ସମ୍ବଲପୁର:୨୭ ଅଗଷ୍ଟରୁ ୫ ସେପ୍ଟେମ୍ବର ପର୍ଯ୍ୟନ୍ତ ବୁର୍ଲା ସ୍ଥିତ ଜାଗୃତି ବିହାରରେ ଆୟୋଜିତ ଗଣେଶ ଚତୁର୍ଥୀ ୨୦୨୫ ଉଦଯାପିତ ହୋଇଯାଇଛି।ଏମ୍.ସି.ଏଲ୍ ଅଫିସର୍ସ କ୍ଲବ୍ ଏହାକୁ ଆୟୋଜନ କରିଥିଲା। ଉତ୍ସବକୁ ଭକ୍ତି, ସଂସ୍କୃତି ଓ ସାଥିଭାବର ସୁନ୍ଦର ସମନ୍ୱୟରେ ପରିଣତ କରିଥିଲା।
ପ୍ରତିଦିନ ପ୍ରଭାତି ପୂଜା ସହିତ ସନ୍ଧ୍ୟାରେ ଆଳତି କାର୍ଯ୍ୟକ୍ରମ ବେଶ ପ୍ରଭାବିଶାଳୀ ଥିଲା। ଭାବଗତ ସମ୍ପର୍କ ର ଆଧ୍ୟାତ୍ମିକ ପରିବେଶରେ ବେଶ ମହକି ଉଠିଥିଲା। ଯେଉଁଥିରେ ଅସଂଖ୍ୟ ଭକ୍ତମାନେ ଯୋଗଦେଇଥିଲେ। ବିଭିନ୍ନ ସାଂସ୍କୃତିକ ଓ ଭକ୍ତିମୟ କାର୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ପରିବେଶ, ପ୍ରତିମା ତିଆରି, ପରିବେଶ-ବନ୍ଧନ, ରଙ୍ଗୋଳି, ଚିତ୍ରାଙ୍କନ, ସବ୍ଜି ଗହଣା ଭଳି ବହୁ ପ୍ରତିଯୋଗିତା ଓ ଶିଶୁମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଅନ୍ନଭୋଗ, ସାଂସ୍କୃତିକ ସନ୍ଧ୍ୟା ଓ ମହାପ୍ରସାଦ ସେବନ ରେ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ.
ଉତ୍ସବରେ କେଶବ ରାଓ (ଡିରେକ୍ଟର- ଏଚଆର), ପ୍ରଣବ କୁମାର ପଟେଲ୍ (ସିଭିଓ), ଓ ସଞ୍ଜୟ କୁମାର ଝା (ଡିରେକ୍ଟର- ଟି/ପିଏଣ୍ଡପି) ଉପସ୍ଥିତ ହୋଇଥିଲେ। ତାଙ୍କର ଉତ୍ସାହବର୍ଦ୍ଧନ ଓ ଆଶୀର୍ବାଦ, ବିଶେଷକରି ଶିଶୁମାନେ ଓ ପରିବାରବଳୀଙ୍କୁ, ଅଧିକ ଉତ୍ସାହିତ କରିଥିଲା।
୫ ସେପ୍ଟେମ୍ବରରେ ପ୍ରଭାତି ପୂଜା ସହିତ ଉତ୍ସବର ସମାପନ ହୋଇଥିଲା ଓ ଭବ୍ୟ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଗଣପତି ବପ୍ପା ମୋରିଆର ଘୋଷରେ ପ୍ରତିଧ୍ୱନିତ ଏହି ଶୋଭାଯାତ୍ରା ଏକତା, ଭକ୍ତି ଓ ସାଂସ୍କୃତିକ ସମନ୍ୱୟର ସନ୍ଦେଶ ପ୍ରସାର କରିଥିଲା।