ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ପାଇବେମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର


ସମ୍ବଲପୁର: ସୋନପୁରର ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ବର୍ତ୍ତମାନ ସମ୍ବଲପୁରର ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ପାଇଁ ମନୋନୀତ ହେଇଛନ୍ତି।ଜଣେ ଦକ୍ଷ ଶିକ୍ଷା ପ୍ରଶାସକ ଭାବରେ ପରିଚିତ ଶ୍ରୀ ଭୋଇ ଗୁଣାତ୍ମକ ଶିକ୍ଷାର ଅଭିବୃଦ୍ଧି,ଶିକ୍ଷକଙ୍କ ଦକ୍ଷତା ବିକାଶ ତଥା ଶୈକ୍ଷିକ ଉନ୍ନତିରେ ବିଶେଷ ଅବଦାନ ସକାଶେ ଶ୍ରେଷ୍ଠ ଜିଲ୍ଲା ଶିକ୍ଷା ଅଧିକାରୀ ଭାବରେ ମନୋନୀତ ହେଇଛନ୍ତି।ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀମାନେ ଶ୍ରୀ ଭୋଇଙ୍କୁ
ଅଭିନନ୍ଦନ ଜଣାଇଛନ୍ତି।ଆସନ୍ତା ୫ ତାରିଖ ଦିନ ଗୁରୁଦିବସ ଉପଲକ୍ଷେ ଭୁବନେଶ୍ବରର ଲୋକସେବା ସଦନଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଗୁରୁଦିବସ ସମାରୋହରେ ଶ୍ରୀ ଭୋଇଙ୍କୁ ପୁରସ୍କାର ପ୍ରଦାନ କରାଯିବ।