ସମ୍ବଲପୁର: ନାକ୍ଟିଦେଉଳ ବ୍ଳକ୍ ର ସର୍ବ ପୁରାତନ ଉଚଶିକ୍ଷା ଅନୁଷ୍ଠାନ ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ୪୩ ତମ ପ୍ରତିଷ୍ଠା ଦିବସ ତଥା ଗୁରୁଦିବସ ଏବଂ ସର୍ବପଲ୍ଲୀ ରାଧାକୃଷ୍ଣନ୍ ଙ୍କ ଜୟନ୍ତୀ ଅନୁଷ୍ଠାନ ର ପ୍ରାଙ୍ଗଣ ରେ ତା ୫.୯.୨୦୨୫ ରିଖ ଶୁକ୍ରବାର ଦିନ ମହାସମାରୋହ ରେ ପାଳିତ ହୋଇଯାଇଛି । ପ୍ରଥମେ ଅନୁଷ୍ଠାନ ର ଛାତ୍ରଛାତ୍ରୀ ମାନେ ନିକଟସ୍ଥ ମନ୍ଦିରରୁ ମଶାଲ ଆଣିବା ପରେ ଅଧ୍ୟକ୍ଷ କଲେଜ ର ପଢାକା ଉତ୍ତୋଳନ କରିଥିଲେ । ନାକଟିଦେଉଳ ଏଚ୍ ଏସ୍ ଏସ୍ ର ଅଧ୍ୟକ୍ଷ ହେମାନନ୍ଦ ପ୍ରଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଭାବରେ ଓଡିଶା ବିରୋଧୀ ଦଳ ର ଉପନେତା ତଥା ରେଢ଼ାଖୋଲ ର ବିଧାୟକ ପ୍ରସନ୍ନ କୁମାର ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବେ ଭୀମଭୋଇ ମହାବିଦ୍ୟାଳୟ ର ଓଡିଆ ବିଭାଗ ର ପ୍ରଧାପକ ମନୋରଞ୍ଜନ ମହନ୍ତ, ସମ୍ମାନୀତ ଅତିଥି ଭାବରେ ପ୍ରତିଷ୍ଠା ଅଧ୍ୟକ୍ଷ ଶରତ ଚନ୍ଦ୍ର ପ୍ରଧାନ, ନାକଟିଦେଉଳ ପଞ୍ଚାୟତ ସମିତି ର ଅଧ୍ୟକ୍ଷା ସ୍ୱରୂପା ରାଣୀ ସାହୁ, ଜିଲ୍ଲା ପରିଷଦ ସଭ୍ୟା ଟିକେଶ୍ଵରୀ ମେହେର ଓ ନାକଟିଦେଉଳ ଗ୍ରାମପଞ୍ଚାୟତ ର ସରପଞ୍ଚ ଜିତେନ୍ଦ୍ର ସାହୁ ଯୋଗ ଦେଇ ଗୁରୁ ଦିବସ ର ମହତ୍ତ୍ଵ, ଡ଼ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନ-ଆଦର୍ଶ, ଉଚ୍ଚ ମାଧ୍ୟମିକ ଓ ଉଚ୍ଚଶିକ୍ଷାର ସମସ୍ୟା ତଥା ନାକଟିଦେଉଳ କଲେଜ ର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ସଭାପୂର୍ବରୁ ଅତିଥିମାନେ ମା ସମଲେଶ୍ଵରୀ ଓ ଡ଼ ରାଧାକୃଷ୍ଣନ଼ଙ୍କ ଫଟୋଚିତ୍ର ରେ ମାର୍ଲାପଣ ଏବଂ ପୂଜାର୍ଚ୍ଚନା କରିଥିଲେ । ଅଧ୍ୟାପକ ସଞ୍ଜିବ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରାଜେନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପିକା ବିନିତା ମୁର୍ମୁ ଓ ଅଧ୍ୟାପକ ବିଶ୍ଵଜିତ ସାହୁ ଙ୍କ ପରିଚାଳନା ରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ସମାରୋହ ରେ ଗ୍ରନ୍ଥଗାରିକ ଅରୁଣ କୁମାର ବିଶ୍ୱାଳ, ଅଧ୍ୟାପକ ଉମାକାନ୍ତ ବିଶ୍ୱାଳ, ଆଶିଷ ବଡ଼ରାଇତୋ, ଜିତେନ୍ଦ୍ରିୟ ପ୍ରଧାନ, ପୁରୁଷୋତ୍ତମ ବେହେରା, ଜିତେନ୍ଦ୍ର କୁମାର ପଣ୍ଡା ଓ ଅଧ୍ୟାପକ ସରୋଜ କୁମାର ଭୁଏ ସହଯୋଗ କରିଥିଲେ । ଏହି ସମାବେଶ ରେ ଅନୁଷ୍ଠାନ ର ଶୁଭେଚ୍ଛୁ, ବିଦ୍ୟାର୍ଥୀ, ପୁର୍ବତନ ଛାତ୍ର ଛାତ୍ରୀ, ଅଭିଭାବକ, ସାମ୍ବାଦିକ ବୃନ୍ଦ ତଥା ପରିଚାଳନା କମିଟି ର ସଦସ୍ୟ ମାନେ ଯୋଗ ଦେଇ ଥିଲେ ।
ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟର ୪୩ତମ ପ୍ରତିଷ୍ଠା ଦିବସ ପାଳିତ
