Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ, ଗାର୍ଡ ଅଫ ଅନର ସହ ବିପୁଳ ସମ୍ବର୍ଦ୍ଧନା

ସମ୍ବଲପୁର: ଆଜି ସମ୍ବଲପୁର ଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ନୁଆଁଖାଇ ଭେଟଘାଟ ମହୋତ୍ସବ ରେ ଯୋଗ ଦେବାକୁ ସମ୍ବଲପୁର ରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମୁଖ୍ୟମନ୍ତ୍ରୀ ସମ୍ବଲପୁର ଜମାଦାରପାଲି ଏୟାର ଷ୍ଟ୍ରିଫରେ ପହଞ୍ଚିବା ପରେ ଗାର୍ଡ ଅଫ ଅନର ଦିଆଯିବା ସହିତ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆରଡିସି, ଆଇଜି, ଜିଲ୍ଲାପାଳ, ଏସପି ପ୍ରମୁଖ ଅଧିକାରୀ ଉପସ୍ଥିତ ରହି ସମ୍ବର୍ଦ୍ଧନା ଜଣାଇବା ସହ ବିଜେପି ପକ୍ଷରୁ ମଧ୍ୟ ସ୍ୱାଗତ କରାଯାଇଛି। ମୁଖ୍ୟମନ୍ତ୍ରୀ ଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ୍ୟ ଉପସ୍ଥିତ ଥିଲେ। ସମସ୍ତଙ୍କୁ ସ୍ୱାଗତ କରାଯିବା ସହ ପାଛୋଟି ଅଣାଯାଇଛି। ଆଜି ୫ ଟାରେ ଶୋଭାଯାତ୍ରା ସହିତ ସନ୍ଧ୍ୟା ୫. ୩୦ରେ ନୁଆଁଖାଇ ଭେଟଘାଟ ଉତ୍ସବ ପାଳିତ ହେବ। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଙ୍କ ସହିତ ବିଜେପିର ରାଜ୍ୟ ସଭାପତି, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଝାରୀ, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ ପ୍ରମୁଖ ଅତିଥି ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।