Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦୁର୍ଗାପୂଜା ଓ ଦୀପାବଳି ୨୦୨୫ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ:ଶାନ୍ତି ଶୃଙ୍ଖଳା , ସ୍ବାସ୍ଥ୍ୟ ଓ ପରିମଳ ଉପରେ ଗୁରୁତ୍ୱ

ସମ୍ବଲପୁର:ଚଳିତ ବର୍ଷ ଦୁର୍ଗାପୂଜା ଓ ଦୀପାବଳି ପର୍ବ ୨୦୨୫ ପାଳନ ନିମନ୍ତେ ଶାନ୍ତିପୂର୍ଣ୍ଣ ଓ ସମନ୍ୱିତ ଉତ୍ସବ ନିଶ୍ଚିତ କରିବା ପାଇଁ ତପସ୍ଵିନୀ ପ୍ରେକ୍ଷାଳୟ ଠାରେ ଏକ ଶାନ୍ତି ଓ ସମନ୍ୱୟ କମିଟି ବୈଠକ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର(ଭା.ପ୍ର.ସେ) ଙ୍କ ଅଧ୍ୟକ୍ଷତାରେ ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭାମୂ(ଭା.ପୋ.ସେ), ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ଶ୍ରୀ ରେହାନ ଖତ୍ରି(ଭା.ପ୍ର.ସେ) ଙ୍କ ସମେତ ଶାନ୍ତି ଓ ସମନ୍ୱୟ କମିଟି ସଦସ୍ୟମାନେ, ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ, ଏବଂ ସମ୍ବଲପୁର ଅଞ୍ଚଳର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଗତ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଚଳିତ ବର୍ଷ ଜିଲ୍ଲାରେ ଦୁର୍ଗାପୂଜା ଓ ଦୀପାବଳି କିପରି ଶାନ୍ତି ଶ୍ରୁଙ୍ଖଳା ର ସହିତ ପାଳନ କରାଯିବ ସେ ବିଷୟରେ ଆଲୋଚନା କରାଗଲା। ଉକ୍ତ ବୈଠକ ରେ ଆଇନ ଶ୍ରୁଙ୍ଖଳା ରକ୍ଷା, ସ୍ବାସ୍ଥ୍ୟ ଓ ପରିମଳ, ଉତ୍ସବ ଦିନରେ ନିରବଚ୍ଛିନ୍ନ ଜଳ ଯୋଗାଣ ସୁନିଶ୍ଚିତ କରିବା, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ବେଆଇନ ଓ ନକଲି ମଦ ବିକ୍ରି ଉପରେ ପ୍ରତିଷେଧକ ପଦକ୍ଷେପ ନେବା, ଆଖପାଖ ଅଞ୍ଚଳରେ ଅଗ୍ନିକାଣ୍ଡ ରୋକିବା ପାଇଁ ତ୍ୱରାନିତ୍ଵ ପଦକ୍ଷପ ନେବା ଆଦି ପ୍ରସଙ୍ଗ ଉପରେ ଆଲୋଚୋନା ହୋଇଥିଲା।

ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର(ଭା.ପ୍ର.ସେ) ସମସ୍ତ ସଂପୃକ୍ତ ଅଧିକାରୀ ଙ୍କୁ ନିଜ ଦାୟୀତ୍ଵ ସଠିକ୍ ଭାବେ ପରିଚାଳନା କରିବାକୁ କହିଥିଲେ। ମୁଖ୍ୟତଃ ସେ, ପୂଜା ସମୟରେ ସମ୍ବଲପୁର ର ଅଧ‌ିକ ଜନସମାଗମ ହେତୁ ଆଲୋକ ଓ ପରିମଳ ବ୍ୟବସ୍ଥା ସଠିକ ଭାବେ କାର୍ଯ୍ୟ କରିବା ସହିତ ସ୍ଵଚ୍ଛତା ଉପରେ ବେଶୀ ଧ୍ୟାନ ଦେବାକୁ କହିଥିଲେ।ପୂଜା ମଣ୍ଡପ ଗୁଡିକୁ ତଦାରଖ କରି କୌଣସି ଅଘଟଣର ତତ୍କାଳ ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ଅଗ୍ନିଶମ ବିଭାଗକୁ କହିଥିଲେ ।

ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭାମୂ(ଭା.ପ୍ର.ସେ) ଜନ ସାଧାରଣ ଙ୍କ ସୁରକ୍ଷା ବ୍ୟବସ୍ଥା କୁ ଧ୍ୟାନ ରେ ରଖି ଅଧିକ ସାଉଣ୍ଡ ରେ ବାଦ୍ୟଯନ୍ତ୍ର ନ ବଜେଇବାକୁ ସମସ୍ତ ପୂଜା କମିଟି କୁ ଅନୁରୋଧ କରିଥିଲେ ଏବଂ ଏହା ସହିତ ଶାନ୍ତି ଓ ଶୃଙ୍ଖଳା ରେ ପୂଜା ର ସମସ୍ତ ବିଧି ଓ ବିସର୍ଜନ କୁ ସମୟ ସୀମା ଭିତରେ ସମାପ୍ତ କରିବାକୁ କହିଥିଲେ।

ଉକ୍ତ ବୈଠକରେ ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ଶ୍ରୀ ରେହାନ ଖତ୍ରି ଶୁଖିଲା ଏବଂ ଓଦା ଆବର୍ଜନକୁ ପାର୍ଥକ୍ୟ କରିବା ଏବଂ ପୂଜା ପେଣ୍ଡାଲରେ eco -friendly ସାମଗ୍ରୀ ବ୍ୟବହାର କରିବା ପାଇଁ ଅନୁରୋଧ କରିଥିଲେ ଏବଂ କହିଥିଲେ ଯଦି ଆମେ ସମସ୍ତେ ମିଲି ମିସି ପୂଜା ପେଣ୍ଡାଲ ଏଂବ ସହର ଅଞ୍ଚଳ ସଫା ରଖିବା ତେବେ ଏକ ଶ୍ରଧାଲୁ ପରିବେଶ ସୃଷ୍ଟି ହେବ ଯାହା ଆମ ପର୍ବପର୍ବାଣି କୁ ଆହୁରି ଆଧ୍ୟାତ୍ମିକ କରିଦେବ।

ଉକ୍ତ ବୈଠକରେ ରାସ୍ତା ସଫେଇ, ଷ୍ଟ୍ରିଟ୍ ଲାଇଟ୍ ର ସ୍ଥିତି ଯାଞ୍ଚ ଓ ପୂଜା ପାଇଁ ଏହାକୁ ଠିକ୍ କରିବା , ଅସ୍ଥାୟୀ ଖାଦ୍ୟ ଷ୍ଟଲ, ହୋଟେଲ ଓ ରେଷ୍ଟୁରାଣ୍ଟରେ ଖାଦ୍ୟରେ ଅପମିଶ୍ରଣ ପାଇଁ ସତର୍କ ରହିବା , ପୂଜା ଦିନରେ ନିରବଚ୍ଛିନ୍ନ ଜଳ ଯୋଗାଣ ସୁନିଶ୍ଚିତ କରିବା ସହ ପାନୀୟ ଜଳ ନିଷ୍କାସନକୁ ସୁନିଶ୍ଚିତ କରିବା, ପର୍ବପର୍ବାଣୀ ଦିନରେ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା, ସର୍ଟ ସର୍କିଟକୁ ରୋକିବା ପାଇଁ ସର୍ବନିମ୍ନ ଅନୁମୋଦିତ ଉଚ୍ଚତା ସହିତ ବିଦ୍ୟୁତ ଯୋଗାଣ ଲାଇନ ସୁନିଶ୍ଚିତ କରିବା ,ପୂଜା ମଣ୍ଡପ ନିର୍ମାଣ ସମୟରେ ରାସ୍ତାଠାରୁ ସୁରକ୍ଷା ଦୂରତା ବଜାୟ ରଖିବା ପାଇଁ ମଣ୍ଡପର ଢାଞ୍ଚା ଯାଞ୍ଚ କରିବା , ଶୋଭାଯାତ୍ରା ମାର୍ଗର ତାର ଯାଞ୍ଚ କରିବା, ବିସର୍ଜନ ସମୟରେ ଓଡ୍ରାଫ ଟିମ ର ଉପସ୍ଥିତି ଆଦି ଉପରେ ଆଲୋକପାତ କରା ଗଲା ।