Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜ୍ୟ ସ୍ତରୀୟ ନୂଆଁଖାଇ ଭେଟଘାଟ:ନୁଆଁଖାଇ ନିଆରା ପର୍ବ, ଯାହା ସଂହତିର ବଡ ଶକ୍ତି- ମୁଖ୍ୟମନ୍ତ୍ରୀ

ସମ୍ବଲପୁରୀ ବସ୍ତ୍ର କୁ ସରକାରଙ୍କ ପ୍ରାଧାନ୍ୟ

କୃଷି ଓ କୃଷକ ର ବିକାଶ ରାଜ୍ୟ ସରକାର ଙ୍କ ମୂଳଲକ୍ଷ୍ୟ – ମୁଖ୍ୟମନ୍ତ୍ରୀ

ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଦୁଲୁକିଲା ମଞ୍ଚ

ସମ୍ବଲପୁର:ମାଟି ଓ ମମତା ଏଭଳି ନିଆରା ପରମ୍ପରାର ନୁଆଁଖାଇ ପଶ୍ଚିମ ଓଡ଼ିଶାର କେବଳ ଗଣପର୍ବ ନୁହେଁ ବରଂ ଏହି ନୂଆଖାଇ ରାଜ୍ୟ ମାନ୍ୟତା ଲାଭ କରିଛି।ନୁଆଁଖାଇ ଧାର୍ମିକ ର ପର୍ବ ନୁହେଁ ଏହା ଏକ ସାମାଜିକ ପର୍ବ ଓ ସବୁ ପର୍ବ ଠାରୁ ନୁଆଁଖାଇ ଏକ ନିଆରା ଶକ୍ତି ଓ ସଂହତିର ମହା ପର୍ବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏପରିକି କୃଷି ଓ କୃଷକ ର ବିକାଶ ରାଜ୍ୟ ସରକାର ଙ୍କ ମୂଳଲକ୍ଷ୍ୟ ହୋଇଥିବାରୁ ଧାନ ଚାଷ ସହିତ, ଉଦ୍ୟାନ,ପଶୁପାଳନ, ମତ୍ସ ଚାଷ, ଡାଲିଜାତୀୟ ଚାଷ ପ୍ରତି ଗୁରୁତ୍ୱ ଦେଇଥିଲେ।ପଦ୍ମଶ୍ରୀ ହଳଧର ନାଗଙ୍କ ନୁଆଁଖାଇ କବିତାର ଏକ ପଂକ୍ତି କୁ ଉଦ୍ଧାର କରି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନୁଆଁଖାଇ ଜୁହାର ଓ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ସମ୍ବଲପୁରୀ ବସ୍ତ୍ରର ଚାହିଦା ଥିବାରୁ ରାଜ୍ୟ ସରକାର ବସ୍ତ୍ରର ବିକାଶକୁ ନେଇ ଖୁବ ଯତ୍ନଶୀଳ ଓ ଏହାର ସମୃଦ୍ଧି ପାଇଁ ସରକାର ବଦ୍ଧ ପରିକର ବୋଲି ଜଣାଇ ମୋହନ ସରକାର ସମ୍ବଲପୁର ଅଞ୍ଚଳ ପାଇଁ ଏକ ଖୋଲା ହୃଦୟ ବୋଲି ସେ କହିଥିଲେ।ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମଭୂମି ଖିଣ୍ଡା ର ବିକାଶ ନେଇ ସରକାର ନିଜର ତତ୍ପରତା ଦେଖାଇଥିବା ପ୍ରକାଶକରି ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ଜଣାଇଥିଲେ।

ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ତଥା ରାଜ୍ୟ ସ୍ତରୀୟ ନୁଆଁଖାଇ ଭେଟଘାଟ କମିଟି ସଭାପତି ଜୟ ନାରାୟଣ ମିଶ୍ର ଙ୍କ ଅଧ୍ୟକ୍ଷତାରେ ରେ ପ୍ରଥମ ଥର ପାଇଁ ଏହି ରାଜ୍ୟ ସ୍ତରୀୟ ନୂଆଁଖାଇ ଭେଟଘାଟ ଇଷ୍ଟଦେବୀ ମାଁ ସମଲେଶ୍ବରୀ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଥିଲା।

ଏହି ରାଜ୍ୟ ସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେପି ରାଜ୍ୟ ସଭାପତି ମନ ମୋହନ ସାମଲ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ, ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ମନ୍ତ୍ରୀ ରବି ନାରାୟଣ ନାଏକ, ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ନୁଆଁଖାଇ ର ବିଶେଷତ୍ୱ ଉପରେ ଆଲୋଚନା କରି ନୁଆଁଖାଇ ଜୁହାର ଜଣାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ଆଠମଳିକ ବିଧାୟକ ନଳିନୀ ପ୍ରଧାନ, ଅତାବିରା ବିଧାୟକ ନିହାର ମହାନନ୍ଦ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ବିଜେପୁର ବିଧାୟକ ସନତ ଗଡତିଆ, ବିଏମପୁର ରଘୁନାଥ ଜଗଦଳା, କଣ୍ଟାମାଲ ବିଧାୟକ କହ୍ନେଇ ଡାଙ୍ଗ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ, ଟିଟିଲାଗଡ଼ ବିଧାୟକ ନବୀନ ଚରଣ, ରଘୁନାଥ ବାରିକ,ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ୱାଳ, ସମ୍ବଲପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା କୁମୁଦିନୀ ନାଏକ, ରେଙ୍ଗାଲି ର ପୂର୍ବତନ ବିଧାୟକ ନାଉରୀ ନାଏକ ପ୍ରମୁଖ ମଞ୍ଚାସିନ ଥିଲେ।

ଏହି ଅବସରରେ ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମୀର ରଞ୍ଜନ ବାବୁ, ଅମିତ ପତି ଓ ବଣ୍ଟି ସାହୁ ସଂଯୋଜନା ରେ ରଞ୍ଜନ ସାହୁ, ଦୁର୍ଗା ଦାଶ, ମୋହିତ ସ୍ୱାଇଁ, ମହେଶ ପଟେଲ, ଦୀପାଳି ଚୌଧୁରୀ, ପଦ୍ମିନୀ ଦୋରା ପ୍ରମୁଖ ସହଯୋଗ କରିଥିଲେ । ତର୍ପଣ ପ୍ରଧାନ ଓ ସୁଶ୍ରୀ ମିମାଂସା ରଥ ଉଦଘୋଷକ ଦାୟିତ୍ୱ ନିର୍ବାହ କରିଥିଲେ ।
ଆୟୋଜନ ପଛରେ ରେଙ୍ଗାଲି ର ପୂର୍ବତନ ବିଧାୟକ ନାଉରୀ ନାଏକ, ସମାଜସେବୀ ପ୍ରଫୁଲ୍ଲ ହୋତା, ଅନିଲ ବେହେରା, ସୁଶାନ୍ତ ପୁରୋହିତ, ଆଇନଜୀବୀ ଫଣି ଭୂଷଣ ମିଶ୍ର, ବିଜେପିର ବରିଷ୍ଠ ନେତା ଗୋବିନ୍ଦ ଅଗ୍ରୱାଲ, ଡ଼.ପ୍ରମୋଦ ରଥ, ରିକି ବେହେରା, ମୋହନ ଦାଶ, ଅରୁଣ ଦାସ, ଅଜିତ ବେହେରା, ଅବିନାଶ ପାଣିଗ୍ରାହୀ, ସୁଶ୍ରୀ ଶୁଭଶ୍ରୀ ମିଶ୍ର, ପ୍ରଭାସିନୀ ଦାଶ, ସିତାକାନ୍ତି ମେସୁଆ ପ୍ରମୁଖ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିଥିଲେ।
ଅପରାହ୍ନ ରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ରେ ପହଞ୍ଚି ମାଁ ସମଲେଶ୍ବରୀ ଓ ମାଁ ପଟଣେଶ୍ୱରୀ ଙ୍କ ଦର୍ଶନ କରିଥିଲେ । ପରେ ଏକ ସାଂସ୍କୃତିକ ଶୋଭାଯାତ୍ରା ରେ କାର୍ଯ୍ୟକ୍ରମ ସ୍ଥଳ କୁ ଆସଥିଲେ।ଶେଷରେ ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାଏକ ଧନ୍ୟବାଦ ଦେଇଥିଲେ। ସଭା ପରେ ରଙ୍ଗା ରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।