Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଷ୍ଟ୍ର ନିର୍ମାର୍ଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର:କଠିଣ ପରିଶ୍ରମ ଓ ଦୃଢ଼ ଅଧ୍ୟବସାୟ ରଖ, ବଡ଼ଲୋକ ହେବାର ସ୍ୱପ୍ନ ଦେଖ

ସମ୍ବଲପୁର: ପବ୍ଲିକ ଲାଇବ୍ରେରୀ ର ନିଜସ୍ୱ ପ୍ରେକ୍ଷାଳୟ ରେ ୨୦୨୫ ବର୍ଷ ପାଇଁ ରାଷ୍ଟ୍ର ନିର୍ମାର୍ଣ ରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ସପ୍ତଦଶ ସପ୍ତାହ ର ଯୁବ ପ୍ରଶିକ୍ଷଣ ସମାପନ ହୋଇଯାଇଛି।ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ପ୍ରଥମ ଅଧିବେଶନ ମହାପୁରୁଷ ଙ୍କ ଜୀବନି ପ୍ରସଙ୍ଗ ରେ ଶିକ୍ଷାଦାନ ଆଲୋଚନା ଆରମ୍ଭ କରି ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ରାଜେନ୍ଦ୍ର ପଣ୍ଡା “ମିସାଇଲ ମେନ” ତଥା ପ୍ରାକ୍ତନ ରାଷ୍ଟ୍ରପତି ବୈଜ୍ଞାନିକ ଏପିଜେ ଅବଦୁଲ କାଲାମ ଙ୍କ ସରଳ ନିରାଡ଼ମ୍ବର ଜୀଵନ ଶୈଳୀ ଓ ଆଦର୍ଶ ଉପରେ ବିଶଦ ଆଲୋଚନା କରି କାଲାମ ଙ୍କ ଜୀବନି ରୁ ବିଭିନ୍ନ ଉଦାହରଣ ମାଧ୍ୟମ ରେ ଦୃଢ଼ ଅଧ୍ୟବସାୟ ଓ କଠିଣ ପରିଶ୍ରମ ହିଁ ପିଲାମାନଙ୍କୁ କିପରି ପ୍ରତିକୁଳ ପରିସ୍ଥିତି ରେ ମଧ୍ୟ ଉପରକୁ ଉଠିବାରେ ସହାୟକ ହେବ ତାହା ବୁଝେଇଥିଲେ। ବଡ଼ଲୋକ ହେବା ପାଇଁ ସମସ୍ତେ ସପ୍ନ ଦେଖିବାକୁ ଶ୍ରୀ ପଣ୍ଡା ଆହ୍ୱାନ ଦେଇଥିଲେ।
ଦ୍ଵିତୀୟ ଅଧିବେଶନ ରେ କୌଶଳ ଶିକ୍ଷା ପ୍ରସଙ୍ଗରେ ଆଲୋଚନା ଆରମ୍ଭ କରି ସମ୍ବଲପୁର ଡାଏଟ ର ବରିଷ୍ଠ ପ୍ରଶିକ୍ଷକ ଆଜାଦ ଶେଖର ପ୍ରଧାନ ସମ୍ପର୍କ ସ୍ଥାପନ ଶୈଳୀ ଉପରେ ଆଲୋଚନା ଆରମ୍ଭ କରି ବିଭିନ୍ନ ପରିସ୍ଥିତି ର ମୁକାବିଲା ପାଇଁ ସମ୍ପର୍କ ସ୍ଥାପନ କୌଶଳ ସମସ୍ତେ ଜାଣିବା ଉଚିତ ବୋଲି କହିଥିଲେ। ସଂଯୋଜକ ରାଜେନ୍ଦ୍ର ପଣ୍ଡା ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରି ଥିଲେ। ଶ୍ରୀ ଭୁବନେଶ୍ୱର କୁମୁରା ବୈଷୟିକ ସହାୟତା ଦେଇଥିଲେ।।ଆଜି ଆଲୋଚନା ରେ ପ୍ରଶିକ୍ଷାର୍ଥୀ ଙ୍କ ମଧ୍ୟରୁ ଅଦିତି,ସିଦ୍ଧାର୍ଥ ଅବିନାଶ, ଆଶୁତୋଷ,ଗୌର ବ,ବିଦୁଷୀ, ଜିତେନ୍ଦ୍ର,ଫତିମା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଅନିର ପ୍ରଶିକ୍ଷଣ ଶିବିର ରେ ମୋଟ ୧୮ ଟି ହାଇସ୍କୁଲ ରୁ ୪୩ ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ