Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟି-୨୦ କ୍ରିକେଟରୁ ଅବସର ନେଲେ ମିଚେଲ ଷ୍ଟାର୍କ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଅଭିଜ୍ଞ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଟି-୨୦ କ୍ରିକେଟରୁ ହଠାତ୍ ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସେ ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଟି-୨୦ ଅନ୍ତର୍ଜାତୀୟକୁ ବିଦାୟ ଦେଇଛନ୍ତି। ଆସନ୍ତା ବର୍ଷ ଜାନୁଆରୀରେ ୩୬ ବର୍ଷ ବୟସ ହେବାକୁ ଯାଉଥିବା ମିଚେଲ ଷ୍ଟାର୍କ ଟେଷ୍ଟ ଏବେ ଦିନିକିଆ କ୍ରିକେଟରେ ତାଙ୍କ କ୍ୟାରିଅରକୁ ବଢ଼ାଇବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି।

ସେ ବିଶେଷକରି ଭାରତ ଗସ୍ତ, ଆଶେସ୍ ଏବଂ ୨୦୨୭ରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ କୁ ମନେ ରଖି ଏହି ପଦକ୍ଷେପ ନେଇଛନ୍ତି। ଏନେଇ ଷ୍ଟାର୍କ ଏକ ବିବୃତ୍ତିରେ କହିଛନ୍ତି। ସେ କହିଛନ୍ତି ଯେ “ଟେଷ୍ଟ କ୍ରିକେଟ୍ ସର୍ବଦା ମୋର ସର୍ବୋଚ୍ଚ ପ୍ରାଥମିକତା ହୋଇଆସିଛି। ମୁଁ ଅଷ୍ଟ୍ରେଲିଆ ପାଇଁ ଖେଳିଥିବା ପ୍ରତ୍ୟେକ ଟି-୨୦ ମ୍ୟାଚ୍ ଉପଭୋଗ କରିଛି। ବିଶେଷକରି ୨୦୨୧ ବିଶ୍ୱକପ୍। ଏହା କେବଳ ଆମେ ଟ୍ରଫି ଜିତିବା ପାଇଁ ନୁହେଁ ବରଂ ସେହି ଦଳ ଏବଂ ଟୁର୍ଣ୍ଣାମେଣ୍ଟ ଭିନ୍ନ ଥିଲା।

ଆଗାମୀ ଭାରତୀୟ ଟେଷ୍ଟ ଗସ୍ତ, ଆଶେସ୍ ଏବଂ ୨୦୨୭ ଦିନିକିଆ ବିଶ୍ୱକପ୍ ଦେଖି, ମୁଁ ଭାବୁଛି ଏହା ମୋ ପାଇଁ ସତେଜତା, ଫିଟନେସ୍ ଏବଂ ସର୍ବୋତ୍ତମ ପ୍ରଦର୍ଶନ ବଜାୟ ରଖିବାର ସର୍ବୋତ୍ତମ ଉପାୟ। ଏହା ବୋଲିଂ ୟୁନିଟ୍ କୁ ଟି-୨୦ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ପାଇଁ ସମୟ ମଧ୍ୟ ଦିଏ।”

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ