Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାଉଁରପୁର ବ୍ରିଜ ଉପରୁ ପୁଣି ଜଣେ ଛାତ୍ରୀ ନିଖୋଜ

ସମ୍ବଲପୁର:ଆଜି ବଡ଼ିଭୋର ସକାଳ ୫. ୩୦ରୁ ୬ ଟା ମଧ୍ୟରେ ଜଣେ ନବମ ଶ୍ରେଣୀର ଛାତ୍ରୀ ଚାଉଁରପୁର ବ୍ରିଜ ଉପରୁ ପୁଣି ଜଣେ ଛାତ୍ରୀ ନିଖୋଜ ଅଛନ୍ତି।ବ୍ରିଜ ଉପରୁ ମହାନଦୀ କୁ ଦେଇଥିବା ଅନୁମାନ କରାଯାଉଛି।

ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଖୋଜାଖୋଜି ଆରମ୍ଭ କରିଥିଲେ ସୁଦ୍ଧା କୌଣସି ସନ୍ଧାନ ଏଯାଏ ମିଳିନି। ତେବେ ବ୍ରିଜ ନିକଟରୁ ଏକ ସାଇକେଲ ଓ ସେଥିରେ ଥିବା ଏକ ବ୍ୟାଗରୁ ମୋବାଇଲ ପୋଲିସ ଜବତ କରିବା ସହିତ ବ୍ୟାଗ ଭିତରେ ଥିବା ଏକ କାଗଜ ଚିଠାକୁ ନେଇ ନଦୀକୁ ଦେଇଥିବା ଛାତ୍ରୀର ନାମ ଅରିଟା ବିଶି ଓ ସେ ବୁଢାରଜା ବାଳିକା ବିଦ୍ୟାଳୟର ବୋଲି ପ୍ରାରମ୍ଭିକ ତଦନ୍ତରୁ ଜାଣିପାରିଛି। ନିଖୋଜ ଛାତ୍ରୀ ତାଙ୍କ ଭାଇଙ୍କ ସହିତ ଭୀମଭୋଇ ନଗରରେ ରହୁଥିଲେ ବୋଲି ସୂଚନା ମିଳିଛି। ତେବେ ପୋଲିସ ଏଦିଗରେ ଅଧିକ ତଦନ୍ତ କରୁଥିବା ବେଳେ ଅଗ୍ନିଶମ ବିଭାଗ ସହିତ ନିଖୋଜ ଛାତ୍ରୀଙ୍କୁ ଖୋଜାଖୋଜି କରିବାରେ ପୋଲିସ ତାର କାର୍ଯ୍ୟ ଅବ୍ୟାହତ ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ