ପଦ୍ମଶ୍ରୀ ବିନୋଦ ପଶାୟତ ଏବଂ ବିପିନ ଆଚାର୍ଯ୍ୟଙ୍କ ସ୍ମୃତିରେ ବୃକ୍ଷରୋପଣ


ସମ୍ବଲପୁର:ବିଶିଷ୍ଟ ସମ୍ବଲପୁରୀ କବି ପଦ୍ମଶ୍ରୀ ବିନୋଦ ପଶାୟତ ଏବଂ ବିପିନ ଆଚାର୍ଯ୍ୟଙ୍କ ସ୍ମୃତିରେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ରବିବାର ବୃକ୍ଷରୋପଣ କରାଯାଇ ଶ୍ରଦ୍ଧାଞ୍ଜଲୀ ଅର୍ପଣ କରାଯାଇଛି । ଜେଲଛକ ନିକଟସ୍ଥ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ମଞ୍ଚର ବରିଷ୍ଠ ସଦସ୍ୟ ସନ୍ତୋଷ ବଢାଇଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଉଭୟ ସାରସ୍ବତ ସାଧକଙ୍କ ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଅବଦାନ ସମ୍ପର୍କ ଆଳୋଚନା କରାଯାଇଥିଲା । ମଞ୍ଚର ମହିଲା ସଂଯୋଜିକା ପଙ୍କଜିନୀ ମେହେର ଉଭୟଙ୍କ ସମ୍ବଲପୁରୀ ଭାଷା ସାହିତ୍ୟ ପ୍ରତି ଅବଦାନ ବିଷୟରେ ଆଳୋକପାତ କରିଥିଲେ । ଏହି ଅବସରରେ ୨୦୧୨ ମସିହାରେ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଗଷ୍ଠ ଏକ ତାରିଖକୁ ସମ୍ବଲପୁରୀ ଦିନ ଭାବେ ଆୟୋଜନ ନେଇ ନିଆଯାଇଥିବା ନିଷ୍ପତ୍ତି ବୈଠକରେ ଉଭୟ ସାମିଲ ରହିଥିଲେ । ଉଭୟ ସାରାଜୀବନ ଗୁରୁ ବହିଦାରଙ୍କ କୃତିତ୍ୱର ବଡ ପ୍ରସଂଶକ ରହିଥିବା ନେଇ ମଞ୍ଚ ର ଆବାହକ ଭବାନୀଶ ଭୋଇ ଆଳୋଚନା କରିଥିଲେ । ଗୁର ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଉଭୟଙ୍କ ନାମରେ ଦୁଇଟି ବୃକ୍ଷ ସମର୍ପଣ କରାଯିବା ସହ ଲିମ୍ବ ଏବଂ ଅନ୍ୟାନ୍ୟ ବୃକ୍ଷ ରୋପଣ କରାଯାଇଥିଲା । ଯୋଗୁ ଗୁରୁ ଟିକେଲାଲ ଭୋଇ ମଣିଷ ଜୀବନ ସହ ବୃକ୍ଷର ସମ୍ପର୍କ ଏବଂ ଉପାଦେୟତା ବିଷୟରେ କହିଥିଲେ । ସମ୍ବଲପୁରୀ ଡେରାରେ ଉଭୟଙ୍କ ସ୍ମୃତିରେ ଆଗକୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ଏହି ଅବସରରେ ସ୍ଥିର କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଲ ଏକତା ମଞ୍ଚର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସୀ ଆଗାମୀ ଦିନରେ ଡେରା ପରିସରରେ ସମ୍ବଲପୁରୀ ସାଧକଙ୍କ ସ୍ମୃତିକୁ ସାଇତି ରଖତ୍ବାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ସୁରେନ୍ଦ୍ର ବଗର୍ତ୍ତୀ, ରାଜେଶ ସ୍ବାଇଁ, ରାହୁଲ ଗୁପ୍ତା, ପ୍ରେମ ସାହାଣୀ, ସୁଭମ ସାହୁ, ସୁଧୀର ମିଶ୍ର, ରାଖୀ ମିଶ୍ର, ଅନ୍ତଯ୍ୟାମୀ ଭୋଇ, ବିରଞ୍ଚି ନାୟକ ପ୍ରମୁଖ ସାମିଲ ହୋଇ ବୃକ୍ଷ ରୋପଣ କରିଥିଲେ ।