ବିଶ୍ଵ ଆତ୍ମହତ୍ୟା ନିରୋଧ ସପ୍ତାହ ପାଳିତ

ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗରେ ‘ପତଙ୍ଗ’ ଅନୁଷ୍ଠାନର ସହଭାଗିତାରେ ବିଶ୍ଵ ଆତ୍ମହତ୍ଯା ନିରୋଧ ସପ୍ତାହ’ ପାଳିତ ହୋଇଯାଇଛି ।ଛାତ୍ରଛାତ୍ରୀ ତଥା ଅନ୍ୟାନ୍ଯ କର୍ମଚାରୀ ମାନଙ୍କୁ ଆତ୍ମହତ୍ୟାର ଭୟାବହତା ସମ୍ପର୍କରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରା ଯାଇଥିଲା ।
ଗତ ୦୮ ତାରିଖ ଠାରୁ କାର୍ଯ୍ୟକ୍ରମଟି ଆରମ୍ଭ ହୋଇ ଶନିବାର ଶେଷ ହୋଇ ଥିଲା ।କାର୍ଯ୍ୟକ୍ରମ ର ପ୍ରଥମ ଦିବସର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଆଲୋଚନା ରେ ସରକାରୀ ମୁଖ୍ୟ ଚିକତ୍ସାଲୟ ,ସମ୍ବଳପୁର ର ମନସ୍ତତ୍ତ୍ୱବିତ୍ ସୁନିତା ମିଶ୍ର ଅତିଥି ବକ୍ତା ଭାବେ ଯୋଗ ଦେଇ ଆତ୍ମହତ୍ଯା କିଭଳି ଏକ ବ୍ୟାଧି ଏବଂ ଏହାକୁ କିପରି ଭାବରେ ଟାଳି ଦେଇ ହବ ସେ ବିଷୟ ରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ ।ଦ୍ଵିତୀୟ ଦିବସ ରେ ତର୍କ ଓ ବକୃତା ପ୍ରତିଯୋଗିତା , ତୃତୀୟ ଦିବସରେ ସାଧାରଣ ଜ୍ଞାନ ପରୀକ୍ଷା ,ଚତୁର୍ଥ ଦିନ ରେ ପଥପ୍ରାନ୍ତ ନାଟକ ,ପଞ୍ଚମ ଦିବସ ରେ ପ୍ଲାକାର୍ଡ ଶୋଭାଯାତ୍ରା ,ଷଷ୍ଠ ଦିନ ରେ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା ଇତ୍ୟାଦି ଆୟୋଜନ କରାଯାଇଥିଲା । ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇ ଥିଲା।
ଛାତ୍ରଛାତ୍ରୀ ମାନେ ବିଶ୍ୱବିଦ୍ୟାଳୟ ର ସମସ୍ତ ବିଭାଗ ଏବଂ କାର୍ଯ୍ୟାଳୟ କୁ ଯାଇ ସମସ୍ତଙ୍କୁ ସଚେତନ କରାଇବାକୁ ଚେଷ୍ଟା କରିଥିଲେ ।ଆତ୍ମହତ୍ଯା କୌଣସି ସମସ୍ୟାର ସମାଧାନ ନୁହେଁ ବରଂ ଏହା ଅନେକ ସମସ୍ୟା ର କାରଣ ବୋଲି ସମସ୍ତଙ୍କୁ ବାର୍ତ୍ତା ଦିଆ ଯାଇଥିଲା । ମନରେ କୌଣସି ହତାଶ ଭାବ ଆସିଲେ ଛାତ୍ରଛାତ୍ରୀ ମାନେ ବିଚଳିତ ନହୋଇ ବରଂ ଅନ୍ୟର ସାହାଯ୍ୟ ସହଯୋଗ ଲୋଡ଼ିଲେ ସମସ୍ୟା କିଛିମାତ୍ରା ରେ ସମାଧାନ ହୋଇ ପାରନ୍ତା ବୋଲି ଅଧ୍ୟାପକ ଅଧ୍ୟାପିକା ମାନେ ମତବ୍ୟକ୍ତ କରିଥିଲେ ।
ସପ୍ତାହବ୍ୟାପୀ କାର୍ଯ୍ୟକ୍ରମକୁ ବିଶ୍ଵବିଦ୍ଯାଳୟର କୁଳପତି, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ,କୁଳସଚିବ, ବିତ୍ତ ନିୟନ୍ତ୍ରକ ଅକୁଣ୍ଠ ସମର୍ଥନ ଜଣାଇଥିଲେ। ମନସ୍ତତ୍ତ୍ୱ ବିଭାଗର ବିଭାଗୀୟ ମୁଖ୍ଯ – ଡ.ସଂଯୁକ୍ତା ପାଢ଼ୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସହକାରୀ ଅଧ୍ୟାପିକା ଡ.ରୂପଶ୍ରୀ ଗୋସ୍ବାମୀ,ଡ.ରୂପଶ୍ରୀ ବ୍ରହ୍ମକୁମାରୀ ,ଶ୍ରୀମତୀ ପୁଷ୍ପା ହେମ୍ବ୍ରମ୍ ,ଅତିଥି ଆଧ୍ୟାପକ ଡ.ମନୋରଞ୍ଜନ ତ୍ରିପାଠୀ ଓ ଶ୍ରୀ ଶଶୀଭୁଷଣ ଦୋରା ସହଯୋଗ କରିଥିଲେ। ପ୍ରୋୟଗଶାଳା ସହକାରୀ ସନ୍ତୋଷ କୁମାର ସାହୁ ,ସହାୟିକା ଶୁଶ୍ରୀ ସଂଗୀତା ବେହେରା ସକ୍ରିୟ ଭାବେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅଂଶୁମାନ,ହରିଷ୍ ତ୍ରିଲୋଚନ ,ପୃଥ୍ଵୀ ,ସ୍ୱାଗତ ,ସାସ୍ବତ,କ୍ରିତିକା,ବନ୍ଦନା, ମୋନା, ବସୁନ୍ଧରା,ଭାରତୀ,କିରନ୍ ଇତ୍ୟାଦି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।