Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁର୍ଲା ଠାରେ ନୁଆଁଖାଇ ଭେଟଘାଟ:ନୁଆଁଖାଇ ଅତୁଟ ବନ୍ଧନର ଗଣପର୍ବ

ସମ୍ବଲପୁର: ନୁଆଁଖାଇ ଭେଟ ଘାଟ ବୁର୍ଲା ଭାରତୀ କ୍ଲବ୍ ପଡ଼ିଆ ଠାରେ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଯୋଗଦାନ କରିଥିବା ବେଳେ ସ୍ଥାନୀୟ ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଏବଂ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ସିମାଞ୍ଚଳ ଖଟେଇ, ସୁଶାନ୍ତ କୁମାର ପୁରୋହିତ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପଶ୍ଚିମ ଓଡ଼ିଶାର ଭାଇଚାରାର ଗଣପର୍ବ ନୂଆଖାଇ କିପରି ଭାବରେ ସ୍ଥାନୀୟ ଲୋକଙ୍କୁ ଏକ ଅତୁଟ ବନ୍ଧନରେ ବାନ୍ଧି ରଖିଥାଏ ଏବଂ ଏହି ନୂଆଖାଇର ବିଶେଷତ୍ଵ ତଥା ମହତ୍ତ୍ଵ ଉପରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଉପଦେଷ୍ଟା ବ୍ରଜ ମୋହନ ମିଶ୍ର, ଆଇନଜୀବୀ ପ୍ରସନ୍ନ କୁମାର ସାହୁ ଓ ଦେବାଶିଷ ନନ୍ଦ ପ୍ରମୁଖ କାର୍ଯକ୍ରମ ପରିଚାଳନା କରିଥିଲେ I ସଭାପତି ବୀରେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ କାର୍ଯକ୍ରମ ପରିଚାଳିତ ହୋଇଥିଲା I ଉପ ସଭାପତି ଜୟନ୍ତ କୁମାର ସାହୁ, ସମ୍ପାଦକ ରାମେଶ୍ୱର ସିଂ , କୋଷାଧକ୍ଷ ସଂଜୀବ ପଣ୍ଡା ଏବଂ ଭୀମ ପଟ୍ଟନାୟକ ମଂଚାସୀନ ରହିଥିଲେ I ଏହି ଅବସରରେ ନୃତ୍ୟଗୁରୁ ସତ୍ୟବ୍ରତ ସାହୁଙ୍କ ନିର୍ଦ୍ଦେଶନାରେ ଭାରତୀ କଳା ବିକାଶ କେନ୍ଦ୍ରର ଛାତ୍ର ଛାତ୍ରୀ କଳାକାର ମାନଂକ ଦ୍ଵାରା ରଙ୍ଗାରଙ୍ଗ ସମ୍ବଲପୁରୀ ନୃତ୍ୟ ମଞ୍ଚସ୍ଥ ହୋଇଥିଲା। ସମ୍ବଲପୁରୀ ହବ(ଟ୍ରେଣ୍ଡ ଏବଂ ଫେଶନ) ର ସୌମ୍ୟରଂଜନ ସାମନ୍ତରାୟ ଓ ରାଜୀବ ପାଢ଼ୀ ଙ୍କ ଦ୍ୱାରା ଏକ ସମ୍ବଲପୁରୀ ପୋଷାକ ପରିଧାନ କରିଥିବା ରାମ୍ପ ଶୋ ହୋଇଥିଲା। ସୁଶ୍ରୀ ପଦ୍ମଶ୍ରୀ ଖଟେଇଙ୍କ ସମ୍ବଲପୁରୀ ଅର୍କେଷ୍ଟ୍ରାର ଏକ ଦଳ ଦ୍ଵାରା ରଙ୍ଗାରଙ୍ଗ ସଙ୍ଗୀତ ଏବଂ ନୃତ୍ୟ ପରିବେଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ ଅଙ୍କିତା ସାହାଣୀ କାର୍ଯକ୍ରମ ଉପସ୍ଥାପିତ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ବିଭିନ୍ନ କମିଟି ଯଥା ଅଭ୍ୟର୍ଥନା କମିଟି, ଶୃଙ୍ଖଳା କମିଟି, ମଞ୍ଚ କମିଟି, ଖାଦ୍ୟ କମିଟି ପକ୍ଷରୁ ସୁଚାରୁ ରୂପେ ନିଜ ନିଜ ଦାୟିତ୍ୱ ନିର୍ବାହ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୁଧୀର ମହାରଣା, ରାଜେଶ ପଟ୍ଟନାୟକ,ରାଜେଶ୍ କୁମାର ମିଶ୍ର, ଯଦୁନନ୍ଦନ ବଡ଼ପଣ୍ଡା, ବାଲା ମାଝୀ, ହରି ଶଙ୍କର ପଣ୍ଡା, ଦୀପକ ରାଉତ, ସତ୍ୟବ୍ରତ ନାୟକ, ଗୋପାଳ ପ୍ରଧାନ, ପ୍ୟାରୀମୋହନ ପୂଜାରୀ, ସୋମନାଥ ଆପଟ, ସୁଧାଂଶୁ ଦାଶ , ଟୁନା ଷଣ୍ଢ, ଆକାଶ ଆଚାର୍ଯ୍ୟ,ଶୁଭକାନ୍ତ ପଣ୍ଡା, ନୟନ କୁମାର ନାୟକ, ଅଶ୍ୱିନୀ ମହାନନ୍ଦ ଶ୍ୟାମ ଗୌଡ଼, ଜୟନ୍ତ କୁମାର ଦାସ, ହିମାଂଶୁ ମେହେର,ମନୋରମା ଦାସ. ପ୍ରତିଭା ବାରିକ, ମିନତୀ ପୁଜାହାରୀ, ରୋହିଣୀ ପ୍ରଧାନ, ବୀଣାପାଣି ବେହେରା, ବିଷ୍ନୁପ୍ରିୟା ପରିଡା, ସତ୍ୟଭାମା ପ୍ରଧାନ, ବିନୋଦିନୀ ମେହେର, ରାଧାରାଣୀ ବେହେରା, କବିତା ପଟ୍ଟନାୟକ, ସରସ୍ବତୀ ମହନ୍ତ ପ୍ରମୁଖ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଶ୍ରୀ ତ୍ରାହିକର ଡୁଙ୍ଗୁରି ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ