Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୋଜନ ପରିବାର ପକ୍ଷରୁ ଅସହାୟ ପରିବାର ଙ୍କୁ ନୁଆଁ ଖାଇ ଉପହାର

ସମ୍ବଲପୁର : ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ l ତେବେ ସମ୍ବଲପୁର ସହରରେ ଲୋକେ ନୁଆଁଖାଇ ପର୍ବ ପାଳନ ପାଇଁ ସଜବାଜ ହେଉଛନ୍ତି l ଅନ୍ୟପକ୍ଷରେ ସମ୍ବଲପୁର ରେ ଏମିତି କିଛି ଗରିବ ପରିବାର ରହିଛନ୍ତି ଆର୍ଥିକ ଅଭାବ ଯୋଗୁଁ ନୁଆଁ ଖାଇବା ତ ଦୂର କଥା କୌଣସି ପର୍ବ ପାଳନ କରିବା ତାଙ୍କ ପାଇଁ ଏକ ପ୍ରକାର ସ୍ବପ୍ନ ହୋଇଯାଇଛି l ତେବେ ସମ୍ବଲପୁର ରେ ଏହିପରି ପରିବାର ମାନଙ୍କୁ ଚି଼ହ୍ନଟ କରି ତାଙ୍କ ପାଇଁ ସହଯୋଗ ର ହାତ ବଢ଼େଇଛି ଭୋଜନ ପରିବାର l ଆସନ୍ତା କାଲି ନୁଆଁଖାଇ ପର୍ବ ପାଳନ ହେବାକୁ ଥିବା ବେଳେ ଆଜି ଭୋଜନ ପରିବାର ପକ୍ଷରୁ ସମ୍ବଲପୁର ସହରର ବିଭିନ୍ନ ପଡ଼ାରେ ରହୁଥିବା ଅସହାୟ ଗରିବ ପରିବାର ଙ୍କୁ ଚି଼ହ୍ନଟ କରି ନୁଆଁଖାଇ ପାଇଁ ଯାହା ସାମଗ୍ରୀ ଦରକାର ପଡିଥାଏ, ଯଥା ଚାଉଳ, ଅଟା, ସୁଜି, ଡାଲି, ତେଲ, ଲୁଣ, ହଳଦୀ, ଚିନି, ସୋରିଷ, ବେସନ ତଥା କଞ୍ଚା ପନିପରିବା କୁ ମିଶେଇ ୧୭ ଟି ସାମଗ୍ରୀ କୁ ଏକ ବ୍ୟାଗ କରି ୧୭୦ ଗୋଟି ଗିରବ ପରିବାର କୁ ବଣ୍ଟନ କରାଯାଉଛି l ଏହି ଅବସରରେ ଭୋଜନ ପରିବାର ର ମୁଖ୍ୟ ରାମଦାସ ପଣ୍ଡା କହିଛନ୍ତି ଯେ ସମସ୍ତେ ନୁଆଁଖାଇ ପର୍ବ ପାଳନ କରୁଥିବା ବେଳେ ଗରିବ ପରିବାର ମାନେ ଆର୍ଥିକ ଅନଟନ ପାଇଁ ନୁଆଁଖାଇ ପର୍ବ ପାଳନ କରି ପାରୁନାହାନ୍ତି l ତେବେ ଏଥିପାଇଁ ଭୋଜନ ପରିବାର ସମସ୍ତ ସଦସ୍ୟ ମାନେ ଚିନ୍ତା କରି ଏପରି ଏକ ନିଆରା ଛୋଟ ପ୍ରୟାସ ବହୁ ବର୍ଷରୁ ଆରମ୍ଭ କରିଛନ୍ତି l ଗତବର୍ଷ ସମ୍ବଲପୁର, ବୁର୍ଲା, ହୀରାକୁଦ ଅଞ୍ଚଳର ୧୩୦ ଗୋଟି ଗରିବ ପରିବାର ଙ୍କୁ ସାହାଯ୍ୟ କରାଯାଇଥିବା ବେଳେ ଚଳିତ ବର୍ଷ ମଧ୍ୟ ୧୫୦.ଟି ଗରିବ ପରିବାର ଙ୍କୁ ଚି଼ହ୍ନଟ କରି ଭୋଜନ ପରିବାର ପକ୍ଷରୁ ସହଯୋଗ କରାଯାଇଥିବା ନେଇ ସୂଚନା ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ