ତାସ ଖେଳ କାଳ ହେଲା, ବଜ୍ରପାତରେ ଜଣେ ମୃତ, ୨ ଆହତ

ସମ୍ବଲପୁର:ତାସ ଖେଳ କାଳ ହେଲା। ଗଛ ମୂଳେ ବସି ତାସ ଖେଳୁଥିବା ସମୟରେ ହଠାତ ବଜ୍ରପାତ ହେବାରୁ ଜଣେ ତଳିପଡିଥିବା ବେଳେ ୨ ଜଣ ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ଭୀମସାରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଜୋମୁରା ବ୍ଲକ ବାହାମ ଗ୍ରାମ ପଞ୍ଚାୟତ ଡୁଙ୍ଗୁରିପାଲି ଠାରେ। ଶନିବାର ସଂଧ୍ୟା ୫ଟା ସମୟରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ବଜ୍ରପାତ ହେବାରୁ ଏକ ବର ଗଛ ତଲେ ତାସ ଖେଳୁଥିବା ଡୁଙ୍ଗୁରିପାଲିର ଯୁଧିଷ୍ଠିର ମେହେର(୨୮)ଙ୍କ ମୃତ୍ଯୁ ହୋଇଥିବା ବେଲେ ଦିଲିପ ମେହେର(୨୦) ଓ ଭୂପତିତ ମେହେର(୨୪) ଗୁରୁତର ଆହତ ହୋଇଥିଲେ। ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ବୁର୍ଲା ଭୀମସାର ଠାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ମୃତ ଶବକୁ ପୋଲିସ ଜବତ କରି ଘଟଣାର ତଦନ୍ତ କରୁଛନ୍ତି।