Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସାରସ୍ବତ ବକ୍ତୃତା ସଂପାନ:ଦୁର୍ଦ୍ଦିନ ଜୀବନ ଜିଇଁବାର କଳା ଶିଖାଏ

ସମ୍ବଲପୁର:ମଣିଷର ଜନ୍ମ, ଭାଗ୍ୟ ଓ ବଞ୍ଚିରହିବାର ପରିସ୍ଥିତି ମଣିଷର ହାତରେ ନଥାଏ। ପରିସ୍ଥିତିକୁ ଅତିକ୍ରମ କରି ସଫଳତା ଛୁଇଁବାର ପ୍ରେରଣା ଦିଏ ସାହିତ୍ୟ।

ଅନ୍ୟା ପରିବାର ଓ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ମିଳିତ ପ୍ରାୟୋଜନରେ ଅନୁଷ୍ଠିତ ସାରସ୍ବତ ବକ୍ତୃତା ସଂପାନରେ ମୁଖ୍ୟ ପ୍ରବକ୍ତା ଭାବରେ ଯୋଗଦେଇ ବିଶିଷ୍ଟ କଥାଶିଳ୍ପୀ ଡ. ଗୌରହରି ଦାସ ସାହିତ୍ୟ ଓ ଜୀବନବୋଧ ଉପରେ ଏଭଳି ଦୃଷ୍ଟିଭଙ୍ଗୀର ବ୍ୟକ୍ତ କରିଥିଲେ। ପ୍ରାକ୍ତନ କୁଳପତି ତଥା ସମ୍ବଲପୁର ପବ୍ଲିକ ଲାଇବ୍ରେରୀର ଅଧ୍ୟକ୍ଷ ପ୍ର. ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସ୍ବାଗତ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ ପ୍ର. ପ୍ରଦୀପ କୁମାର ପଣ୍ଡା। ସାହିତ୍ୟ ଅକାଦେମୀର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ତଥା ଗଳ୍ପ, କବିତା, ଉପନ୍ୟାସ, ନାଟକ, ଭ୍ରମଣ କାହାଣୀ, ପ୍ରବନ୍ଧ, ଫିଚର, ଅନୁବାଦ ଆଦି ସାହିତ୍ୟର ସମସ୍ତ ବିଭାଗରେ ବହୁସ୍ରାବୀ ଧଧୁରୀଣ ଲେଖକ ଗୌରହରି ଦାସ ତାଙ୍କ ଘଣ୍ଟାଏରୁ ଅଧିକ ଦୀର୍ଘ ବକ୍ତବ୍ୟରେ ନିଜ ଜୀବନର ସଂଘର୍ଷର ଅବତାରଣା ସହିତ ବିଶ୍ବ ସାହିତ୍ୟରେ ସମ୍ବେଦନାପୂର୍ଣ୍ଣ ସଂଘର୍ଷର କାହାଣୀ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସାହିତ୍ୟିକ କେମିତି ଦୁଃଖ ଓ ବିଷାଦରୁ ରସ ସଂଗ୍ରହ କରି ଜୀବନ ଜିଇଁବାର ଅଭିଳାଷ ତୀବ୍ର କରେ ତାହା ତାଙ୍କ ବକ୍ତବ୍ୟରେ ସେ ପ୍ରକାଶ କରିଥିଲେ। ପବ୍ଲିକ ଲାଇବ୍ରେରୀର ସମ୍ପାଦକ ଶ୍ରୀ ରଘୁନାଥ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଅଧ୍ୟାପକ ଶ୍ୟାମ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ପବ୍ଲିକ ଲାଇବ୍ରେରୀରେ ଅନୁଷ୍ଠିତ ଏହି ସାରସ୍ୱତ ସଭାରେ ସମ୍ବଲପୁର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ଶିକ୍ଷକ, ଛାତ୍ର ଓ ଲେଖକମାନେ ଯୋଗ ଦେଇଥିଲେ।