ମନ ଆଉ ମନସ୍ତତ୍ତ୍ୱର ନୂତନ ଦିଗ ସମ୍ପର୍କରେ ଆନ୍ତର୍ଜାତୀୟ ସମ୍ପାନ


ସମ୍ବଲପୁର: ରିଖ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗରେ ଏକ ଆନ୍ତର୍ଜାତୀୟ ସମ୍ପାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୋଷ୍ଟନ୍ ସ୍ଥିତ ସଫୋକ୍ ବିଶ୍ଵବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗର ପ୍ରଫେସର ସୁକନ୍ୟା ରାୟ, ବୋଷ୍ଟନ୍ ସ୍ଥିତ ଇଞ୍ଜିନିୟର୍ ବିକ୍ରମ୍ ରାୟ, ଏନ୍ ଆଇ ଟି , ରାଉରକେଲାର ଆସୋସିଏଟ୍ ପ୍ରଫେସର ରାମକ୍ରିଷ୍ଣ ବିଶ୍ବାଳ, ଏବଂ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ସହକାରୀ ପ୍ରଫେସର ସାୟନ୍ତନୀ ବେହୁରା ଇତ୍ୟାଦି ବକ୍ତାମାନେ ଯୋଗଦାନ କରି ‘ ମନ ଆଉ ମନସ୍ତତ୍ତ୍ୱର ନୂତନ ଦିଗ’ ସମ୍ପର୍କରେ ସେମାନଙ୍କର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ତଥା ମହାବିଦ୍ୟାଳୟରୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ଗବେଷକ ଗବେଷିକା ଉପସ୍ଥିତ ରହି ସକ୍ରିୟ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ବିଭାଗର ସମସ୍ତ ଅଧ୍ୟାପକ,ଅଧ୍ୟାପିକା, କର୍ମଚାରୀ ସହଯୋଗ କରିଥିଲେ।