Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ଗୁରୁମାଁଙ୍କୁ ଗୁରୁପୁଜନ କଲେ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ୍ ନାରୀ ଶକ୍ତି

ସମ୍ବଲପୁର:ଆଜି ହେଉଛି ଭାରତ ର ପୁର୍ବତନ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଜନ୍ମଦିନ ତଥା ପୁଣ୍ୟ ପବିତ୍ର ଗୁରୁଦିବସ । ଆଜିର ଦିନରେ ବିଭନ୍ନ ଶିକ୍ଷାନୁଷ୍ଠାନ ସମେତ ଅନ୍ୟାନ୍ୟ ଅନୁଷ୍ଠାନ ପ୍ରତିଷ୍ଠାନ ମାନଙ୍କରେ ମଧ୍ଯ ଭିନ୍ନ ଭିନ୍ନ ଢ଼ଙ୍ଗରେ ଗୁରୁଦିବସ ପାଳନ କରାଯାଇଥାଏ ।
ଅଞ୍ଚଳ ର ଅଗ୍ରଣୀ ସାମାଜିକ ସାଂସ୍କୃତିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଲ୍ ଏକତା ମଧ୍ଯ ଆଜିର ଦିନଟିକୁ ଭିନ୍ନ ଏକ ଢଙ୍ଗ ରେ ପାଳନ କରିଛି । ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ୍ ନାରୀ ଶକ୍ତି ପକ୍ଷରୁ ସ୍ଥାନୀୟ ସିଦ୍ଧେଶ୍ୱରବେର୍ଣ୍ଣା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଆଜି ସକାଳେ ମଞ୍ଚ ର ନାରୀ ଶକ୍ତି ର ସଦସ୍ୟା ମାନେ ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ପହଞ୍ଚି ଥିଲେ । ସେଠାରେ ଉପସ୍ଥିତ ସମସ୍ତ ଗୁରୁଜୀ ଗୁରୁମାଁ ମାନଙ୍କୁ ଯଥା ବିଧି ରୀତିନୀତି ଅନୁସାରେ ଗୁରୁପୂଜନ କରିଥଲେ । ମିଷ୍ଟାନ୍ନ ଖୁଆଇ ଉପହାର ପ୍ରଦାନ କରିଥିଲେ । ପଶ୍ଚିମାଞ୍ଚଲ ଏକତା ମଞ୍ଚ ଅନୁଷ୍ଠାନ ପକ୍ଷରୁ ବିଦ୍ୟାଳୟ ରେ ଏହା ତୃତୀୟ ଥର ପାଇଁ ଗୁରୁପୂଜନ କାର୍ଯ୍ୟକ୍ରମ ର ଆୟୋଜନ ହୋଇଥିବାରୁ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଦିଲୀପ ପାଢ଼ୀ ମଞ୍ଚ କୁ ଧନ୍ୟବାଦ୍ ଜଣାଇଥିଲେ ।
ନାରୀ ଶକ୍ତି ର ବବିତା ପାଢ଼ୀ ଓ ଯାମିନୀ ଠାକୁର ଙ୍କ ନେତୃତ୍ୱ ରେ ହୋଇଥିବା ଆଜିର ଗୁରୁ ପୂଜନ କାର୍ଯ୍ୟକ୍ରମ ରେ ନାରୀଶକ୍ତି ସଂଯୋଜିକା ପଙ୍କଜିନୀ ମେହେର, ଜିଲ୍ଲା ସଂଯୋଜିକା ଝୁନୁ ତ୍ରିପାଠୀ, ଛବି ପତି, ସଂଘମିତ୍ରା ପଣ୍ଡା, ସୁମିତା ଚଇନି, ଭୂମିସୁତା ମେହେର, ପଙ୍କଜିନି ବୈଠାରୁ, ଅଳକା ମହାପାତ୍ର, କାନ୍ତି ମେହେର, ଲଷ୍ମୀପ୍ରିୟା ପ୍ରଧାନ, ରୀନା ପଣ୍ଡା, ରିଙ୍କି ମହାରଣା, ସବିତା ନନ୍ଦ ପ୍ରମୁଖ ସାମିଲ ହୋଇଥିଲେ ।
ମଞ୍ଚ ର ଆବାହକ ଭବାନୀ ଶଙ୍କର ଭୋଇ ଓ ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ଓ ଭାଷା ସାହିତ୍ୟ ସଂଯୋଜକ ଡ଼.ସ୍ୱୟଂ ପ୍ରକାଶ ପଣ୍ଡା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ