ମା ସମଲେଶ୍ୱରୀ ପୀଠ :ଚନ୍ଦ୍ର ଗ୍ରହଣ ପାଇଁ ଦେବ ନୀତିରେ ପରିବର୍ତ୍ତନ


ସମ୍ବଲପୁର:ମା ସମଲେଶ୍ୱରୀଙ୍କ ମନ୍ଦିରରେ ଆସନ୍ତା ରବିବାର ୭ ତାରିଖ ଦିନ ଚନ୍ଦ୍ର ଗ୍ରହଣ କୁ ଦୃଷ୍ଟିରେ ରଖି ଦେବନୀତିରେ ପରିବର୍ତ୍ତନ କରାଯାଇଅଛି। ସକାଳର ମଙ୍ଗଳ ଆଳତି ଓ ଅନ୍ୟ ନୀତିକାନ୍ତି ପରେ ଦର୍ଶନ ଜାରି ରହିବ।ଦିବା ୧୧. ୪୫ ମିନିଟ ସମୟରୁ ଦର୍ଶନ ବନ୍ଦ ରହିବ ଓ ୧୨. ୦୦ଘଣ୍ଟା ସମୟରେ ଅନ୍ନ ଭୋଗ ଲାଗି ହେଲା ପରେ ଦର୍ଶନ ସୋମବାର ସକାଳ ୦୬. ୦୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ | ସୋମବାର ୮ ତାରିଖ ସକାଳ ୪. ୩୦ ରୁ ମନ୍ଦିର ଶୋଧନ ପରେ ୦୫. ୦୦ ଘଣ୍ଟା ସମୟରେରେ ମଙ୍ଗଳ ଆଳତି ଓ ନିତ୍ୟ ନୀତିକାନ୍ତି ପରେ ଦର୍ଶନ ପୁଣି ଆରମ୍ଭ ହେବ ବୋଲି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ର ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି।