ନଦୀ ରେ ଭାସିଯାଇଥିବା ଗାଈଆଳ ଙ୍କ ମୃତ ଦେହ ଉଦ୍ଧାର
ସମ୍ବଲପୁର:ନାକଟିଦେଉଳ ବ୍ଳକ୍ ର କିସିଣ୍ଡା ଥାନା ଅନ୍ତର୍ଗତ ମହୁକୁଦ ଗ୍ରାମ ସୁଦସାହି ର ପିତାମ୍ବର ନାୟକ (୫୨ ବର୍ଷ) ଗତ ତା ୬.୯.୨୦୨୫ ରିଖ ଶନିବାର ସକାଳ ସମୟରେ ଗ୍ରାମ ନିକଟସ୍ଥ ଟିକିରା ନଦୀ ର ଅପର ପାର୍ଶ୍ଵ କୁ ଗାଇ ଚରାଇବାକୁ ଯାଇ ଥିଲେ । ସନ୍ଧ୍ୟା ରେ ଘରକୁ ଫେରୁଥିବା ସମୟ ରେ ଟିକିରା ନଦୀର ବଢିପାଣି ରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ । ଗତ ସୋମବାର ଦିନ ସକାଳୁ ତାଙ୍କ ମୃତ ଦେହ ନଦୀରୁ ଉଦ୍ଧାର କରାଯାଇଥିଲା। କିସିଣ୍ଡା ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ପଠାଇ ଥିଲେ । ନାକଟିଦେଉଳ ର ଅତିରିକ୍ତ ତହସିଲଦାର ବିଶ୍ଵବକେଶନ ପୁରୋହିତ ପିତାମ୍ବର ଙ୍କ ଘରେ ପହଞ୍ଚି ତାଙ୍କ ସ୍ତ୍ରୀ ସବିତା ଙ୍କୁ ରେଡ଼କ୍ରସ ପକ୍ଷରୁ ୧୦ ହଜାର ଟଙ୍କାର ଆର୍ଥୀକ ସହାୟତା ପ୍ରଦାନ କରିଛନ୍ତି । ପ୍ରଥମେ ନାକଟିଦେଉଳ ଅଗ୍ନିଶ୍ରମ କର୍ମଚାରୀ ମାନେ ନଦୀ ଭିତରୁ ପିତାମ୍ବର ଙ୍କର ଜୋତା, ଛତା, ଗାମୁଛା ଓ ଟାଙ୍ଗିଆ ପାଇଥିଲେ । ଖୋଜାଖୋଜି ପରେ କାମନା ଗୁଡ଼ିଘାଟ ନିକଟରେ ପାଣିରେ ପିତାମ୍ବର ଙ୍କର ମୃତ ଦେହ ଭାସୁଥିବାର ଜଣା ପଡିବା ପରେ ପୋଲିସ ଓ ଅଗ୍ନିଶମ ବିଭାଗ ପିତାମ୍ବରଙ୍କ ମୃତ ଶରୀର ଉଦ୍ଧାର କରିଥିଲେ।

