Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏକ କିଲୋୱାଟ୍ ସୋଲାର ପ୍ୟାନେଲ ମିଳିବ କେବଳ ୮ ହାଜର ୭୪୭ ଟଙ୍କାରେ -ଟିପିଡବ୍ଲୁଓଡିଏଲ୍

ସମ୍ବଲପୁର: ଟିପିଡବ୍ଲୁଓଡିଏଲ୍ ତରଫରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଦ୍ୱାରା ଏ କିଲୋୱାଟ୍ ପର୍ଯ୍ୟନ୍ତ ଚୁକ୍ତି କରିଥିବା ବିଦ୍ୟୁତ୍ ଗ୍ରାହକଙ୍କ ପାଇଁ ଏକ କିଲୋୱାଟର ସୋଲାର ସିଷ୍ଟମର ନୂତନ ଯୋଜନାର ଘୋଷଣା କରାଯାଇଥିଲା । ଏହି ଅବସରରେ କମ୍ପାନୀ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା ଏହି ଯୋଜନା ବାବଦରେ ବିସ୍ତୃତ ବିବରଣୀ ପ୍ରଦାନ କରି ଘୋଷଣା କରିଥିଲେ ଯେ, ପଶ୍ଚିମ ଓଡ଼ିଶାର ଏକ କିଲୋୱାଟ୍ ଚୁକ୍ତି କରିଥିବା ବିଦ୍ୟୁତ୍ ଗ୍ରାହକ ଯଦି ଏକ କିଲୋୱାଟର ରୁପଟପ୍ ସୋଲାର ସିଷ୍ଟମ ନିଜ ଘର ଉପରେ ସ୍ଥାପନ କରିବାକୁ ଚାହାଁନ୍ତି । ତେବେ ସେମାନଙ୍କୁ କେବଳ ୫ ହଜାର ଟଙ୍କା ଏବଂ ସୋଲାର ମିଟର୍ ବାବଦକୁ ୩ ହଜାର ୭୪୭ ଟଙ୍କା ସର୍ବମୋଟ୍ ୮ହଜାର ୭୪୭ ଟଙ୍କା ଦେବାକୁ ପଡ଼ିବ ।
ଗ୍ରାହକମାନେ ଏହି ଯୋଜନା ପାଇଁ ବିଦ୍ୟୁତ୍ ବିତରକ କମ୍ପାନୀକୁ ଏକ ସ୍ୱାକ୍ଷରିତ ସମ୍ମତିପତ୍ର ପ୍ରଦାନ କରିବେ, ଯାହା ଫଳରେ ବିଦ୍ୟୁତ୍ ବିତରକ କମ୍ପାନୀ ସମ୍ପୂର୍ଣ୍ଣ ଯନ୍ତ୍ରପାତି ପ୍ରଥମେ ଗ୍ରାହକଙ୍କ ଛାତ ଉପରେ ସ୍ଥାପନ କରି ଭାରତର ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ୫୫ ହଜାର ଟଙ୍କା(ଭାରତ ସରକାରଙ୍କ ରିହାତି ୩୦ ହାଜର ଏବଂ ରାଜ୍ୟ ସରକାରଙ୍କ ରିହାତି ୨୫ ହଜାର) ଗ୍ରାହକଙ୍କ ତରଫରୁ ପ୍ରାପ୍ତ କରିବେ । ଏହି ସୋଲର ସିଷ୍ଟମ୍ ଲଗାଇ ଗ୍ରାହକ ହାରହାରି ମାସକୁ ୧୦୦ ୟୁନିଟ୍ ବିଜୁଳି ଉତ୍ପାଦନ କରିବା ସହ ବର୍ଷରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲରୁ ବଞ୍ଚାଇ ପାରିବେ ।
ଏତଦ୍ ବ୍ୟତିତ୍ ବିଦ୍ୟୁତ୍ ବିତରକ କମ୍ପାନୀ ତରଫରୁ ସ୍ଥାପନ କରିଯାଇଥିବା ଯନ୍ତ୍ରପାତି ଉପରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ୱାରେଣ୍ଟି ଏବଂ ସ୍ଥାପନ କରାଯାଇଥିବା ସୋଲାର ପ୍ୟାନେଲ ଉପରେ ୨୫ ବର୍ଷ ପର୍ଯ୍ୟନ୍ତ ୱାରେଣ୍ଟ ପ୍ରଦାନ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ଟିପିଡବ୍ଲୁଓଡିଏଲ୍ ତରଫରୁ ପ୍ରକାଶ କରାଯାଇଥିଲା ଯେ, ମଧ୍ୟବିତ୍ତ ପରିବାର, ଯେଉଁମାନେ ଏକକାଳୀନ ଅର୍ଥ ବିନିମୟ କରି ସୋଲାର ପ୍ୟାନେଲ୍ ସ୍ଥାପନ କରିବାକୁ ସକ୍ଷମ ନୁହଁନ୍ତି । ସେମାନେ କେବଳ ୮ ହାଜର ୭୪୭ ଟଙ୍କା ବିନିୟମରେ ଦେଶର ସବୁଜ ବିପ୍ଲବରେ ନିଜକୁ ସାମିଲ କରିପାରିବେ । ଏହା ଗ୍ରାମ, ଜିଲ୍ଲା, ରାଜ୍ୟ ତଥା ଦେଶର ପର୍ଯ୍ୟାବରଣକୁ ସୁରକ୍ଷା ଦେବା ପାଇଁ ଦେଶରେ ଚାଲିଥିବା ସବୁଜ ଶକ୍ତି ଆନ୍ଦୋଳନ ସହ ନିଜକୁ ଭାଗିଦାର କରି ଦେଶର ଉନ୍ନତିରେ ସହଯୋଗ କରିପାରିବେ।
ପ୍ରକାଶଥାଉ କି, ଏହି ଯୋଜନା ଦେଶରେ ପ୍ରଚଳିତ ପିଏମ୍ ସୂର୍ଯ୍ୟଘର ମୁପ୍ତ ବିଜୁଳି ଯୋଜନାର ଏକ ଅଂଶ । ଏହା କେବଳ ଏକ କିଲୋୱାଟ୍ ଚୁକ୍ତି କରିଥିବା ବିଦ୍ୟୁତ୍ ଘରୋଇ ଗ୍ରାହକଙ୍କ ପାଇଁ ଏକ କିଲୋୱାଟ୍ ସୋଲାର ସିଷ୍ଟମ ପାଇଁ ପ୍ରଯୁଜ୍ୟ ଅଟେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ