Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମହିଳା ମହାବିଦ୍ୟାଳୟରେ ଭିନ୍ନକ୍ଷମ ବ୍ୟକ୍ତି ଅଧିକାର ଆଇନ – ୨୦୧୬ ସଚେତନତା କାର୍ଯ୍ୟକ୍ରମ

ସମ୍ବଲପୁର:ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟ, ରାଜ୍ୟ ଭିନ୍ନକ୍ଷମ ଆୟୋଗ ଏବଂ ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶାଳୟ ସମ୍ବଲପୁରର ମିଳିତ ଉଦ୍ୟମରେ ଭିନ୍ନକ୍ଷମ ବ୍ୟକ୍ତି ଅଧିକାର ଆଇନ୍-୨୦୧୬ ସଂପର୍କିତ ସଚେତନତା କାର୍ଯ୍ୟଶାଳା ଓ କ୍ୱିଜ କାର୍ଯ୍ୟକ୍ରମ ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ତିନୋଟି ଜିଲ୍ଲାର ୭ଟି ମହାବିଦ୍ୟାଳୟର ୧୦୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ବରଗଡର ପଞ୍ଚାୟତ ମହାବିଦ୍ୟାଳୟ, ଝାରସୁଗୁଡାର ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ, ସମ୍ବଲପୁର ଜିଲ୍ଲାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟ, ହୀରାକୁଦ ମହାବିଦ୍ୟାଳୟ, ବୁର୍ଲା ଏନ ଏ ସି ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ଏବଂ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ସହିତ ଅଧ୍ୟାପକ ଅଧ୍ୟାପିକାମାନେ ଭାଗ ନେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର କଳ୍ପନା ମେହେର ଉକ୍ତ ସଭାର ସଭାପତିତ୍ୱ କରି ଅତିଥିମାନଙ୍କୁ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ରାଜ୍ୟ ଭିନ୍ନକ୍ଷମ ଆୟୋଗର ସ୍ୱତନ୍ତ୍ର ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସାହୁ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଅବଶ୍ୟକତା ଛାତ୍ର ଛାତ୍ରୀଙ୍କୁ ଅବଗତ କରାଇଥିଲେ । ସମ୍ବଲପୁର ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଉମାଶଙ୍କର ମିଶ୍ର ଭିନ୍ନକ୍ଷମମାନଙ୍କ ପାଇଁ ଆବଶ୍ୟକ ହେଉଥିବା ସମାନାଧିକାର ଉପରେ ଗୁରୁତ୍ୱ ପ୍ରଦାନ କରିବା ସହିତ ସହଭାଗୀତା ସଂପର୍କରେ ଆଲୋକପାତ କରିଥିଲେ । ରାଜ୍ୟ ଭିନ୍ନକ୍ଷମ ଆଯୁକ୍ତ ବ୍ରତତୀ ହରିଚନ୍ଦନ ଏଭଳି ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଆଗ୍ରହ ପ୍ରକାଶ କରିବା ସହ ସହଯୋଗ କରିଥିବାରୁ ବିଭାଗର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ସହିତ ଭିନ୍ନକ୍ଷମ ଆୟୁକ୍ତ ସମସ୍ତଙ୍କ ସହିତ ଏକା ସାଂଗରେ କାନ୍ଧକୁ କାନ୍ଧ ମିଳାଇ ଆଗକୁ ବଢ଼ିବା ପାଇଁ ଏଭଳି କାର୍ଯ୍ୟକ୍ରମ ଅଭିପ୍ରେତ ବୋଲି ଶ୍ରୀମତୀ ହରିଚନ୍ଦନ ମତ ଦେଇଥିଲେ । ସଚେତନତା ହିଁ ଭିନ୍ନକ୍ଷମଙ୍କୁ ସହାୟତା କରିପାରିବ ବୋଲି ସେ ମତ ପ୍ରଦାନ କରିଥିଲେ l ଭାରତ ସରକାରଙ୍କ ଜାତୀୟ ଭିନ୍ନକ୍ଷମ ସେବା କେନ୍ଦ୍ରର ଅବସରପ୍ରାପ୍ତ ସହ ନିର୍ଦ୍ଦେଶକ ରାଜକୁମାର ଶର୍ମା ପାଞ୍ଵାର ପଏଣ୍ଟ ଉପସ୍ଥାପନ ପୂର୍ବକ ଭିନ୍ନକ୍ଷମ ବ୍ୟକ୍ତି ଅଧିକାର ଆଇନ – ୨୦୧୬ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏବଂ ଛାତ୍ର ଛାତ୍ରୀମାନଙ୍କ ସଚେତନତା କାହିଁକି ଆବଶ୍ୟକତା ରହିଛି ତାହା ବୁଝାଇଥିଲେ । ଏହା ସହିତ ଶ୍ରୀଯୁକ୍ତ ଶର୍ମା ସାତୋଟି ମହାବିଦ୍ୟାଳୟରୁ ଆଗତ ଛାତ୍ରଛାତ୍ରୀଙ୍କୁ ନେଇ ଏକ କୁଇଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ପ୍ରତିଭାଗୀ ଓମ଼୍କାର ବଡପଣ୍ଡା ଏବଂ କରଣ କ୍ରିଷ୍ଣା ବିଜୟୀ ହୋଇ ଟ୍ରଫି ସହିତ ଆର୍ଥିକ ପୁରସ୍କାର ଆୟୁକ୍ତଙ୍କ ନିକଟରୁ ଗ୍ରହଣ କରିଥିଲେ I ସମ୍ବଲପୁର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୌରଚନ୍ଦ୍ର ପାଣି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଫେସର ଯୋଗେଶ ଚନ୍ଦ୍ର ଭୋଇ ସମୁଦାୟ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପିକା ଅଧ୍ୟାପକମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।