Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିବାଦୀୟ ବିଦ୍ୟୁତ୍ ବିଲର ସମାଧାନ ପାଇଁ ସମ୍ବଲପୁର, ଝାରସୁଗୁଡ଼ା ଏବଂ ଦେଓଗଡ଼ ଜିଲ୍ଲାରେ ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ବିଦ୍ୟୁତ୍ ଉପଭୋକ୍ତାଙ୍କ ବିବାଦୀୟ ବିଦ୍ୟୁତ୍ ବିଲର ସଂଶୋଧନ ଲାଗି ସମ୍ବଲପୁର, ଝାରସୁଗୁଡ଼ା ଏବଂ ଦେଓଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଳିତ ସେପ୍ଟେମ୍ବର ମାସ ପାଇଁ ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ କରାଯାଉଅଛି ।

ଏଣୁ ଏହି ତିନି ଜିଲ୍ଲାର ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ଅନୁରୋଧ କରାଯାଉଅଛି ଯେ, ନିମ୍ନଲିଖିତ ଧାର୍ଯ୍ୟ ତାରିଖ ଅନୁଯାୟୀ ନିଜ ନିଜ ଅଞ୍ଚଳରେ ଉପସ୍ଥିତ ରହି ବାକିଥିବା ନିଜର ବିବାଦୀୟ ବିଦ୍ୟୁତ୍ ବିଲକୁ ନେଇ ଅଭିଯୋଗ ପଞ୍ଜିକୃତ ତଥା ସମାଧାନ କରିପାରିବେ । ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠ ନିମ୍ନଲିଖିତ ତାରିଖ ଅନୁଯାଇ ସମ୍ବଲପୁର, ଝାରସୁଗୁଡ଼ା ଏବଂ ଦେଓଗଡ଼ ଜିଲ୍ଲା ସ୍ଥିତ ଟିପିଡବ୍ଲୁଡିଏଲର ବିଭିନ୍ନ ସେକ୍ସନ ଏବଂ ସବ୍-ଡିଭିଜନ୍ ଅଫିସ୍ ମାନଙ୍କରେ ଅନୁଷ୍ଠିତ ହେବ ।

ଆଜି ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ସ୍ଥିତ ସବ୍-ଡିଭିଜନ୍ ଅଫିସଠାରେ ଏହି ଅଭିଯୋଗ ପ୍ରତିବିଧାନ ପୀଠ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା ୮ ତାରିଖ ଦିନ ଭୂତାପଡ଼ା ସ୍ଥିତ ସବ୍-ଡିଭିଜନ ଅଫିସଠାରେ ଏବଂ ଗୋଶାଳା ସ୍ଥିତ ସେକ୍ସନ ଅଫିସଠାରେ, ସେପ୍ଟେମ୍ବର ୧୨ତାରିଖ ଦିନ ପଡ଼ିଆବାହଲ ଏବଂ ମାନେଶ୍ୱର ସ୍ଥିତ ସେକ୍ସନ୍ ଅଫିସଠାରେ, ସେପ୍ଟେମ୍ବର ୧୬ ତାରିଖ ଦିନ କ୍ଷେତ୍ରରାଜପୁର ଏବଂ ଅଇଁଠାପାଲି ସ୍ଥିତ ସବ୍-ଡିଭିଜନ ଅଫିସଠାରେ ଏବଂ ସେପ୍ଟେମ୍ବର ୧୮ତାରିଖ ଦିନ ରେଙ୍ଗାଲି ସ୍ଥିତ ସବ୍-ଡିଭିଜନ ଅଫିସଠାରେ ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ କରାଯାଉଅଛି ।

ସେହିପରି ଝାରସୁଗୁଡ଼ା ଜିଲ୍ଲା ପାଇଁ ଆସନ୍ତା ସେପ୍ଟେମ୍ବର ୧୩ ତାରିଖ ଦିନ ବେଲପାହାଡ଼ ସ୍ଥିତ ସବ୍-ଡିଭିଜନ ଅଫିସଠାରେ, ସେପ୍ଟେମ୍ବର ୧୭ ତାରିଖ ଦିନ ବ୍ରରରାଜନଗର ସ୍ଥିତ ସବ୍-ଡିଭିଜନ ଅଫିସଠାରେ, ସେପ୍ଟେମ୍ବର ୧୯ ତାରିଖ ଦିନ ଆର୍.ଏନ୍ ପାଲି ସ୍ଥିତ ସେକ୍ସନ ଅଫିସଠାରେ ଏବଂ ଝାରସୁଗୁଡ଼ା ସହର ସ୍ଥିତ ସବ୍-ଡିଭିଜନ୍ ଅଫିସଠାରେ ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ କରାଯାଉଅଛି ।

ସେହିପରି ଦେଓଗଡ଼ ଜିଲ୍ଲା ପାଇଁ ସେପ୍ଟେମ୍ବର ୧୧ତାରିଖ ଦିନ ତିଲେଇବଣୀ ସ୍ଥିତ ସେକ୍ସନ ଅଫିସଠାରେ ଏହି ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ କରାଯାଉଅଛି । ତେଣୁ ଜିଲ୍ଲାର ଉପଭୋକ୍ତାମାନଙ୍କୁ ଅନୁରୋଧ କରାଯାଉଅଛି ଯେ, ଧାର୍ଯ୍ୟ ତାରିଖରେ ନିଜ ନିଜ ଅଞ୍ଚଳରେ ଉପସ୍ଥିତ ରହି ବାକିଥିବା ନିଜର ବିବାଦୀୟ ବିଦ୍ୟୁତ୍ ବିଲକୁ ନେଇ ଅଭିଯୋଗ ପଞ୍ଜିକୃତ ତଥା ସମାଧାନ କରିପାରିବେ ବୋଲି ଟିପିଡବ୍ଲୁଓଡିଏଲ୍, କର୍ପୋରେଟ୍ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ