Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆଁଖାଇ ଭେଟଘାଟ ପୂର୍ବରୁ ରକ୍ତଦାନ ଶିବିର

ସମ୍ବଲପୁର: ଧନୁପାଲି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଶ୍ରୀ ବ୍ରଜ ଗିରିରାଜ ସେବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ ଧନୁପାଲି ଆଞ୍ଚଳିକ ନୂଆଁଖାଇ ଭେଟଘାଟ – ୨୦୨୫ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଟ୍ରଷ୍ଟ ର ମୁଖ୍ୟ ଉପଦେଷ୍ଟା ବିପିନ ବିହାରୀ ନନ୍ଦ, ସମ୍ମାନିତ ଅତିଥି ଭାବେ ଟ୍ରଷ୍ଟ ର ଉପଦେଷ୍ଟା ଗିରିଶ ପଟେଲ, ରୋହିତ ପୂଜାରୀ, ପ୍ରଦୀପ କୁମାର ବହିଦାର, ଟ୍ରଷ୍ଟ ର ଉପଦେଷ୍ଟା ପଣ୍ଡିତ ମନମୋହନ ପାଣିଗ୍ରାହୀ, ଟ୍ରଷ୍ଟ ର ଉପଦେଷ୍ଟା ପଣ୍ଡିତ ରବିନାରାୟଣ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ କୁ ବିପିନ ବିହାରୀ ନନ୍ଦ ଓ ଗିରିଶ ପଟେଲ ଫିତା କାଟି ଓ ଦ୍ଵିପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଏହାପରେ ଶ୍ରୀ ନନ୍ଦ ରକ୍ତଦାତା ମାନଙ୍କୁ ରକ୍ତଦାନ ପାଇଁ ପ୍ରୋତ୍ସାହିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ମୋଟ ୫୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ରକ୍ତଦାତାଙ୍କୁ ଗୋଟିଏ ଲେଖାଏଁ ଚାରା ଉପହାର ସଦୃଶ ଭେଟି ଦିଆଯାଇଥିଲା ଓ ବୃକ୍ଷ ରୋପଣ କରିବା ପାଇଁ ପ୍ରୋତ୍ସାହିତ କରାଯାଇଥିଲା। ଉକ୍ତ ରକ୍ତଦାନ ଶିବିର କୁ ଟ୍ରଷ୍ଟ ର ମୁଖ୍ୟ ସଂଯୋଜକ ଦେବାଶିଷ ପୁରୋହିତ, ସଭାପତି ସୌରଭ ରଞ୍ଜନ ମହାପାତ୍ର ପରିଚାଳନା କରିଥିଲେ ଓ ସଂଜୀବ ପାଢ଼ୀ, ପ୍ରଶାନ୍ତ ଥପା, ପ୍ରଥମ ପଣ୍ଡା, ଅନ୍ମୋଲ୍ ଦାସ, ଦେବନ୍ତ ବେହେରା, ଚୈତନ୍ୟ ନାୟକ, ବିଜୟଲକ୍ଷ୍ମୀ ବେହେରା, ସଂଯୁକ୍ତା ସିଂଦେଓ, ଦିଲୀପ ମହାନନ୍ଦ, ଶ୍ରୀକାନ୍ତ ବିଶ୍ଵାଳ, ଜୟକୃଷ୍ଣ ସ୍ୱାଇଁ, ବିନୟ କୁମାର ବରାଇ, ବିକ୍ରମ ଗୁରୁ, ଦୁଷ୍ମନ୍ତ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ