Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଲମ ପରିବାର ଟ୍ରଷ୍ଟ ସମ୍ବଲପୁର ତରଫରୁ ନୂଆଁଖାଇ ଜୁହାର୍ ଭେଟ୍ :ବରିଷ୍ଠ ସାମ୍ବାଦିକ ପ୍ରହଲ୍ଲାଦ ଦାଶ ଙ୍କ ସହ ୩ ସମ୍ମାନିତ

ସମ୍ବଲପୁର:ଓଡ଼ିଶା ସାଂସ୍କୃତିକ ସମାଜ ଭବନ ଠାରେ ରବିବାର ଦିନ ସମ୍ବଲପୁର ର କଲମ ପରିବାର ଟ୍ରଷ୍ଟ ଆନୁକୁଲ୍ୟ ରେ ନୂଆଁଖାଇ ଜୁହାର ଭେଟ୍ ଅନୁଷ୍ଠିତ ହୋଇଯାଇଛି । ନିମନ୍ତ୍ରିତ ଅତିଥି ମାନେ ମା ସମଲେଇ ଙ୍କ ଫଟୋ ଚିତ୍ର ରେ ମାର୍ଲ୍ୟାପଣ ଓ ପୂଜାର୍ଚ୍ଚନା କରିଥିଲେ । ସ୍ୱର୍ଗତ ପଦ୍ମଶ୍ରୀ ବିନୋଦ ପଶାୟତ ଓ କବି ବିପିନ୍ ଆଚାର୍ଯ୍ୟ ଙ୍କ ଆତ୍ମା ର ସତଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ଅନୁଷ୍ଠାନ ର ସଭାପତି ତଫିଉଜୁଲ୍ ହୁସେନ୍ ଙ୍କ ଅଧ୍ୟକ୍ଷତା ଓ ସଂପାଦକ କ୍ଷେତ୍ରମଣି ବିଭାର ଙ୍କ ପରିଚାଳନା ରେ ଅନୁଷ୍ଠିତ ସାଂସ୍କୃତିକ ସଭା ରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ପ୍ରଦୀପ କୁମାର ପଣ୍ଡା, ମୁଖ୍ୟ ବକ୍ତା ଭାବେ ଡ଼ ଦ୍ଵାରିକା ପ୍ରସାଦ ନାୟକ, ସମ୍ମାନିତ ଅତିଥି ଭାବରେ ସନ୍ତୋଷିନୀ ସାହୁ ଶ୍ରୀ ମୋହନ ସାହୁ, ଡ଼ ଶ୍ୟାମ ଭୋଇ ଓ ଡ଼ ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ ଯୋଗ ଦେଇ ଭାବ ର ତିହାର ନୂଆଁଖାଇ ର ମହିମା, ମା ସମଲେଇ ଙ୍କ ଖ୍ୟାତି, ସମ୍ବଲପୁରୀ ସଂସ୍କୃତି ଓ କୃଷକ ମାନଙ୍କର ସମସ୍ୟା ସମ୍ପର୍କ ରେ ଆଲୋକପାତ କରିଥିଲେ । କବି ତଥା ସାମ୍ବାଦିକ ପ୍ରହଲ୍ଲାଦ ଦାଶ ଙ୍କୁ କଲମ ସାରଥୀ ସମ୍ମାନ, ରଘୁନାଥ ପ୍ରଧାନ ଙ୍କୁ କଲମ ପରିବେଶ ସମ୍ମାନ ଓ ଶିକ୍ଷିତ ଚାଷୀ ସୁଶାନ୍ତ ନାୟକ ଙ୍କୁ କଲମ୍ କାସତକାର ସମ୍ମାନ ପ୍ରଦାନ କରାଯାଇଥିଲା । ତରଣୀ ସେନ ମେହେର ଓ ଅନନ୍ୟା ବେହେରା ଙ୍କ ସଂଯୋଜନା ରେ ପ୍ରାୟ ଚାଳିଶ୍ ଜଣ କବି ସ୍ଵରଚିତ ସମ୍ବଲପୁରୀ କବିତା ପାଠ କରିଥିଲେ । ଜୟକୃଷ୍ଣ ବେହେରା ଧନ୍ୟବାଦ ଅର୍ପଣ କରିଥିବା ବେଳେ କବିତା ପାଠ କରିଥିବା ସମସ୍ତ କବି ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା ।