Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ବଲପୁର ଜ଼ିଲ୍ଲା ରେ କଂଗ୍ରେସ ର ସଂଗଠନ ସୃଜନ ଅଭିଯାନ

କ୍ଷମତା ର ବିକେନ୍ଦ୍ରୀକରଣ ସହ ଦଳ ମଜବୁତ ପାଇଁ ଏହି ଅଭିଯାନ : ଏଆଇସିସି ପର୍ଯ୍ୟବେକ୍ଷକ ଇନ୍ଦ୍ରଜ୍ ସିଂ ଗୁରଜର

▪️ଏଆଇସିସି ପର୍ଯ୍ୟବେକ୍ଷକ ଶ୍ରୀ ଗୁରଜର ଙ୍କୁ ଜ଼ିଲ୍ଲା କଂଗ୍ରେସ ର ସ୍ୱାଗତ ସମ୍ବର୍ଦ୍ଧନା
▪️ଜ଼ିଲ୍ଲା ରେ ୯ ରୁ ୧୩ ସେପ୍ଟେମ୍ବର ହେବ “ସଂଗଠନ ସୃଜନ ଅଭିଯାନ”
▪️ପର୍ଯ୍ୟବେକ୍ଷକ ଜ଼ିଲ୍ଲା ଗସ୍ତ କରି ଦଳୀୟ ନେତା ଓ କର୍ମୀ ଙ୍କ ସହିତ କରିବେ ଆଲୋଚନା I
▪️ସଂଗଠନ ସୃଜନ ଅଭିଯାନ ମାଧ୍ୟମରେ ହେବ ଜିଲ୍ଲା ସଭାପତି ଚୟନ

ସମ୍ବଲପୁର:ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ସମ୍ବଲପୁର ଜ଼ିଲ୍ଲା ରେ କଂଗ୍ରେସ ର ସଂଗଠନ ସୃଜନ ଅଭିଯାନ ଆରମ୍ଭ ହୋଇଛି I ଜ଼ିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ମଙ୍ଗଳବାର ଅନୁଷ୍ଠିତ ଖବରଦାତା ସଂମ୍ବିଳନୀ ରେ ଏ ସମ୍ପର୍କ ରେ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ପର୍ଯ୍ୟବେକ୍ଷକ ତଥା ରାଜସ୍ଥାନ ର ପୂର୍ବତନ ବିଧାୟକ ଇନ୍ଦ୍ରଜ୍ ସିଂ ଗୁରଜର ବିସ୍ତୃତ ସୂଚନା ଦେଇଛନ୍ତି I କ୍ଷମତା ର ବିକେନ୍ଦ୍ରୀକରଣ ପାଇଁ ଏହି ଅଭିଯାନ I ଏହି ସଂଗଠନ ସୃଜନ ଅଭିଯାନ ମାଧ୍ୟମରେ ଜିଲ୍ଲା ସଭାପତି ଚୟନ କରାଯିବ I ଆଜିଠାରୁ ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଜ଼ିଲ୍ଲା ଗସ୍ତ କରି ଦଳୀୟ ନେତା ଓ କର୍ମୀ ଙ୍କ ସହିତ ଆଲୋଚନା କରାଯିବ I ନେତୃବୃନ୍ଦ ଓ କର୍ମୀ ମାନଙ୍କ ସହ ଆଲୋଚନା କରି ଏକ ୬ ଜଣିଆ ପ୍ରାରମ୍ଭିକ ତାଲିକା ପ୍ରସ୍ତୁତ କରାଯିବ I ଉକ୍ତ ତାଲିକାରେ ଅନୁସୂଚିତ ଜାତି, ଜନଜାତି, ମହିଳା, ଓବିସି ଓ ସଂଖ୍ୟାଲଘୁ ଆଦି ବର୍ଗର ପ୍ରତିନିଧିତ୍ଵ ଉପରେ ଗୁରୁତ୍ବଆରୋପ କରାଯିବ I
ନିରପେକ୍ଷ ଆଧାର ରେ ସୁପାରିସ କରିଥିବା ଉକ୍ତ ତାଲିକା ରୁ ଜଣେ ଦକ୍ଷ, ସୁସଂଗଠକ, ଜନ ଆଦୃତ ବ୍ୟକ୍ତି ଙ୍କୁ ଏଆଇସିସି ତର୍ଜମା କରିବା ପରେ ଜ଼ିଲ୍ଲା ସଭାପତି ନିଯୁକ୍ତ କରିବ ବୋଲି ଏଆଇସିସି ପର୍ଯ୍ୟବେକ୍ଷକ ଇନ୍ଦ୍ରଜ୍ ସିଂ ଗୁରଜର ପ୍ରକାଶ କରିଛନ୍ତି I ଏହି ପ୍ରକ୍ରିୟାକୁ ଯଥାସମ୍ଭବ ସ୍ଵଚ୍ଛ ଓ ନିରପେକ୍ଷ କରିବାକୁ ଏଆଇସିସି ତରଫରୁ ପରାମର୍ଶ ଦିଆଯାଇଛି I ଫଳରେ ପ୍ରତି ଜିଲ୍ଲାରେ ଜଣେ ଲେଖାଏଁ ଯୋଗ୍ୟ ତଥା ଦକ୍ଷ ବ୍ୟକ୍ତି ଦଳର ସାଂଗଠନିକ ନେତୃତ୍ୱ ନେବେ ବୋଲି ଶ୍ରୀ ଗୁରଜର ପ୍ରକାଶ କରିଥିଲେ I ଜ଼ିଲ୍ଲା କଂଗ୍ରେସ କମିଟି ସଂଯୋଜକ ଦୁର୍ଗା ପାଢ଼ୀ ଏହି ଖବରଦାତା ସଂମ୍ବିଳନୀ ରେ ସଂଗଠନ ସୃଜନ ଅଭିଯାନ ର ଆଭିମୁଖ୍ୟ ସହିତ ଉଦେଶ୍ୟ ଜ୍ଞାପନ କରିଥିଲେ I ଏହି ଅବସରରେ ଏଆଇସିସି ପର୍ଯ୍ୟବେକ୍ଷକଙ୍କୁ କାର୍ଯ୍ୟ ସମ୍ପାଦନରେ ସହଯୋଗ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ନିଯୁକ୍ତ ପର୍ଯ୍ୟବେକ୍ଷକ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସେବାଦଳ ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ ମହାନ୍ତି, ପର୍ଯ୍ୟବେକ୍ଷକ ଶ୍ରୀ ଜୟନ୍ତ କୁମାର ସାହୁ ଓ ପର୍ଯ୍ୟବେକ୍ଷକ ଶ୍ରୀ ଅଂଶୁମାନ ଦାସ, ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ତଥା ପିସିସି ସମ୍ପାଦକ ଇଂ. ଦିଲୀପ ଦୁରିଆ ମଂଚାସୀନ ଥିଲେ I ଏହି ଅବସରରେ ପର୍ଯ୍ୟବେକ୍ଷକ ଶ୍ରୀ ଗୁରଜର ଙ୍କୁ ଜ଼ିଲ୍ଲା କଂଗ୍ରେସ ପକ୍ଷରୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୁର୍ବକ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା I କର୍ମୀ ଓ କର୍ମକର୍ତ୍ତା ଙ୍କ ଗହଣ ରେ ଏଆଇସିସି ପର୍ଯ୍ୟବେକ୍ଷକ ଶ୍ରୀ ଗୁରଜର କଂଗ୍ରେସ ଭବନ ପରିସରରେ ଏକ ନଡ଼ିଆ ଚାରା ରୋପଣ କରିଥିଲେ I ଏହା ପରେ ଶ୍ରୀ ଗୁରଜର କଂଗ୍ରେସ କାର୍ଯ୍ୟାଳୟ ରେ ଉପସ୍ଥିତ କର୍ମୀ କର୍ମକର୍ତ୍ତା ଙ୍କୁ ଭେଟିଥିଲେ I ଏହି ସମୟ ରେ କଂଗ୍ରେସ ଦଳକୁ ଆଗାମୀ ନିର୍ବାଚନରେ ସମସ୍ତେ ମିଳିମିଶି ଶକ୍ତିଶାଳୀ କରିବା ପାଇଁ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବାର୍ତ୍ତା ଘରେ ଘରେ ପହଞ୍ଚାଇବା ଆଦି ବିଷୟରେ ପର୍ଯ୍ୟବେକ୍ଷକ ଶ୍ରୀ ଗୁରଜର ଉପସ୍ଥିତ କର୍ମକର୍ତ୍ତା ମାନଙ୍କ ସହ ଆଲୋଚନା କରି ଜ଼ିଲ୍ଲା ସଭାପତି ଚୟନ ପାଈଁ ମତ ମନ୍ତବ୍ୟ ଲୋଡ଼ିଥିଲେ I ଏହି ଅବସରରେ ପିସିସି ସଭ୍ୟ ଚନ୍ଦ୍ରକାନ୍ତ ପୁରୋହିତ, ପିସିସି ସଭ୍ୟା ସୁରଞ୍ଜିନି ବାରିକ, ଗୋବିନ୍ଦ ମିଶ୍ର, ସୂତପା ମିତ୍ର, ବିଜୟ ଲଷ୍ମୀ ବେହେରା, କବିତା ପଟ୍ଟନାୟକ, ସେବାଦଳ ର ବିନୋଦିନୀ ଦୀପ, ଡଲି ଅହମଦ, ବାବୁ ଖାନ, ରବି ରାଉତ, ଜିତେନ୍ ମହାନନ୍ଦ, ପୂର୍ବତନ କାଉନସିଲର ଅଶୋକ ସୋନି, ପୂର୍ବତନ କାଉନସିଲର ବନମାଳୀ ସତନାମୀ, ପୂର୍ବତନ କାଉନସିଲର ଲାଲ ମୋହନ ଷାଠିଆ, ପୂର୍ବତନ କାଉନସିଲର କୃଷ୍ଣ ଚନ୍ଦ୍ର ସୁନାର, ପ୍ରକାଶ ଶତପଥି, ଲଷ୍ମୀ ନାରାୟଣ ପ୍ରଧାନ, ଓବିସି ଜ଼ିଲ୍ଲା ସଭାପତି ଶିବବ୍ରତ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ, ରାଜେଶ ମିଶ୍ର, ସୁଧୀର ପଣ୍ଡା, ମୋହନ ଶାହା, ଦଶରଥ ଦାସ, ବିରଞ୍ଚି ମହାପାତ୍ର , କାଳୁ ସ୍ୱାଇଁ ପ୍ରମୁଖ ଶତାଧିକ ନେତା କର୍ମୀ ପଯ୍ୟବେକ୍ଷକ ଙ୍କୁ ଭେଟି ନିଜ ନିଜସ୍ୱ ମତ ପୋଷଣ କରିଛନ୍ତି I ଏହି ଅଭିଯାନ ର ଆଜି ପ୍ରଥମ ଦିନ ଅପରାହ୍ନ ରେ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ର ରେଢ଼ାଖୋଲ ବ୍ଲକ ଓ ଏନଏସି ସକାଶେ କର୍ମୀ ଓ କର୍ମକର୍ତ୍ତା ଙ୍କ ସମାବେଶ ଆୟୋଜନ କରାଯାଇଥିବା ବେଳେ ଆସନ୍ତାକାଲି ୧୦ ତାରିଖ ବୁଧବାର ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ର ନାକଟିଦେଉଳ ଏବଂ ଯୁଯୁମୁରା ବ୍ଲକ, ୧୧ ତାରିଖ ଗୁରୁବାର କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ର କୁଚିଣ୍ଡା ବ୍ଲକ ଓ ଏନଏସି, ବାମରା ବ୍ଲକ ଜମନକିରା ବ୍ଲକ, ୧୨ ତାରିଖ ଶୁକ୍ରବାର ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ର ଧନକଉଡା ବ୍ଲକ ରେଙ୍ଗାଲି ବ୍ଲକ ଓ ଏନଏସି, ମାନେଶ୍ୱର ବ୍ଲକ ଏବଂ ୧୩ ତାରିଖ ଶନିବାର ସମ୍ବଲପୁର ନିର୍ବାଚନ ମଣ୍ଡଳୀର ହୀରାକୁଦ ଟାଉନ ଓ ବୁର୍ଲା ଟାଉନ ରେ କର୍ମୀ କର୍ମକର୍ତ୍ତା ଙ୍କ ସମାବେଶ ଅନୁଷ୍ଠିତ ହେବ ବୋଲି ଡିସିସି ଜ଼ିଲ୍ଲା ସଂଯୋଜକ ଦୁର୍ଗା ପାଢ଼ୀ ସୂଚନା ଦେଇଛନ୍ତି।