ସମ୍ବଲପୁର: ସ୍ଥାନୀୟ ଧନୁପାଲି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗୁରୁଦିବସ ଉତ୍ସବ ପାଳିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ମହୁଲପାଲି ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ କାହ୍ନୁଚରଣ ଦାସ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିଭୁପ୍ରସାଦ ମହାପାତ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ମହୋଦୟ
ଆଜିର ଏହି ପବିତ୍ର ଦିନରେ ଗୁରୁ ଶିଷ୍ୟ ସମ୍ପର୍କରେ ତଥା ଗୁରୁଦିବସ କାହିଁକି ପାଳନ କରାଯାଏ ସେ ବିଷୟରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ସରୋଜ କୁମାର ମିଶ୍ର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୀବନ ଚରିତ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ସମ୍ପାଦକ ଜୟ ଶଙ୍କର ପାଢ଼ୀ ଗୁରୁଙ୍କ ମହିମା ବିଷୟରେ ଛାତ୍ରଛାତ୍ରୀଙ୍କୁ ଉଦ୍ ବୋଧନ ଦେଇଥିଲେ।ସମସ୍ତ ଛାତ୍ରଛାତ୍ରୀ ଗୁରୁଜୀ ଗୁରୁମାଙ୍କୁ ଫୁଲ ଚନ୍ଦନ ଦେଇ ଗୁରୁ ପୂଜନ କରିଥିଲେ। ବିଦ୍ୟାଳୟର ଗୁରୁମା ଶ୍ରୀମତୀ ରଧାପ୍ୟାରି ନନ୍ଦ ସମସ୍ତଙ୍କ ଉଦ୍ଦେଶ୍ୟ ରେ ଧନ୍ୟବାଦ୍ ଅର୍ପଣ କରିଥିଲେ।ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟମଣ୍ଡିତ ହୋଇଥିଲା।
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗୁରୁଦିବସ ଉତ୍ସବ ପାଳିତ
