ବୁର୍ଲାରେ ହେବ ନୁଆଁଖାଇ ଭେଟଘାଟ, ପ୍ରସ୍ତୁତି ବୈଠକ


ସମ୍ବଲପୁର:ଆଜି ନୁଆଁଖାଇ ଭେଟ ଘାଟ ଲାଗି ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପ୍ରତିଷ୍ଠା ପରିବାର ର ଇନ୍ଦ୍ରପ୍ରସ୍ତ ଭବନ ରେ ଅନୁଷ୍ଠିତ ହୋଇଯାଇଛି I ଶ୍ରୀ ଦେବାଶିଷ ନନ୍ଦ ଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ଅନେକ ବୁଦ୍ଧିଜୀବୀ, ସ୍ଥାନୀୟ ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ଯୋଗଦାନ ଦେଇଥିଲେ ଓ ସମସ୍ତେ ବୁର୍ଲା ଠାରେ ଏକ ନୁଆଁଖାଇ ଭେଟଘାଟ କରିବା ପାଇଁ ନିଷ୍ପତି ନେଇଥିଲେ I ଉପସ୍ଥିତ ଥିବା ସମସ୍ତ ଜନସାଧାରଣ ଏହି ଭେଟଘାଟ କାର୍ଯ୍ୟକ୍ରମ କୁ ପୂର୍ଣ ମାତ୍ରାରେ ସଫଳ କରିବା ପାଇଁ ମତାମତ ଦେଇଥିଲେ I ଆଗାମୀ ସେପ୍ଟେମ୍ବର ୭ ତାରିଖରେ ସ୍ଥାନୀୟ ଭାରତୀ କ୍ଲବ ପଡିଆରେ ଏହି ନୁଆଁ ଖାଇ ଭେଟଘାଟ ଅନୁଷ୍ଠିତ ହେବ I ଏହି ପରିପ୍ରେକ୍ଷୀରେ ସର୍ବସମ୍ମତି କ୍ରମେ ଏକ କମିଟି ଗଠନ କରାଯାଇଥିଲା I ଶ୍ରୀ ବୀରେନ୍ଦ୍ର କୁମାର ନାୟକ ସଭାପତି, ଶ୍ରୀ ତ୍ରାହିକର ଡୁଙ୍ଗୁରି ଓ ଶ୍ରୀ ଜୟନ୍ତ କୁମାର ସାହୁ ଉପସଭାପତି, ଶ୍ରୀ ରାମେଶ୍ୱର ସିଂ ସମ୍ପାଦକ, ଶ୍ରୀ ସଂଜୀବ ପଣ୍ଡା କୋଷାଧକ୍ଷ ରୂପେ ମନୋନୀତ ହୋଇ ଥିଲେ I ଭୀମସାର ର ପୂର୍ବତନ ଅଧକ୍ଷ ପ୍ରଫେସର ବ୍ରଜ ମୋହନ ମିଶ୍ର, ଆଡ଼ଭୋକେଟ ଶ୍ରୀ ପ୍ରସନ୍ନ କୁମାର ସାହୁ ଓ ଶ୍ରୀ ଦେବାଶିଷ ନନ୍ଦ ଉପଦେଷ୍ଟା ଭାବରେ ମନୋନୀତ ହୋଇଥିଲେ I ଏହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ବିଭିନ୍ନ କମିଟି ଯଥା ଅଭ୍ୟର୍ଥନା କମିଟି, ଶୃଙ୍ଖଳା କମିଟି, ମଞ୍ଚ କମିଟି, ଖାଦ୍ୟ କମିଟି ଗଠନ କରାଯାଇଥିଲା I ଶେଷରେ ଶ୍ରୀ ପ୍ରେମାନନ୍ଦ ଷଣ୍ଢ ଧନ୍ୟବାଦ ଅର୍ପଣ କରିଥିଲେ।