Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋଲିସ ଜାଲରେ ଧରା ପଡିଲେ ତାର ଚୋର ରେକେଟ, ୫ ଗିରଫ ଙ୍କୁ କୋର୍ଟ ଚାଲାଣ

ସମ୍ବଲପୁର:ଗତ ତିନି ମାସ ହେଲା କୁଚିଣ୍ଡା ଉପଖଣ୍ଡ ରେ ଥିବା ଥାନା ଏରିୟା ରେ ବହୁତ ମାତ୍ରା ରେ ଏଲେକ୍ଟ୍ରୋ ଆଲୁମିନିୟମ ତାର, କପର ତାର, ସେଣ୍ଟିଙ୍ଗ ପ୍ଲେଟ୍, ଲୁହା ପାଇପ୍, ଟ୍ରାନ୍ସଫର୍ମର ଆଦି ଚୋରୀ ହେବାର ଅଭିଯୋଗ ଆସିଥିଲା । ଏହାକୁ କେନ୍ଦ୍ର କରି ଅନେକ ଚୋରୀ କେସ୍ କୁଚିଣ୍ଡା ଉପଖଣ୍ଡ ସ୍ଥିତ ଥାନା ଯଥା କୁଚିଣ୍ଡା, ମହୁଲପାଳି, ଯମନକିରାରେ ବିଭିନ୍ନ ଚୋରୀ କେସ୍ ଦାୟର ହୋଇଥିଲା । ବାରମ୍ବାର ଚୋରୀ ହେବା ଯୋଗୁଁ ସମ୍ବଲପୁର ଏସ୍.ପି. ଶ୍ରୀ ମୁକେଶ କୁମାର ଭାମୁ, ଆଇ.ପି.ଏସ୍.ଙ୍କ ନିର୍ଦେଶ କ୍ରମେ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ଦାସ ଏବଂ ଡି.ଏସ୍.ପି. ଇଞ୍ଚାର୍ଜ କୁଚିଣ୍ଡା ଥାନା ଶ୍ରୀ ବାମଦେବ ଶଙ୍ଖୁଆଲଙ୍କ ପ୍ରତିକ୍ଷ ତତ୍ତ୍ୱାବଧାନ ରେ ଗୋଟିଏ ୯ ଜଣିଆ ଟିମ୍ ଗଠନ କରାଯାଇଥିଲା । ଉକ୍ତ ଟିମ ମ୍ ବିଭିନ୍ନ ସ୍ଥାନ ରେ ଚଢାଉ କରି ଆସାମୀ ମାନଙ୍କ ଠାରୁ ପ୍ରାୟ ୧୦ କୁଇଣ୍ଟାଲ ଆଲୁମିନିୟମ ତାର, ପ୍ରାୟ ୩ କେଜି କପର ତାର, ତରଳା ହୋଇଥିବା ଆଲୁମିନିୟମ ଇଟା ଇତ୍ୟାଦି ଜବତ ହୋଇଅଛି ।

ତଦନ୍ତରୁ ପ୍ରକାଶ ଯେ କୁଚିଣ୍ଡା ର ସୁଶୀଲ କୁମାର ପାଣ୍ଡେ(ଗୁପଚୁପ ବେପାରୀ) ଓ ମନୋଜ କୁମାର ରାୟ(କବାଡି ବେପାରୀ) ଷଡଯନ୍ତ୍ର କରି ସୁନ୍ଦରଗଡ଼ ର ମୀନକେତନ ଓରାମ, ଯମନକିରା ଥାନା ଅନ୍ତର୍ଗତ ବଡଖଳିଆ ଗାଁ ର ତ୍ରିନାଥ ଖୁଡିଡି଼ ଓ ଲକ୍ଷ୍ମୀ ଛେଣ୍ଡିଆ ଓ କୁଚିଣ୍ଡା ଥାନା ଏରିୟା ର ଲେପେଇକାନି ଗାଁ ର ହରେଶ କିଶାନ ଏବଂ ଆହୁରି ଚାରି ପାଞ୍ଚ ଜଣଙ୍କୁ ଡାକି ଇଲେକ୍ଟ୍ରିକ ଆଲୁମିନିୟମ ତାର, କପର ତାର, ସେଣ୍ଟିଙ୍ଗ ପ୍ଲେଟ୍, ଲୁହା ପାଇପ୍, ଟ୍ରାନ୍ସଫର୍ମର ଆଦି ଚୋରୀ କରିବାକୁ ଉସକାଇ ଥିଲେ ଏବଂ କୁଚିଣ୍ଡାକୁ ତାକି ତାଙ୍କର ଖାଇବା ପିଇବା ବନ୍ଦୋବସ୍ତ କରିବା ସହିତ ରହଣି ର ବ୍ୟବସ୍ଥା କରିବା ସହିତ ଦିନରେ ବିଭିନ୍ନ ଜାଗାକୁ ଯାଇ ରେକି କରୁଥିଲେ ଏବଂ ରାତିରେ ଗୋଟିଏ ଟାଟା ଏସ୍ ଗାତି ଓ ତିନୋଟି ମଟରସାଇକେଲ ରେ ଚୋରୀ ଜିନିଷ ସବୁ ଟ୍ରାନ୍ସପୋର୍ଟି କରୁଥିଲେ । ସେମାନେ ତା.୩.୫.୨୦୨୫ ରେ ମହୁଲପାଳି ଥାନା ଅନ୍ତର୍ଗତ ସାଗରପାନି ଗ୍ରାମ ରୁ ୧୨୦ ଗୋଟି ସେଣ୍ଟିଙ୍ଗ ପ୍ଲେଟ୍ ଚୋରୀ କରିଥିଲେ ତା. ୯.୬.୨୦୨୫ ରେ କୁନ୍ତୁରା ବାହାଲ ଗାଁ ରୁ ଲୁହା ପାଇପ୍ ଓ ସେଣ୍ଟିଙ୍ଗ ପ୍ଲେଟ୍ ଚୋରୀ କରିଛନ୍ତି । କୁଚିଣ୍ଡା ଥାନା ଅନ୍ତର୍ଗତ ସୁବନପାଳି, ସାନଜାଟିଆପାଳିରୁ ଟ୍ରାନ୍ସଫର୍ମର ର କପିର ତାର, କୁଚିଣ୍ଡା ବରଘାଟରୁ ଟ୍ରାନ୍ସଫର୍ମର କଏଲ୍ ଚୋରୀ କରିଥିଲେ ଓ ଲାଇକେରା ଥାନା, ଝାରସୁଗୁଡ଼ା ଜିଲ୍ଲାରୁ ଯାମକାନି ଓ ସାହାସପୁର ଏରିଆ ରୁ ତାର ଚୋରୀ କରିଛନ୍ତି ।ଏହି ସବୁ ଚୋରୀ ଘଟଣାକୁ ନେଇ ସେମାନଙ୍କ ନାମରେ କୁଚିଣ୍ଡା ଥାନାରେ ୧୨୪ /୧୦. ୦୫. ୨୦୨୫ ସହିତ ମହୁଲପାଲି ଜମନକିରା, ଲଇକେରା ଥାନାରେ ଏକାଧିକ ମାମଲା ରୁଜୁ ହୋଇଛି।

ଏସଆଇ ଅମର ହୋତା,ଲଭଲି ପ୍ରଧାନ,ଏଏସଆଇ ସୋମନାଥ ବିଶ୍ୱାଳ,ତରୁଣ କିସାନ, ମେଶକ ଗୁରିଆ,ପଙ୍କଜ ଦଣ୍ଡସେନା ସୁଶାନ୍ତ କୁମାର ବରିହା,ବୁଝାବଲ ମାଝୀ,ବନିତା ନାଏକ ଚଢ଼ାଉରେ ସାମିଲ ରହି ସେମାନଙ୍କ ଠାରୁ ୧୦ କ୍ୟୁଣ୍ଟାଲସ ଆଲୁମିନିଅମ ତାର,୦୩ କେଜି କପ୍ପର ତାର, ୩ଟି ମୋଟର ସାଇକଲ, ୩ ଟି କଟର ଓ ୬ ଟି ହ୍ୟାଣ୍ଡ ଗ୍ଲୋଭେସ ଜବତ କରିବାରେ ସଫଳ ହୋଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ