ସମ୍ବଲପୁର:ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଙ୍କ ନେତୃତ୍ୱ ରେ ହେଉଥିବା ପ୍ରଥମ ରାଜ୍ୟ ସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ପର୍ବ ବର୍ତ୍ତମାନ ଚୂଡାନ୍ତ ପର୍ଯ୍ୟାୟରେ । ଇଷ୍ଟଦେବୀ ମାଁ ସମଲେଶ୍ବରୀ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ଆଜି ସନ୍ଧ୍ୟା ରେ ହେବାକୁ ଥିବା କାର୍ଯ୍ୟକ୍ରମ କୁ ଭବ୍ୟ, ବିଶାଳ ଓ ସଫଳ କରିବା ପାଇଁ ଉଭୟ ଆୟୋଜକ ଓ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତି ରେ କାର୍ଯ୍ୟରତ ।
ଆଜିର ରାଜ୍ୟ ସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି ଙ୍କ ବ୍ୟତୀତ ବିଜେପି ରାଜ୍ୟ ସଭାପତି ମନ ମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କ ସମେତ ଦଳ ମତ ନିର୍ବିଶେଷ ରେ ପଶ୍ଚିମ ଓଡିଶାର ସମସ୍ତ ବିଧାୟକ ସାଂସଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ କାର୍ଯ୍ୟ ଗୁଡିକୁ ବିଭିନ୍ନ ବିଭାଗ ରେ ବଣ୍ଟନ କରାଯାଇଛି । ମଞ୍ଚ ପ୍ରସ୍ତୁତି, ସାଜଶଯ୍ୟା, ଅତିଥି ଆଗମନ, ଅତିଥି ସତ୍କାର, ସମ୍ମାନିତ କାର୍ଯ୍ୟକ୍ରମ, ସାଂସ୍କୃତିକ କାର୍ଯ୍ୟକ୍ରମ, ମିଡିଆ ବ୍ୟବସ୍ଥା, ଦର୍ଶକ ଗ୍ୟାଲେରୀ, ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରେ ଅନୁଭବି କାର୍ଯ୍ୟକାର୍ତ୍ତା ଓ କଳାକାର ରହିଛନ୍ତି ।
ଭେଟଘାଟ କାର୍ଯ୍ୟକ୍ରମ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦାୟିତ୍ୱ ରେ ସମୀର ରଞ୍ଜନ ବାବୁ, ଅମିତ ପତି ଓ ବଣ୍ଟି ସାହୁ ରହିଥିବା ବେଳେ ରଞ୍ଜନ ସାହୁ, ଦୁର୍ଗା ଦାଶ, ମୋହିତ ସ୍ୱାଇଁ, ମହେଶ ପଟେଲ, ଦୀପାଳି ଚୌଧୁରୀ, ପଦ୍ମିନୀ ଦୋରା ପ୍ରମୁଖ ସହଯୋଗ କରୁଛନ୍ତି । ତର୍ପଣ ପ୍ରଧାନ ଓ ସୁଶ୍ରୀ ମିମାଂସା ରଥ ଉଦଘୋଷକ ଦାୟିତ୍ୱ ନିର୍ବାହନ କରିବେ ।
ଆୟୋଜନ କମିଟି ରେ ନାଉରୀ ନାଏକ, ପ୍ରଫୁଲ୍ଲ ହୋତା, ଅନିଲ ବେହେରା, ସୁଶାନ୍ତ ପୁରୋହିତ, ଫଣି ଭୂଷଣ ମିଶ୍ର, ଗୋବିନ୍ଦ ଅଗ୍ରୱାଲ, ଡ଼.ପ୍ରମୋଦ ରଥ, ରିକି ବେହେରା, ମୋହନ ଦାଶ, ଅରୁଣ ଦାସ, ଅଜିତ ବେହେରା, ଅବିନାଶ ପାଣିଗ୍ରାହୀ, ସୁଶ୍ରୀ ଶୁଭଶ୍ରୀ ମିଶ୍ର, ପ୍ରଭାସିନୀ ଦାଶ, ସିତାକାନ୍ତି ମେସୁଆ ପ୍ରମୁଖ ରହିଛନ୍ତି ।
ଆଜି ଅପରାହ୍ନ ରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ରେ ପହଞ୍ଚି ମାଁ ସମଲେଶ୍ବରୀ, ମାଁ ପଟଣେଶ୍ୱରୀ ଙ୍କ ଦର୍ଶନ କରିବେ । ପରେ ଏକ ସାଂସ୍କୃତିକ ଶୋଭାଯାତ୍ରା ରେ କାର୍ଯ୍ୟକ୍ରମ ସ୍ଥଳ କୁ ଯିବେ । କାର୍ଯ୍ୟକ୍ରମ ରେ ସମିଲ ହୋଇ ରାତ୍ରି ରେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜନ କମିଟି ର ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି ।
୬ରେ ରାଜ୍ୟ ସ୍ତରୀୟ ନୁଆଁଖାଇ ଭେଟଘାଟ: ଯୋଗଦେବେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସ୍ତରୀୟ ନେତା
