Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭଲ ଖାଦ୍ୟ ଖାଅ ସୁସ୍ଥ ଜୀବନ ଯାପନ କର

ସମ୍ବଲପୁର: ପବ୍ଲିକ ଲାଇବ୍ରେରୀ ର ନିଜସ୍ୱ ପ୍ରେକ୍ଷାଳୟ ରେ ୨୦୨୫ ବର୍ଷ ପାଇଁ ରାଷ୍ଟ୍ର ନିର୍ମାର୍ଣ ରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ସପ୍ତଦଶ ସପ୍ତାହ ର ଶିକ୍ଷାଦାନ ସମାପନ ହୋଇଯାଇଛି।ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ପ୍ରଥମ ଅଧିବେଶନ ବିଜ୍ଞାନ ଓ ପରିବେଶ ଶିକ୍ଷା ଉପରେ ଆଲୋଚନା ଆରମ୍ଭ କରି ଇଂଜିନିଅର ସୁଶାନ୍ତ କୁମାର ଗୁରୁ ନିରନ୍ତର ବିକାଶ୍ୱ ଉପରେ ସୂଚନା ଦେବାପରେ ଜଳ ସରକ୍ଷଣ ,ଜଳ ଓ କୋଇଲା, ତଥା ଉନ୍ନତ କୃଷି ଉପରେ ଯଥାକ୍ରମେ ଅବିନାଶ ସାହୁ,ପୂଜାରିଣୀ,ସିଦ୍ଧାର୍ଥ ଓ ଆଶୁତୋଷ ପ୍ରମୁଖଦଳଗତ ଭାବେ ନିଜ ନିଜ ପ୍ରକଳ୍ପ ପ୍ରସ୍ତୁତ କରି ଉପସ୍ଥାନ କରିଥିଲେ।
ଦ୍ଵିତୀୟ ଅଧିବେଶନ ରେ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା ଆରମ୍ଭ କରି ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଅଶୋକ କୁମାର ସିଂ ବଂଶଗତ ସ୍ୱାସ୍ଥ୍ୟ ଜନିତ ବିଭିନ୍ନ ରୋଗ ର ଉଦାହରଣ ଦେଇ ମଧୁମେୟ ବଂଶାନୁକ୍ରମେ ହେଉଥିବା ସୂଚନା ଦେଇ ଏହାର ନିରାକରଣ ପାଇଁ ଖାଦ୍ୟ ଉପରେ ସଂଯମତା ରକ୍ଷା କରିବାକୁ ଆହ୍ଵାନ ଦେଇ ଥିଲେ।ଆରମ୍ଭରୁ
ଅନୌପଚାରିକ ଭାବେ ଡାକ୍ତର ଜୟଦେବ ମେହେର ପିଲାଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ। ସଂଯୋଜକ ରାଜେନ୍ଦ୍ର ପଣ୍ଡା ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ ମୌଳିକ ଇଂରାଜୀ ଶିକ୍ଷା ଦେଇଥିଲେ। ଶ୍ରୀ ବିଜୟ ସାହୁ ବୈଷୟିକ ସହାୟତା ପ୍ରଦାନ କରିଥିଲେ। ବିଶିଷ୍ଟ ବ୍ୟକ୍ତି ଭାବେ ସମ୍ପାଦକ ରଘୁନାଥ ମିଶ୍ର, ଡ଼ ଗିରିଧାରୀ ହୋତା,ଓ ଅନେକ ଅବିଭାବକ ଉପସ୍ଥିତ ଥିଲେ।ଆଜିର କାର୍ଯ୍ୟକ୍ରମ ରେ ୧୮ ଟି ବିଦ୍ୟାଳୟ ରୁ ୪୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ