Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିସିସିଆଇ ସଭାପତି ପଦରୁ ରୋଜର ବିନ୍ନିଙ୍କ ଇସ୍ତଫା, ଜାଣନ୍ତୁ କିଏ ନେଲେ ତାଙ୍କ ସ୍ଥାନ…

ନୂଆଦିଲ୍ଲୀ: ରୋଜର ବିନ୍ନି ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ପରେ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ରାଜୀବ ଶୁକ୍ଳା ବିସିସିଆଇ ସଭାପତି ଦାୟିତ୍ୱ ଭାର ଗ୍ରହଣ କରିବା ନେଇ ସୂଚନା ମିଳିଛି। ବୁଧବାର ରାଜୀବ ଶୁକ୍ଳାଙ୍କ ଅଧ୍ୟକ୍ଷତାରେ ବିସିସିଆଇର ଆପେକ୍ସ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା।

ତେବେ ଏହି ବୈଠକରେ ଡ୍ରିମ୧୧ର ଚୁକ୍ତିନାମାର ଅବଧି ଏବଂ ଆଗାମୀ ଅଢ଼େଇ ବର୍ଷ ପାଇଁ ନୂତନ ପ୍ରାୟୋଜକଙ୍କ ସମ୍ଭାବନା ଉପରେ ଆଲୋଚନା କରାଯାଇଥିଲା। ଏସିଆ କପ୍ ସେପ୍ଟେମ୍ବର ୧୦ରୁ ଆରମ୍ଭ ହେଉଥିବାରୁ ଏତେ କମ୍ ସମୟ ମଧ୍ୟରେ ନୂତନ ପ୍ରାୟୋଜକ ଖୋଜିବା ବର୍ତ୍ତମାନ୍  ଚିନ୍ତା ର ବିଷୟ ପାଲଟିଛି। ଦୁଇ ସପ୍ତାହ ମଧ୍ୟରେ ନୂତନ ଟେଣ୍ଡର ଜାରି କରି ନୂତନ ପ୍ରାୟୋଜକ ବାଛିବା ପାଇଁ ଚେଷ୍ଟା ଚାଲିଥିବା ବୋର୍ଡ ତରଫରୁ କୁହାଯାଇଛି। କେବଳ ଏସିଆ କପ୍ ପାଇଁ ନୁହେଁ ବରଂ ଆଗାମୀ ଅଢ଼େଇ ବର୍ଷ ପାଇଁ ପ୍ରାୟୋଜକ ଖୋଜୁଥିବା ମଧ୍ୟ କୁହାଯାଇଛି। ଯାହାକି ଅକ୍ଟୋବର-ନଭେମ୍ବରରେ ୨୦୨୭ ODI ବିଶ୍ୱକପ୍ ପର୍ଯ୍ୟନ୍ତ ରହିବ। ନୂତନ କ୍ରୀଡ଼ା ନୀତି ପାସ୍ ହେବା ସତ୍ତ୍ୱେ ମଧ୍ୟ ଏହା କାର୍ଯ୍ୟକାରୀ ହେବା ପାଇଁ ଚାରିରୁ ପାଞ୍ଚ ମାସ ସମୟ ଲାଗିବ। ତେଣୁ  BCCI ଆସନ୍ତା ମାସରେ ନିର୍ବାଚନ କରି ବୋର୍ଡରେ ନୂତନ ସଭାପତି ଚୟନ କରିବା ନେଇ ରିପୋର୍ଟରୁ ଜଣାପଡ଼ିଛି।

ତେବେ ବର୍ତ୍ତମାନ ଅବସ୍ଥାରେ ସୁପ୍ରିମକୋର୍ଟର ଲୋଧା କମିଟି ଆଧାରରେ BCCI ସମ୍ବିଧାନ କାର୍ଯ୍ୟ କରି ହେଉଛି। ବିନ୍ନିଙ୍କୁ ବର୍ତ୍ତମାନ୍ ୭୦ ବର୍ଷ ହୋଇଯାଇଥିବାରୁ ସେ bcciରୁ ଇସ୍ତଫା ଦେଇଥିବା ସୂତ୍ରରୁ ଜଣାପଡ଼ିଛି। କାରଣ BCCIର ବର୍ତ୍ତମାନର ନିୟମ ଅନୁଯାୟୀ ଅଧିକାରୀଙ୍କ ସର୍ବାଧିକ ବୟସ ସୀମା ୭୦  ବର୍ଷ ଅଟେ। ଏଥିରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ସଭାପତି ପଦ ପାଇଁ ନିର୍ବାଚିତ କରାଯାଇପାରିବ ନାହିଁ। ବିନ୍ନିଙ୍କୁ ଚଳିତ ବର୍ଷ ଜୁଲାଇରେ ୭୦ ବର୍ଷ ହୋଇଯାଇଥିବା ରିପୋର୍ଟରୁ ଜଣାପଡ଼ିଛି। ତେବେ ଭାରତ ପାଇଁ ୯୯ ମ୍ୟାଚ୍ ଖେଳିଥିବା ରୋଜର ବିନ୍ନି ୧୯୮୩ ବିଶ୍ୱକପରେ ସର୍ବାଧିକ ୱିକେଟ୍ ନେବାର ରେକର୍ଡ ମଧ୍ୟ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ