Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କର୍ତ୍ତବ୍ୟ ଓ ଦାୟିତ୍ୱ ପରିପୁରକ,ବ୍ୟକ୍ତିତ୍ୱ ବିକାଶ କରିବା ଶିଖ

ସମ୍ବଲପୁର:ପବ୍ଲିକ ଲାଇବ୍ରେରୀ ପ୍ରେକ୍ଷାଳୟ ରେ ୨୦୨୫ ବର୍ଷ ପାଇଁ ରାଷ୍ଟ୍ର ନିର୍ମାର୍ଣ ରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ଅଷ୍ଟାଦଶ ସପ୍ତାହର ଯୁବ ପ୍ରଶିକ୍ଷଣ ସମାପନ ହୋଇଯାଇଛି।

ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ପ୍ରଥମ ଅଧିବେଶନ ରେ ନୈତିକ ଶିକ୍ଷାଦାନ ପ୍ରସଙ୍ଗ ରେ ପ୍ରଶିକ୍ଷଣ ଆରମ୍ଭ କରି ପ୍ରାକ୍ତନ ଶିକ୍ଷା ମଣ୍ଡଳାଧିଶ ଡ଼. ଗିରିଧାରୀ ହୋତା କର୍ତ୍ତବ୍ୟ ଓ ଦାୟିତ୍ୱ ର ବିଭିନ୍ନ ଦିଗ ଉପରେ ଆଲୋଚନା କରି ଜୀବନରେ କିପରି କର୍ତ୍ତବ୍ୟ ଓ ଦାୟିତ୍ଵ ଉଭୟେ ପରିପୁରକ ସେ ବିଷୟ ରେ ବିଭିନ୍ନ ଉଦାହରଣ ସହ ବୁଝେଇଥିଲେ।
ଦ୍ଵିତୀୟ ଅଧିବେଶନ ରେ କୌଶଳ ଶିକ୍ଷା ପ୍ରସଙ୍ଗରେ ଆଲୋଚନା ଆରମ୍ଭ କରି ପୂର୍ବତନ ବେଙ୍କ ଅଧିକାରୀ ପୃଥ୍ୱୀରାଜ ମିଶ୍ର ବ୍ୟକ୍ତିତ୍ୱ ଜୀବନ ଶୈଳୀ ର ଏକ ଅଙ୍ଗ ବୋଲି କହି ବ୍ୟକ୍ତିତ୍ୱ ବିକାଶ ହେଲେ ଚରିତ୍ରଗଠନ ସମୟ ଜ୍ଞାନ,ଶୁଣିବା କହିବା ଓ ବୁଝିବା। ଶୈଳୀ ଆପେ ଆପେ ହେବ ବୋଲି ବୁଝେଇଥିଲେ।ପ୍ରାରମ୍ଭ ରୁ ଯୋଗଗୁରୁ ଡାକ୍ତର ଜୟଦେବ ମେହେର ଓ ସହଯୋଗୀ ସିଂଧୁସୂତା ପିଲାଙ୍କୁ ଯୋଗ ର ବିଭିନ୍ନ ମୁଦ୍ରା ପ୍ରଦର୍ଶନ କରି ଏହାର ଉପକାରିତା ଉପରେ ସୂଚନା ଦେଇଥିଲେ।କର୍ୟ୍ୟକ୍ରମ ର ସଂଯୋଜକ ରାଜେନ୍ଦ୍ର ପଣ୍ଡା ସମସ୍ତ କର୍ୟ୍ୟକ୍ରମ କୁ ପରିଚାଳନା କରି ଆଗାମୀ ରବିବାର ଉଦଯାପନୀ ଅବସର ରେ ହେବାକୁ ଥିବା ଗୀତା ଆବୃତ୍ତି ଅଷ୍ଟମ ଅଧ୍ୟ୍ୟୟ ଶ୍ଳୋକ ୬ ରୁ ୧୧ ପର୍ଯ୍ୟନ୍ତ ମୁଖସ୍ତ କରି ପ୍ରତିଯୋଗିତାରେ ଭାଗ ନେବାକୁ ପିଲାଙ୍କୁ ଆହ୍ୱାନ ଦେଇଥିଲେ ।ଶ୍ରୀ ବିଜୟ ସାହୁ ବୈଷୟିକ ସହାୟତା ପ୍ରଦାନ କରିଥିଲେ।ଆଜି ଆଲୋଚନା ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଅଭିଜ୍ଞାନ,ସିଦ୍ଧାର୍ଥ,ଆଶୁତୋଷ,ଗୌରବ, ଦିବ୍ୟାନଶୁ ଓ ଆମନ୍ତ୍ରୀତା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ।ଶିବିରରେ ଶ୍ରୀ ଅର୍ଜୁନ ରଂଜନ ପଣ୍ଡା,ରଘୁନାଥ ମିଶ୍ର ଓ ପ୍ରଫେସର ସେବକ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।ଆଜି ଶିବିରରେ ୧୭ ଟି ସ୍କୁଲ ରୁ ୪୬ ଜଣ ପ୍ରଶିକ୍ଷାର୍ଥୀ ଯୋଗ ଦେଇଥିଲେ।