

ସମ୍ବଲପୁର : ଆଜି ହୀରାକୁଦ ସହର କଂଗ୍ରେସର କର୍ମୀ କର୍ମକର୍ତ୍ତାଙ୍କ ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ହୀରାକୁଦ ବରିଷ୍ଠ ନାଗରିକ କେନ୍ଦ୍ରରେ ଅନୁଷ୍ଠିତ ଏହି ବୈଠକରେ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ର ସଂଯୋଜକ ଦୁର୍ଗା ପାଢ଼ୀ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ପିସିସି ନିର୍ଦ୍ଦେଶ କର୍ମେ ଦଳକୁ କିପରି ନୂତନ ନେତୃତ ଦିଆ ଯାଇପାରିବ ଓ ଅଧିକ ସଂଗଠିତ କରାଯାଇପାରିବ ସେ ବିଷୟରେ କହିଥିଲେ। ହିଣ୍ଡାଲକୋ ର ହୀରାକୁଦ ପ୍ରତି ଉପେକ୍ଷା ଓ ଅବହେଳା , ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ନ ଦେବା, ହୀରାକୁଦ ସହରର ବିପର୍ଯ୍ୟସ୍ତ ପରିମଳ, ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ସେବା,ପାନୀୟ ଜଳ ସମସ୍ୟା , ରାସ୍ତା ଘାଟ , ମହାନଗର ନିର୍ବାଚନ ନେଇ ଶ୍ରୀ ପାଢ଼ୀ କର୍ମୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଜନ ଆନ୍ଦୋଳନ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଥିଲେ।ଏପରିକି ପର୍ଯ୍ୟାୟକ୍ରମେ ଏସଏମସି, ସିଡିଏମଓ ଓ ହିନ୍ଦାଲକୋ କୁ ଘେରାଉ କରାଯିବ ବୋଲି ଚେତାବନୀ ଦେଇଥିଲେ। ପିସିସି ନିର୍ଦ୍ଦେଶ ମତେ ହୀରାକୁଦ ସହର କଂଗ୍ରେସ ପାଇଁ କର୍ମକର୍ତ୍ତା ଚୟନ ହେବ ବୋଲି କହିଥିଲେ। ଶ୍ରୀ ପାଢ଼ୀ ବରିଷ୍ଠ ମହିଳା କର୍ମୀଙ୍କୁ ଓ ଅନ୍ୟ କର୍ମୀଙ୍କୁ ଲେମ୍ବୁ, ପିଜୁଳି, କରମଙ୍ଗା, ନଡ଼ିଆ ଚାରା ପ୍ରଭୃତି ବଣ୍ଟନ କରିଥିଲେ। ୫ଟି ୱାର୍ଡ ୮,୯,୧୦,୧୧,୧୨ ଗୁଡିକରେ ବ୍ୟାପକ ରୂପେ ବୃକ୍ଷ ରୋପଣ, ସଫେଇ କାର୍ଯ୍ୟକ୍ରମ, ରକ୍ତଦାନ ପ୍ରଭୃତି ନିୟମିତ ବ୍ୟବଧାନରେ ଜିଲ୍ଲା କଂଗ୍ରେସ ପକ୍ଷରୁ କରାଯିବ ବୋଲି ଶ୍ରୀ ପାଢ଼ୀ କହିଥିଲେ। ଏହି ବୈଠକରେ ଆଇସିସି ସମ୍ପାଦକ ଆସଫ ଖାଁ ସ୍ଵତନ୍ତ୍ର ଅତିଥି ରୂପେ ଯୋଗଦେଇଥିଲେ। ଶ୍ରୀ ଖାଁ ଦଳକୁ ଓ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ କୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସମସ୍ତ କର୍ମୀଙ୍କୁ ସମର୍ପିତ ଭାବନା ନେଇ କାମ କରିବାକୁ ଆହ୍ବାନ ଦେଇଥିଲେ। ଭ୍ରଷ୍ଟାଚାରୀ ଲୋକବିରୋଧି ଭୋଟ ଚୋର ବିଜେପି ସରକାରକୁ କେନ୍ଦ୍ର ଓ ରାଜ୍ୟରୁ ହଟାଇବା ପାଇଁ ଆମକୁ ଦିନରାତି ଲୋକଙ୍କ ପାଇଁ କାମ କରିବାକୁ ପଡ଼ିବ ବୋଲି ଶ୍ରୀ ଖାଁ କହିଥିଲେ।
ବରିଷ୍ଠ କଂଗ୍ରେସ ନେତା ରବି ରାଉତ ଏହି ବୈଠକରେ ସଭାପତିତ୍ବ କରିଥିଲେ। ୫ ଜଣ ଡିସିସି ପର୍ଯ୍ୟବେକ୍ଷକ ଶିଵବ୍ରତ ପ୍ରଧାନ, କାଳୁ ସ୍ୱାଇଁ , ସୂତପା ମିତ୍ର, ଏମଡି ମୁକ୍ତାର ଓ ବିରଞ୍ଚି ମହାପାତ୍ର ପ୍ରମୁଖ ଯୋଗ ଦେଇ କର୍ମୀଙ୍କ ମତ ସଂଗ୍ରହ କରିଥିଲେ। ଆଗାମୀ ଦିନରେ ହୀରାକୁଦର ଏସଏମସି ର ୫ଟି ୱାର୍ଡ ବୁଲି ପ୍ରତ୍ୟେକ ୱର୍ଡରୁ ୨୦-୩୦ ସର୍କିୟ କର୍ମୀ ମନୋନୟନ କରିବେ ବୋଲି ପର୍ଯ୍ୟବେକ୍ଷକମାନେ କହିଥିଲେ ଓ ସମସ୍ତଂକ ସମର୍ଥନ ଭିକ୍ଷା କରିଥିଲେ।
କମେଲେଶ୍ୱର୍ ସିଂ, ଶ୍ରୀମତୀ ଯମୁନା ବାଗ, ମଞ୍ଜୁ ହରିପାଲ, ଅଜୟ କୌଶଳ, ମୁସ୍ତାକ ହୁସେନ, ଜିତେନ ମହାନନ୍ଦ, ପ୍ରଶାନ୍ତ ସାମଲ, ଶ୍ରୀମତୀ ଶାନ୍ତିଲତା ତାଣ୍ଡି, ଗଣେଶ ପଲେଇ, ପିଂକୁ ସିଂ, ରଶ୍ମି ରଂଜନ ସ୍ବାଇଁ, ଶ୍ରୀମତୀ ସେବିକା ସାଗର, ସୂତପା ମିତ୍ର ପ୍ରମୁଖ ନିଜ ନିଜ ଅଭିଭାଷଣରେ ମତ ରଖି କଂଗ୍ରେସ ଦଳକୁ ଅଧିକ ଶକ୍ତିଶାଳୀ କରି ଲୋକଙ୍କ ସେବା କରିବା ପାଇଁ ନିବେଦେନ୍ କରିଥିଲେ। ଉପସ୍ଥିତ କର୍ମୀ କର୍ମକର୍ତ୍ତା ହୀରକୁଦ ସହରକୁ ଏକ ସୁନ୍ଦର ଓ ବିକଶିତ ସହରରେ କରିବାରେ ସବୁ ଆବଶ୍ୟକ କାମ କରିବା ପାଇଁ ଶପଥ ନେଇଥିଲେ।ଶେଷରେ ପିସିସି ସଭ୍ୟ ଶ୍ରୀ ଗଣେଶ ପଳେଇ ଧନ୍ୟବାଦ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ